ଇଜି ଫାଇନାନ୍ସ ଏବଂ ଭାରି ଡିସକାଉଣ୍ଟରେ ମିଳୁଛି ଟାଟାର ଏହି ଜବରଦସ୍ତ କାର, ସୁଧ ବି ବହୁତ କମ୍‌

ଟାଟା ମୋଟର୍ସର ପାସେଞ୍ଜର ଭେଇକିଲ କିଣିବା ଏବେ ବହୁତ ସହଜ ହୋଇଯାଇଛି। କମ୍ପାନୀ ଜଣାଇଛି ଯେ ସେ ନିଜ ଗ୍ରାହକଙ୍କୁ ଇଜି ଫାଇନାନ୍ସ ଅପ୍ସନ ସୁବିଧା ଦେବା ପାଇଁ ଇଣ୍ଡିଆନ୍‌ ବ୍ୟାଙ୍କ ସହିତ ଚୁକ୍ତି କରିଛି। ଏହି ପାର୍ଟନରସିପ୍‌ ଅନୁଯାୟୀ ସଫାରୀ, ହ୍ୟାରିୟର ଏବଂ ଅଲଟ୍ରୋଜ୍‌ ଭଳି ପପୁଲାର କାରକୁ ଇଜି ଫାଇନାନ୍ସ ଅଫର ସହିତ ଆପଣ କିଣିପାରିବେ।

ଟାଟା ମୋଟର୍ସ ଏହି ପଦକ୍ଷେପ ଆଗାମୀ ଫେଷ୍ଟିଭ୍‌ ସିଜନକୁ ଧ୍ୟାନରେ ରଖି ଉଠାଇଛି। କମ୍ପାନୀ ଗ୍ରାହକଙ୍କ ପାଇଁ ନିଜର ପସନ୍ଦର ଅପ୍ସନକୁ କିଣିବାରେ ଏହି ଅଫର ନିହାତି ଭାବେ ସାହାଯ୍ୟ କରିବ। ଏହାବ୍ୟତୀତ ଗ୍ରାହକ ଦେଶରେ ଟାଟା ମୋଟର୍ସର ଡିଲରସିପ ମାଧ୍ୟମରେ ଫାଇନାନ୍ସ ଅପ୍ସନ ପାଇଁ ରେଜିଷ୍ଟ୍ରେସନ କରିବା ବିକଳ୍ପକୁ ମଧ୍ୟ ବାଛି ପାରିବେ।

ଟାଟା ମୋଟର୍ସ ଜଣାଇଛି ଯେ ଟାଟାର ଗାଡିକୁ ଫାଇନାନ୍ସ କରିବା ଦ୍ୱାରା ସୁଧ ଦର ୭.୮୦ ପ୍ରତିଶତରୁ ଆରମ୍ଭ ହେବ। ଏହି ସ୍କିମ୍‌ ପର୍ଯ୍ୟନ୍ତ ଲୋନର ସମୟ ସୀମା ସାତ ବର୍ଷ ପର୍ଯ୍ୟନ୍ତ ହୋଇପାରେ। ଏହାଛଡା ବାହନର ଦାମ୍‌ ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ଫାଇନାନ୍ସ କରିପାରିବେ। ସବୁଠାରୁ ଭଲ କଥା ହେଉଛି ଏହି ଲୋନକୁ ଗ୍ରାହକ ଆଂଶିକ ପେମେଣ୍ଟର ଫୋର୍ସ କ୍ଲୋଜ୍‌ କରିପାରିବେ। ଏଥିପାଇଁ ଏକ୍ସଟ୍ରା ଚାର୍ଜ ଲାଗିବନାହିଁ।

ଟାଟା ମୋଟର୍ସ ପାସେଞ୍ଜର ଭେଇକିଲର ସିନିୟର ଜେନେରାଲ ମ୍ୟାନେଜର କହିଛନ୍ତି ଯେ, ଏହି ପଦକ୍ଷେପ ଗ୍ରାହକଙ୍କ ପାଇଁ କରାଯାଇଛି। ଗ୍ରାହକଙ୍କ ପାଇଁ କାର କିଣିବା ପ୍ରକ୍ରୀୟାକୁ ଆହୁରି ସହଜ ବନାଇବା ସହିତ ରାଇଡ୍‌ ବେଳେ ବହୁତ ଭଲ ଅନୁଭବ ଦେବ।

ଟାଟା କାର ଉପରେ ମିଳୁଛି ଭାରି ଡିସକାଉଣ୍ଟ

ମୌସୁମୀ ଋତୁ ଆସିବା ସହିତ ଅଫର୍ସ ବି ଆରମ୍ଭ ହୋଇଯାଇଛି। ଏମିତିରେ କାର କମ୍ପାନୀଗୁଡିକ ନିଜର ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନିଜ ଗାଡି ଉପରେ ବମ୍ପର ଡିସକାଉଣ୍ଟ ଦେଉଛି। ଟାଟା ମୋଟର୍ସର କାର ଉପରେ ମଧ୍ୟ ବହୁତ ଭଲ ଡିସକାଉଣ୍ଟ ମିଳୁଛି। ଏହି ଅଫର ସହିତ Tata Tiago ଏବଂ Tigorକୁ ୨୩୦୦୦ ଟଙ୍କା, Harrier ଉପରେ ୪୫,୦୦୦ ଟଙ୍କା, Nexon ଉପରେ ୨୦,୦୦୦ ଟଙ୍କା ଏବଂ Safari ଉପରେ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତର ରିହାତି ମିଳୁଛି।

ତେଣୁ ଯଦି ଆପଣ ଟାଟାର କୌଣସି କାର କିଣିବାକୁ ପ୍ଲାନ କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଏହି ସମୟ ଏକଦମ୍‌ ବେଷ୍ଟ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.