ଡେବିଟ୍ କାର୍ଡକୁ କେମିତି ରଖିବେ ସୁରକ୍ଷିତ ? ଜାଣନ୍ତୁ ୫ ଗୁରୁତ୍ବପୂର୍ଣ୍ଣ ଟିପ୍ସ

ଯେମିତି ଆମେ ସମସ୍ତେ ଜାଣିଛେ ଆଜି କାଲି କ୍ଯାସଲେସ୍ ଟ୍ରାଞ୍ଜାକ୍ସନର ବ୍ଯବହାର ବଢିଯାଇଛି । ପ୍ରାୟ ଲୋକ ସପିଂ, ବିଲ୍ ପେମେଂଟ୍ ସମସ୍ତ କାର୍ଯ୍ଯ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡରେ କାରିଥାନ୍ତି । ଏହା ସହ ବ୍ଯାଙ୍କରୁ ଟଙ୍କା ବାହାର କରିବାର ମୁଖ୍ଯ ମାଧ୍ୟମ ମଧ୍ୟ ହେଉଛି ଡେବିଟ୍ କାର୍ଡ । କାରଣ ଏହା ଏକ ମାତ୍ର ମାଧ୍ୟମ ଯାହା ଯୋଗୁଁ ଆମେ ବ୍ଯାଙ୍କ୍ ନଯାଇ ଟଙ୍କା ଉଠାଇପାରେ ।

ଆଜିର ସମୟରେ ବୋଧେ କେହି ଏମିତି ଥିବ ଯିଏ ଡେବିଟ୍ କାର୍ଡର ବ୍ଯବହାର କରୁନଥିବ । କିନ୍ତୁ ଯେତିକି ଯେତିକି ଏହାର ବ୍ଯବହାର ବଢି ଯାଉଛି ସେତିକି ସେତିକି ଠକେଇ ମାମଲା ବଢି ବଢି ଚାଲିଛି । ଏନେଇ ବ୍ଯାଙ୍କ୍ ଗୁଡିକ ମଧ୍ୟ ନିଜ ଗ୍ରାହକମାନଙ୍କୁ ସଚେତନ ଅନେକ ମେସେଜ୍ ଦେଇଥାନ୍ତି । କିନ୍ତୁ ବ୍ଯାଙ୍କଠାରୁ ସଚେତନ ରହିବା ଅଧିକ ଦାୟିତ୍ବ ଆମର । କାରଣ ସେଥିରେ ଟଙ୍କା ତ ଆମର ହିଁ ରହିଛି ।

ଏବେ ନଜର ପକାନ୍ତୁ କେମିତି ରଖିବେ ନିଜର ଡେବିଟ୍ କାର୍ଡକୁ ସୁରକ୍ଷିତ ।

–      ଗ୍ରାହକଙ୍କୁ ନିୟମିତ ରୁପରେ ନିଜ ଡେବିଟ୍ କାର୍ଡର ବ୍ଯବହାର ଉପରେ ନଜର ରଖିବା ଜରୁରୀ ।

–      ପ୍ରତ୍ଯେକ ନେଣଦେଣ ପରେ ମୋବାଇଲକୁ ଆସୁଥିବା ମେସେଜକୁ ଚେକ୍ କରିବା ଉଚିତ୍ ।

–      ଏଟିଏମରୁ ଟଙ୍କା ଉଠାଇବା ପରେ ବାହାରୁଥିବା ରିସିପ୍ଟକୁ ଭଲ ଭାବରେ ନଷ୍ଟ କରିଦେବା ଉଚିତ୍ ।

–      ଅନ୍ଯମାନଙ୍କ ସହ ନିଜ ପାସୱର୍ଡକୁ ସେୟାର୍ କରିବା ଅନୁଚିତ୍ ।

–      ଡେବିଟ୍ କାର୍ଡର ପିନ୍ ପ୍ରତ୍ଯେକ ୨-୩ ମାସରେ ଥରେ ବଦଳାଇବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.