ଏୟାର ଏସିଆର ଜବରଦସ୍ତ ଅଫର: ମାଗଣାରେ ବୁଲିପାରିବେ ବିଦେଶ, ୨୫ ସେପ୍ଟେମ୍ବର ଭିତରେ କରିନିଅନ୍ତୁ ବୁକିଂ

ବିଦେଶ ଯାତ୍ରା ପାଇଁ ପ୍ଲାନ୍‌ କରିଥିଲେ ଆପଣଙ୍କ ପାଇଁ ଖୁସି ଖବର। ଆପଣ ମାଗଣାରେ ବିମାନଯାତ୍ରା କରିପାରିବେ। ଏୟାର ଏସିଆ ଯାତ୍ରୀଙ୍କୁ ଏହି ସୁଯୋଗ ଦେଉଛି। ଏୟାର ଏସିଆ ଯାତ୍ରୀଙ୍କୁ ଜବରଦସ୍ତ ଅଫର ଦେଉଛି। ଏହି ଅଫରରେ କମ୍ପାନୀର ୫୦ ଲକ୍ଷ ଟଙ୍କା ସିଟ୍‌ରେ ଆପଣ ମାଗଣାରେ ଯାତ୍ରା କରିପାରିବେ। ୫୦ ଲକ୍ଷ ଟଙ୍କା ସିଟ୍‌ ପାଇଁ ଆପଣଙ୍କୁ କୌଣସି ଦାମ୍‌ ଦେବାକୁ ପଡିବ ନାହିଁ। ଏହି ଅଫର ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି।

ଏୟାର ଏସିଆ କମ୍ପାନୀ କରୋନା ଯୋଗୁଁ ମାନ୍ଦାବସ୍ଥାରେ ଚାଲିଥିଲା। ଏବେ ପରିସ୍ଥିତିରେ ସୁଧାର ଆସିଛି। ତେଣୁ ବିଜୟ ମନାଇବା ପାଇଁ ଏଭଳି ଅଫର ଦେଉଛି ଏୟାର ଏସିଆ। ଏହି ଅବସରରେ ଏୟାର ଏସିଆ ୫ ମିଲିଅନ ତଥା ୫୦ ଲକ୍ଷ ଟଙ୍କା ସିଟ୍‌ ଯାତ୍ରାକୁ ମାଗଣାରେ ଦେଉଛି। ଏହି ବୁକିଂ ପ୍ରକ୍ରିୟା ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି। ଯାହା ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।

କେବେ ଯାଏଁ କରିପାରିବେ ଯାତ୍ରା ?

କମ୍ପାନୀର େଓ୍ଵବସାଇଟ ମୁତାବକ, ଏୟାର ଏସିଆର ଏହି ଅଫର ଅଧିନରେ ୧୯ ସେପ୍ଟେମ୍ବରରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବୁକିଂ କରିପାରିବେ। ଆପଣ ଏଠାରେ ବୁକିଂ କଲେ ଜାନୁଆରୀ ୧, ୨୦୨୩ରୁ ୨୮ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଯାତ୍ରା କରିପାରିବେ।

ଏୟାର ଏସିଆ ୫୦ ଲକ୍ଷ ଟଙ୍କା ସିଟ୍‌ ମାଗଣାରେ ଯାତ୍ରୀଙ୍କୁ ଦେଉଛି। ଆପଣ ଏୟାରଏସିଆ ସୁପର ଆପ୍‌ କିମ୍ବା େଓ୍ଵବସାଇଟ ଫ୍ଲାଇଟସର ଆଇକନ ଉପରେ କ୍ଲିକ କରି ଏହି ଅଫରର ଲାଭ ଉଠାଇପାରିବେ।

ଏହି ଅଫର ଅଧିନରେ ଆପଣ ଅର୍ନ୍ତରାଷ୍ଟ୍ରୀୟ ପର୍ଯ୍ୟଟନ ସ୍ଥଳୀକୁ ଯାଇପାରିବେ। ଯେଉଁଥିରେ ବ୍ୟାକଂକରୁ କାବ୍ରି ଏବଂ ଫୁକେତ ପାଇଁ ସିଧାସଳଖ ବିମାନ ଯାତ୍ରା କରିପାରିବେ। ଏହାଛଡା ବ୍ୟାକଂକର ଚିୟାଙ୍ଗ ମାଇ, ସକୋନ ପାଇଁ ସିଧାସଳଖ ଯାତ୍ରା କରିପାରିବେ।

ଏୟାରଏସିଆର ଗ୍ରୁପ ଚିଫ୍‌ କର୍ମସିଆଲ ଅଫିସର କରନ ଚେନ୍‌ କହିଛନ୍ତି, ଆମେ ନିଜ ଯାତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଲୋକେ ଆମକୁ ବେଶ୍‌ ସହଯୋଗ କରିଛନ୍ତି। ଆଉ ଏବେ ପୁଣିଥରେ ନିଜର ପସନ୍ଦ ଥିବା ଜାଗାକୁ ମାଗଣାରେ ଯାତ୍ରା କରିପାରିବେ।

Also Read : ପ୍ରେମିକ ସହିତ ବାଇକରେ ବୁଲୁଥିଲେ ପତ୍ନୀ, ରାସ୍ତା ଉପରେ ମାଡିବସିଲେ ସ୍ୱାମୀ: ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.