ଟାଟା ମୋଟର୍ସ କାର ଉପରେ ଜବରଦସ୍ତ ଅଫର ! କେବଳ ଆଜି ହିଁ ମିଳୁଛି ଏହି କାର ଉପରେ ୬୦ ହଜାର ଟଙ୍କାର ବମ୍ପର ଡିସକାଉଣ୍ଟ

କରୋନା ଭାଇରସ କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ କାରଣରୁ ଆର୍ଥିକ ଗତିବିଧି ବହୁତ ସମୟ ଧରି ଯେମିତି ଠପ୍‌ ହୋଇଗଲାଣି। ଏହାର ବଡ ପ୍ରଭାବ ଅଟୋ ସେକ୍ଟର ଉପରେ ମଧ୍ୟ ପଡିଛି। କାର କମ୍ପାନୀ ଏବେ ପର୍ଯ୍ୟନ୍ତ ନିଜର ପୁରୁଣା ଷ୍ଟକ କ୍ଲିୟର କରିପାରିନାହାନ୍ତି। ଏପ୍ରିଲରେ କାର ବିକ୍ରି ଏକଦମ୍‌ ବନ୍ଦ ରହିଥିଲା। ସେହିପରି ମେରେ ବିକ୍ରି ବହୁତ କମ୍‌ ହୋଇଛି। ଏମିତିରେ ଟାଟା ମୋଟର୍ସ ନିଜର ଷ୍ଟକ କ୍ଲିୟର ପାଇଁ ଅନେକ କାର ଉପରେ ଭାରୀ ଡିସକାଉଣ୍ଟ ଦେଇଛି। ଟାଟା ମୋଟର୍ସ କାର ଉପରେ ୬୦ ହଜାର ପର୍ଯ୍ୟନ୍ତ ରିହାତି ମିଳୁଛି। କିନ୍ତୁ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ଡିସକାଉଣ୍ଟର ଭିଡିଓ କେବଳ ୩୦ ଜୁନ୍‌ ପର୍ଯ୍ୟନ୍ତ ଅର୍ଥାତ ଆଜି ହିଁ ଶେଷ ସୁଯୋଗ ରହିଛି।

କରୋନା ଯୋଦ୍ଧାଙ୍କୁ ମିଳିବ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରିହାତି

ଟାଟାର ଏଣ୍ଟ୍ରି ଲେବଲ କାର ଟିଆଗୋ କାର ଉପରେ ୨୫ ହଜାର ଟଙ୍କା ପଯ୍ୟର୍ନ୍ତ ରିହାତି ମିଳୁଛି। ଏଥିରେ ୧୫ ହଜାର ଟଙ୍କା କ୍ୟାସ ଡିସକାଉଣ୍ଟ ଏବଂ ୧୦ ହଜାର ଟଙ୍କା ଏକ୍ସଚେଞ୍ଜ ବୋନସ ରହିଛି। ସେହିପରି ଟାଟା ଗୃପର କର୍ମଚାରୀ ଏବଂ ଭେଣ୍ଡର୍ସଙ୍କ ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଡିସକାଉଣ୍ଟ ମିଳୁଛି। ସେହିପରି ଯଦି ଆପଣ କୋଭିଡ ୧୯ ଓ୍ଵାର୍କର ତେବେ ଆପଣଙ୍କୁ ୫ ହଜାର ଟଙ୍କା ଅତିରିକ୍ତ କ୍ୟାସ ଡିସକାଉଣ୍ଟ ମିଳିବ। ଟିଆଗୋ କେବଳ ପେଟ୍ରୋଲ ଇଞ୍ଜିନରେ ଆସିଥାଏ। ଏଥିରେ ୧.୨ ଲିଟରର ପେଟ୍ରୋଲ ଇଞ୍ଜିନ ରହିଛି। ଯାହା ୮୬ପିଏସର ପାଓ୍ଵାର ଦେଇଥାଏ। ଟାଟା ଟିଆଗୋର ଦାମ ୪.୬୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ।

tataଏସୟୁଭି କାର ହ୍ୟାରିୟରରେ ମିଳୁଛି ସବୁଠୁ ଅଧିକ ଡିସକାଉଣ୍ଟ

ଟାଟାର ସାନଦାର ଏସୟୁଭି ଟାଟା ହ୍ୟାରିୟର ଉପରେ ସବୁଠାରୁ ଅଧିକ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତର ଫାଇଦା ମିଳୁଛି। ଏଥିରେ ୩୦,୦୦୦ ଟଙ୍କା କ୍ୟାସ ଡିସକାଉଣ୍ଟ ଏବଂ ୩୦ ହଜାର ଟଙ୍କା ଏକ୍ସଚେଞ୍ଜ ବୋନସ ଭାବରେ ଦିଆଯାଉଛି। ଟାଟାର ଏହି ପାଞ୍ଚ ସିଟ୍‌ ବିଶିଷ୍ଟ ଏସୟୁଭି ୧୭ପିଏସ ପାଓ୍ଵାର ଥିବା ୨.୦ ଲିଟର ଡିଜେଲ ଇଞ୍ଜିନ ସହିତ ଆସିଥାଏ। ଏଥିରେ ପେଟ୍ରୋଲ ଇଞ୍ଜିନର ବିକଳ୍ପ ଉପଲବ୍ଧ ନାହିଁ। ହ୍ୟାରିୟରର ଦାମ ୧୩.୬୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ। ଏହାକୁ କ୍ରୟ କଲେ ଟାଟା ଗୃପର କର୍ମଚାରୀ ଏବଂ ଭେଣ୍ଡର୍ସଙ୍କୁ ୧୫୦୦୦ ଟଙ୍କା କର୍ପୋରେଟ ଡିସକାଉଣ୍ଟ ମଧ୍ୟ ମିଳିବ।

ନେକ୍ସନ ଉପରେ କର୍ପୋରେଟ ଡିସକାଉଣ୍ଟ, ଟିଗର ଉପରେ ୪୦ ହଜାର ରିହାତି

ଟାଟାର ସେଡାନ କାର ଟିଗର ଉପରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇଦା ମିଳିବ। କାହିଁକି ନା ଏଥିରେ ୨୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ରହିଛି। ଟାଟା ଗୃପ କର୍ମଚାରୀଙ୍କ ପାଇଁ ଏହି କାର ଉପରେ ୧୦,୦୦୦ ଟଙ୍କାର ଅତିରିକ୍ତ ରିହାତି ମିଳିବ। ଏହା କେବଳ ପେଟ୍ରୋଲ ଇଞ୍ଜିନରେ ଉପଲବ୍ଧ ରହିଛି। ଟିଗରରେ ଟିଆଗୋର ୮୬ପିଏସ ପାଓ୍ଵାର ବିଶିଷ୍ଟ ୧.୨ ଲିଟରର ଇଞ୍ଜିନ ରହିଛି। ଟିଗରର ଦାମ ୫.୭୫ ଲକ୍ଷରୁ ୭.୪୯ ଲକ୍ଷ ଟଙ୍କା ଭିତରେ ଆସିବ। ସେହିପରି ଟାଟା ନେକ୍ସନରେ କେବଳ କର୍ପୋରେଟ ଅଫର୍ସ ହିଁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.