ନୂଆବର୍ଷରୁ ବଦଳିବାକୁ ଯାଉଛି ବ୍ୟାଙ୍କ ନିୟମ, ୧୦,୦୦୦ରୁ ଅଧିକ ଜମା କଲେ କଟିବ ଚାର୍ଜ

ଆଉ କିଛି ଦିନ ପରେ ଆରମ୍ଭ ହେବ ନୂଆ ବର୍ଷ ୨୦୨୨ । ଏହାସହ ଦେଶରେ କିଛି ବଡ ନିୟମର ବି ପରିବର୍ତ୍ତନ ହେବାକୁ ଯାଉଛି । ଏହି କ୍ରମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ର ଗ୍ରାହକମାନଙ୍କ ପାଇଁ ପୁରୁଣା ନିୟମ ପରିବର୍ତ୍ତନ କରି ନୂଆ ନିୟମ ଲାଗୁ । ଏହି ବ୍ୟାଙ୍କ ଖାତାଧାରକମାନଙ୍କୁ ଏବେ ଏକ ଲିମିଟରେ ଟଙ୍କା ଜମା ଓ ଉଠାଣ ଉପରେ ଚାର୍ଜ ଦେବାକୁ ପଡିବ । ଏହି ନିୟମ ଜାନୁଆରି ପହିଲାଠାରୁ ଲାଗୁ ହେବାକୁ ଯାଉଛି ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ୩ ପ୍ରକାର ସଞ୍ଚୟ ଖାତା ଖୋଲାଯାଇଥାଏ । ଏହି ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ଅପେକ୍ଷା ଅଧିକ କିଛି ସୁବିଧା ତାର ଗ୍ରାହକମାନଙ୍କୁ ଯୋଗାଇଥାଏ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ବାଣିଜ୍ୟ ସଞ୍ଚୟ ଖାତାରୁ ପ୍ରତିମାସ ୪ ଥର ବିନା ଶୁଳ୍କରେ ଟଙ୍କା ଉଠାଇ ପାରିବେ । କିନ୍ତୁ ପଞ୍ଚମ ଥରଠାରୁ ପ୍ରତି ଉଠାଣ ଉପରେ ଗ୍ରାହକଙ୍କୁ ୨୫ ଟଙ୍କା ଦେବାକୁ ହେବ । ହେଲେ ବାଣିଜ୍ୟ ସଞ୍ଚୟ ଖାତାରେ ଟଙ୍କା ଜମା କରିବା ନେଇ କୌଣସି ଦେୟ ଲାଗିବ ନାହିଁ ବୋଲି ଜଣାପଡିଛି ।

ଏହି ବ୍ୟାଙ୍କରେ ସେଭିଙ୍ଗ ଏବଂ ଆକାଉଣ୍ଟରେ ମାସରେ ୧୦,୦୦୦ ଟଙ୍କା ଜମା କରିବା ପାଇଁ କୌଣସି ଦେୟ ଲାଗିବ ନାହିଁ । ଏହି ଲିମିଟଠାରୁ ଅଧିକ ଜମା କରିବା ପାଇଁ ଗ୍ରାହକଙ୍କୁ ଅତିରିକ୍ତ ଦେୟ ଆଦାୟ କରାଯିବ ବୋଲି ବ୍ୟାଙ୍କ କହିଛି। ମୌଳିକ ଆକାଉଣ୍ଟ ବ୍ୟତୀତ, ଅନ୍ୟ ସଞ୍ଚୟ ଆକାଉଣ୍ଟ ଏବଂ କରେଣ୍ଟ ଆକାଉଣ୍ଟରୁ ପ୍ରତି ମାସରେ ୨୫,୦୦୦ ଟଙ୍କା ଉଠାଇବା ପାଇଁ କୌଣସି ଦେୟ ଲାଗିବ ନାହିଁ । ଏଥି ସହିତ, ଫ୍ରି ଲିମିଟ ପରେ ଯେତେବେଳେ ଆପଣ ପଇସା ଉଠନ୍ତି ତେବେ ଅତିକମରେ ୨୫ ଟଙ୍କା ଚାର୍ଜ ଦେବାକୁ ପଡିବ।

ଆଇପିପିବି ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସମସ୍ତ ନିୟମ ଜାନୁଆରୀ ୧, ୨୦୨୨ ରୁ ପ୍ରଯୁଜ୍ୟ ହେବ । ତାହା ହେଉଛି, ଜାନୁଆରୀ ୧ ରୁ ଗ୍ରାହକଙ୍କୁ ଅଧିକ ଦେୟ ଦେବାକୁ ପଡିବ । ଅଲଗା ଅଲଗା ଜିଏସ୍ଟି / CESS ଆଦାୟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.