କେନ୍ଦ୍ର ସରକାରୀ କର୍ମଚାରୀ ଓ ବେତନଭୋଗୀଙ୍କ ପାଇଁ ଗୁଡ୍‌ ନ୍ୟୁଜ୍‌, ମିଳିବ ମହଙ୍ଗା ଭତ୍ତାର ୩ ବକେୟା କିସ୍ତି

କେନ୍ଦ୍ର ସରକାରୀ କର୍ମଚାରୀ ଓ ବେତନଭୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଆସନ୍ତା ଜୁଲାଇ ୧ରୁ କର୍ମଚାରୀ ଓ ବେତନଭୋଗୀଙ୍କୁ ସମ୍ପୂର୍ଣ୍ଣ ମହଙ୍ଗା ଭତ୍ତା(DA) ମିଳିବ ଏବଂ ୩ ଥରର ବକେୟା ମହଙ୍ଗା ଭତ୍ତା ବି ଦିଆଯିବ। ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ସଂସଦରେ କହିଛନ୍ତି କି, କୋଭିଡ୍‌ ସଙ୍କଟ ଯୋଗୁ ସରକାର କେନ୍ଦ୍ର କର୍ମଚାରୀମାନଙ୍କର ୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଏବଂ ୧ ଜାନୁଆରୀ ୨୦୨୧ର ତିନି କିସ୍ତି ମହଙ୍ଗା ଭତ୍ତାକୁ ରୋକି ଦେଇଥିଲେ। ଏହାଦ୍ୱାରା ପାଖାପାଖି ୫୦ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ବେତନଭୋଗୀଙ୍କୁ ଫାଇଦା ହେବ।

ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅନୁରାଗ ଠାକୁର କହିଥିଲେ, ‘ଯେତେବେଳେ ବି ଭବିଷ୍ୟତରେ ୧ ଜୁଲାଇ ୨୦୨୧ ମହଙ୍ଗା ଭତ୍ତାର କିସ୍ତି ଦେବାକୁ ନିର୍ଣ୍ଣୟ ହେବ, ତ ବକେୟା କିସ୍ତିଗୁଡ଼ିକ ବି ମିଳିଯିବ। ମହଙ୍ଗା ଭତ୍ତାର ୩ କିସ୍ତି ନ ଦେଇ ସରକାର ପାଖାପାଖି ୩୭,୫୩୦.୦୮ କୋଟି ଟଙ୍କା ଜମା କରିପାରିଥିଲେ। ଏଥିରୁ ସରକାରଙ୍କୁ କରୋନା ସମୟରେ ଆର୍ଥିକ ସଙ୍କଟରୁ ବାହାରିବା ପାଇଁ ସହଜ ହୋଇଥିଲା।

ସୂଚନାଥାଉ କି, ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନଙ୍କୁ ସେମାନଙ୍କ ମୂଳ ବେତନର ୧୭ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ମିଳୁଛି। ଏହା ଜୁଲାଇ ୨୦୧୯ରୁ ହିଁ ତୟ ହୋଇଛି ଏବଂ ଜାନୁଆରୀ ୨୦୨୦ରେ ଏଥିରେ ସଂଶୋଧନ ହେବାର ଥିଲା। କିନ୍ତୁ କରୋନା ଯୋଗୁ ସଂଶୋଧନ ହୋଇପାରିଲା ନାହିଁ। ଗତବର୍ଷ କେନ୍ଦ୍ର ମନ୍ତ୍ରୀମଣ୍ଡଳ DA ୪ ପ୍ରତିଶତ ବଢ଼ାଇ ୨୧ ପ୍ରତିଶତ କରିବାକୁ ମଞ୍ଜୁରୀ ଦେଇଥିଲେ। କିନ୍ତୁ ଏହାକୁ ଏ ପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.