ନର୍ସ ନିଯୁକ୍ତି ୨୦୨୧: ୪୧୦୨ ଷ୍ଟାଫ୍‌ ନର୍ସ ପଦ ପାଇଁ ଅନ୍‌ଲାଇନ ଆବେଦନର ଆଜି ହେଉଛି ଶେଷ ତାରିଖ, ଏମିତି କରନ୍ତୁ ଆବେଦନ

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଷ୍ଟେଟ୍‌ ହେଲ୍‌ଥ ସୋସାଇଟି(ଏସ୍‌ଏଚ୍‌ଏସ୍‌), ବିହାର ଦ୍ୱାରା ୪୧୦୨ ଷ୍ଟାଫ୍‌ ନର୍ସ ପଦରେ ଭର୍ତ୍ତି ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍‌ ୨୦ ଜାନୁଆରୀରେ ସମାପ୍ତ ହେଉଛି। ଯେଉଁ ଆଶାୟୀ ପ୍ରାର୍ଥୀ ଏ ପର୍ଯ୍ୟନ୍ତ ଆବେଦନ କରି ନାହାନ୍ତି, ସେମାନେ ଅଫିସିଆଲ େଓ୍ଵବସାଇଟ (statehealthsocietybihar.org)କୁ ଯାଇ ଅନ୍‌ଲାଇନ ଆବେଦନ କରିପାରିବେ। ଏସ୍‌ଏଚ୍‌ଏସ୍‌ ଦ୍ୱାରା ଆବେଦନ ଶୁଳ୍କ ଜମା କରିବାର ଅନ୍ତିମ ତାରିଖ ମଧ୍ୟ ୨୦ ଜାନୁଆରୀ, ୨୦୨୧ ନିର୍ଦ୍ଧାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା

ଷ୍ଟାଫ୍‌ ନର୍ସ ପଦରେ ଭର୍ତ୍ତି ପାଇଁ ସେହିମାନେ ଆବେଦନ କରିପାରିବେ, ଯେଉଁମାନେ ଭାରତୀୟ ନର୍ସିଂ ପରିଷଦରୁ ମାନ୍ୟତାପ୍ରାପ୍ତ କୌଣସି ସଂସ୍ଥାରୁ ଜିଏନ୍‌ଏମ୍‌(ଜେନେରାଲ ନର୍ସ ଆଣ୍ଡ ମିଡ୍‌ଓ୍ଵାଇଫରୀ) କିମ୍ବା ନର୍ସିଂ କୋର୍ସ କରିଥିବେ। ଏହାସହିତ ନର୍ସିଂ କାଉନ୍‌ସିଲରୁ ରେଜିଷ୍ଟର୍ଡ ହୋଇଥିବେ। ସେପଟେ ଆଶାୟୀମାନଙ୍କର ଅଧିକତମ ବୟସ ସୀମା ୩୭ ବର୍ଷ ହେବା ଆବଶ୍ୟକ। ବୟସ ଗଣନା ୧ ଜାନୁଆରୀ, ୨୦୨୧ ଅନୁସାରେ କରାଯିବ। ସଂରକ୍ଷିତ ବର୍ଗର ଆଶାୟୀମାନଙ୍କୁ ଅଧିକତମ ବୟସ ସୀମାରେ ଛାଡ଼ କରାଯିବାକୁ ବ୍ୟବସ୍ଥା ହୋଇଛି।

ଏହି ଷ୍ଟେପ୍‌ରେ କରନ୍ତୁ ଅନ୍‌ଲାଇନ ଆବେଦନ

ଅନ୍‌ଲାଇନ ଆବେଦନ କରିବା ପାଇଁ ଆଶାୟୀମାନେ statehealthsocietybihar.org େଓ୍ଵବ୍‌ସାଇଟରେ ଲଗ୍‌ଇନ କରନ୍ତୁ। ହୋମପେଜରେ What’s On ସେକ୍ସନରେ ସମ୍ବନ୍ଧିତ ଆଡଭର୍ଟାଇଜମେଣ୍ଟର ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ। ଏବେ ଆପଣଙ୍କୁ ଏକ ନୂଆ ପେଜ ଦେଖାଯିବ। ଏଠାରେ ସମ୍ବନ୍ଧିତ ରିକ୍ରୁଟମେଣ୍ଟର ଅନ୍‌ଲାଇନ ଆପ୍ଲାଇ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ। ଏବେ ପୁଣି ଏକ ନୂଆ ପେଜ୍‌ ଖୋଲିବ। ଏଠାରେ ରେଜିଷ୍ଟର ଉପରେ କ୍ଲିକ୍‌ କରନ୍ତୁ। ମଗାଯାଇଥିବା ତଥ୍ୟ ପୂରଣ କରି ସବ୍‌ମିଟ କରନ୍ତୁ। ଏବେ ଆପଣଙ୍କୁ ଆପ୍ଲିକେଶନ ନମ୍ବର ପ୍ରାପ୍ତ ହୋଇଯିବ।

ଏବେ ପଛ ପେଜ୍‌କୁ ଫେରନ୍ତୁ ଏବଂ ନିଜ ଆପ୍ଲିକେଶନ ନମ୍ବର ଓ ଜନ୍ମ ତାରିଖ ଉପଯୋଗ କରି ଲଗ୍‌ଇନ କରନ୍ତୁ। ଏବେ ଆପଣ ବାକି ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ। ସୂଚନାଥାଉ କି, ଖାଲି ପଡ଼ିଥିବା ୪୧୦୨ ଷ୍ଟାଫ୍‌ ନର୍ସ ପଦରେ ଚୁକ୍ତି ଆଧାରରେ ଭର୍ତ୍ତି ପାଇଁ ୩୦ ଡିସେମ୍ବର, ୨୦୨୦ରେ ଅଧିସୂଚନା ଜାରି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.