ଓଡ଼ିଶାରେ ପ୍ରସ୍ତୁତ ହେଲା ରୟାଲ ଇଣ୍ଡିଆନ୍, ମୂଲ୍ୟ ରହିଛି କେବଳ ୬୦ ହଜାର

ନୂଆଦିଲ୍ଲୀ : ରୟାଲ ଏନଫିଲ୍ଡ ବାଇକକୁ କୌଣସି ପରିଚୟର ଆବଶ୍ୟକତା ରହିନାହିଁ । ଆପଣ ମୋଟରସାଇକେଲ ଚଲାନ୍ତୁ କି ନାହିଁ କିନ୍ତୁ ଆପଣ ନିଶ୍ଚିତ ଭାବେ ରୟାଲ ଏନଫିଲ୍ଡ ବିଷୟରେ ଜାଣିଥିବେ । ବହୁ ଇଛା ସତ୍ତ୍ବେ ମଧ୍ୟ ଅନେକ ବ୍ୟକ୍ତି ଅର୍ଥ ଅଭାବରୁ ଏହାକୁ କିଣିବାକୁ ସକ୍ଷମ ହୋଇନଥାନ୍ତି । ସାଧାରଣ ଜନତାଙ୍କ ଏହି ଅସୁବିଧାର ସମାଧାନ ବାହାର କରିଛି ଭୁବନେଶ୍ବର ସ୍ଥିତ ରୟାଲ କମ୍ପାନି । ରୟଲ ଏଲଫିଲ୍ଡକୁ ସପୂର୍ଣ୍ଣ ଅନୁସରଣ କରାଯାଇ ପ୍ରସ୍ତୁତ କରାଯାଇଛି ରୟାଲ ଇଣ୍ଡିଆନ୍ । ରୟାଲ ଇଣ୍ଡିଆନ୍ କମ୍ ମୂଲ୍ୟ ବିଶିଷ୍ଟ ହେବା ସହ ଏଥିରେ ଏନଫିଲ୍ଡ ଭଳି ସମସ୍ତ ଫିଚର ଉପସ୍ଥିତ ରହିଛି। ତେବେ ରୟାଲ ଇଣ୍ଡିଆନର ଇଞ୍ଜିନ୍ ୧୦୦ ସିସି ବିଶିଷ୍ଟ ହୋଇଥିବା ବେଳେ ଏହାର ମୂଲ୍ୟ ୬୦ ରୁ ୭୦ ହଜାର ମଧ୍ୟରେ ରହିବ । ତେବେ ଏହାର ଲୁକ ଦେଖିବାକୁ ଏକଦମ୍ ଏନଫିଲ୍ଡ ଭଳି ରହିଛି।

ରୟାଲ ଇଣ୍ଡିଆନ ବୁଲେଟର ତେଲ ଟାଙ୍କି , ସିଟ୍ , ସ୍ପୋକ୍ ହ୍ବିଲ ଏବଂ ରାଉଣ୍ଡ ହେଡ଼ ଲ୍ୟାମ୍ପ ବିଲକୁଲ ରୟାଲ ଏନଫିଲ୍ଡ ଭଳି ହୋଇଛି। ଏହାର ସିଟ ଫଛରେ ବୁଲେଟ ମଧ୍ୟ ଲେଖା ହୋଇଛି। ଏହାକୁ ଭୁବନେଶ୍ବର ସ୍ଥିତ ରୟାଲ ଏନଫିଲ୍ଡ ବିଲଡ଼ର ଉଣ୍ଡୋ ପ୍ରସ୍ତୁତ କରିଛନ୍ତି । ଖାଲି ଏତିକି କି ଏହାର ଇଞ୍ଜିନ୍ ୧୦୦ସିସିର ରହିଛି। ରୟଲର ପରିଚୟ ଦେଉଥିବା ଏନଫିଲ୍ଡର ଶବ୍ଦକୁ ବହୁତ କରି ବଜାୟ ରଖିବା ପାଇଁ ଇଣ୍ଡିଆନରେ ଚେଷ୍ଟା କରାଯାଇଛି। ଏହାର ମାଇଲେଜ ପ୍ରତି ଲିଟର ୯୦ କିଲୋମିଟର ରହିଥିବା ବେଳେ ଏହାର ମୂଲ୍ୟ ୬୦ ରୁ ୭୦ ହଜାର ମଧ୍ୟରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.