ମନ୍ତ୍ରୀଙ୍କ ଘରେ ଆୟକର ଚଢ଼ାଉକୁ ନେଇ ବିଜେପିକୁ ଦୋଷ ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ, କହିଲେ ମମତାଙ୍କ ନୀତି ଆପଣାଇବାକୁ ବାଧ୍ୟ କରନି

ବେଙ୍ଗାଲୁରୁ (କେ ନ୍ୟୁଜ) : ନିର୍ବାଚନୀ ତାତି ଭିତରେ ଆୟକର ଚଢ଼ାଉକୁ ନେଇ କର୍ଣ୍ଣାଟକରେ ତୁମୁଳ କାଣ୍ଡ । ଭୋଟ୍‌ ହାଓ୍ଵା ପୂରା ସରଗରମ ଥିବା ବେଳେ ଆଜି ଭୋର ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କର ଅତି ନିକଟତମ ଜଣେ ମନ୍ତ୍ରୀ ସିଏସ୍ ପୁଟ୍ଟାରାଜୁଙ୍କ ଘର ଉପରେ ସିଆରପିଏଫ୍‌ ଓ ଆୟକର ବିଭାଗ ମିଳିତ ଭାବେ ଚଢ଼ାଉ କରିଛି । ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି ।

KUMARSWAMY-3

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ମୋଦିଜୀ ଏପରି କରିବା ଠିକ୍‌ ହେଉନାହିଁ । ଯଦି ଏପରି କାମ ଜାରି ରହେ ତେବେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ରଣକୌଶଳ ଆପଣାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହାପରେ ତାଙ୍କ ଦଳ ଜେଡିଏସ୍‌ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛି ।

KUMARSWAMY-6
ତେବେ ଆଗମୀ ନିର୍ବାଚନରେ ବିଜେପି ହାରିଯିବା ଭୟରେ ଏପରି ଆକ୍ରୋଶମୂଳକ କାର୍ଯ୍ୟ କରୁଥିବା ଅଭିଯୋଗ କୁମାରସ୍ୱାମୀ ଅଭିଯୋଗ ଆଣିଛନ୍ତି । ନିଶ୍ଚିତ ଭାବେ କଂଗ୍ରେସ ଓ ଜେଡିଏସ ପ୍ରାର୍ଥୀମାନେ ବିଜୟ ଲାଭ କରିବେ ବୋଲି ସେ କହିଛନ୍ତି । ସେପଟେ ଏହି ଘଟଣାରେ କଂଗ୍ରେସ ମଧ୍ୟ ବିଜେପି ଉପରେ ଖୁବ ବର୍ଷିଛି ।

KUMARSWAMY-5

କର୍ଣ୍ଣାଟକ ସାଂସଦୀୟ କ୍ଷେତ୍ରରେ କଂଗ୍ରେସ ଜେଡିଏସ୍ ମେଣ୍ଟ ହୋଇଛି । କଂଗ୍ରେସ ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଜେଡିଏସ୍ ୮ କ୍ଷେତ୍ରରେ ତାର ପ୍ରାର୍ଥୀ ଦେଇଛି । ଏମାନଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଲା ବିଜେପି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.