ୟୁଜର୍ସଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ CERT-INର ସତର୍କ ବାଣୀ, ଜାଣନ୍ତୁ

ଭାରତୀୟ କମ୍ପ୍ୟୁଟର ଏମରଞ୍ଜେନସି ରେସପନ୍ସ ଟିମ ବ୍ୟାଙ୍କ ଆକାଉଣ୍ଟକୁ ନେଇ ୟୁଜର୍ସଙ୍କୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀ ବ୍ୟାଙ୍କ ଫ୍ରଡକୁ ନେଇ ଦିଆଯାଇଛି। ଦେଶରେ ହ୍ୟାକର ମାନେ ୟୁଜର୍ସଙ୍କ ବ୍ୟାଙ୍କର ସମସ୍ତ ତଥ୍ୟକୁ ଲିକ କରିବା ପାଇଁ ଫିସିଙ୍ଗ ହମଲା କରୁଛନ୍ତି। ଜାଣନ୍ତୁ ଏହା ସମ୍ପର୍କରେ।

ହ୍ୟାକର ମାନେ ଏକ ନୂଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ngrok ର ଉପଯୋଗ କରି ୟୁଜର୍ସଙ୍କ ସମ୍ବେଦନଶୀଳ ତଥ୍ୟକୁ ଲିକ କରୁଛନ୍ତି। ଯେମିତିକି ଇଣ୍ଟରନେଟ ବ୍ୟାକିଂ କ୍ରେଡେନସିଆଲ, ଓ୍ଵାନ ଟାଇମ ପାସଓ୍ଵାର୍ଡ ସହ ଫୋନ ନମ୍ବର । ଏହାକୁ ନେଇ CERT-IN ସତର୍କ କରାଇଛି। କାରଣ ngrok ପ୍ଲାଟଫର୍ମର ସାହାଯ୍ୟରେ ଲୋକଙ୍କୁ ଶିକାର କରାଯାଉଛି।

cert inn
pc: the economic times

ଉକ୍ତ ପ୍ଲାଟଫର୍ମକୁ ଦିଆଯାଇ ଆପଣଙ୍କ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟକୁ ରିଫ୍ରେଶ କରିବା ପାଇଁ ଏକ ଲିଙ୍କ ମେସେଜ ମାଧ୍ୟମରେ ଦିଆଯିବ। ଏହାକୁ କ୍ଳିକ କରିବା ଦ୍ୱାରା ଆପଣଙ୍କ ସମସ୍ତ ତଥ୍ୟ ହ୍ୟାକର୍ସଙ୍କ ପାଖକୁ ଚାଲିଯାଇଥାଏ। ଏହି ମେସେଜରେ ngrok.ioର ଲିଙ୍କ ଦିଆଯାଇଥାଏ। ତେଣୁ ଏଭଳି କିଛି ଲିଙ୍କ ଆସିଲେ ଆପଣଙ୍କୁ ସତର୍କ ରହିବାକୁ ଅନୁରୋଧ। କାରଣ ଏହି ମେସେଜ ସାଙ୍କେତିକ ରୂପରେ ଆସିଥାଏ। ଏବଂ କୌଣସି ବ୍ୟାଙ୍କ ଏଭଳି ସାଙ୍କେତିକ ରୂପରେ ମେସେଜ କରିନଥାଏ। ତେଣୁ ସମସ୍ତ ୟୁଜର୍ସଙ୍କୁ ଏଭଳି ମେସେଜଠୁ ଦୂରେଇ ରହିବାକୁ ସତର୍କ କରାଯାଇଛି।

Leave A Reply

Your email address will not be published.