ପୋଲିସ ଚାକିରି ପାଇବାର ସ୍ୱପ୍ନ ହେବ ପୂରଣ, ୧୧୪୯ କନଷ୍ଟେବଳ ପଦରେ ହେବ ନିଯୁକ୍ତି

Constable Recruitment 2022: କେନ୍ଦ୍ରୀୟ ଔଦୋଗିକ ସୁରକ୍ଷା ବଳ (cisf) ନିଜର ଅଫିସିଆଲ େଓ୍ଵବସାଇଟ cisfrectt.in ରେ କନଷ୍ଟେବଲ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ୍‌ ଜାରି କରାଯାଇଛି। କନଷ୍ଟେବଳ ଫାୟାରମ୍ୟାନ୍‌ ଭର୍ତ୍ତି ପାଇଁ ଅନଲାଇନ ରେଜିଷ୍ଟ୍ରେନର ପ୍ରକ୍ରୀୟା ଆଜି ୨୯ ଜାନୁଆରୀ ୨୦୨୨ ରୁ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଏବଂ ଇଚ୍ଛୁକ ଆଶାୟୀ ପ୍ରାର୍ଥୀ ଏହି ଭର୍ତ୍ତି ପାଇଁ ୦୪ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଏହି ଭର୍ତ୍ତିରେ ସାରା ଦେଶର ମୋଟ ୧୧୪୯ ପଦ ପାଇଁ ଭର୍ତ୍ତି କରାଯିବ। ଯେଉଁ ଆଶାୟୀ ପ୍ରାଥି ସିଆଇଏସଏଫ କନଷ୍ଟେବଲ ଭର୍ତ୍ତି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଜାରି କରାଯାଇଥିବା ନୋଟିଫିକେସନରେ ସମସ୍ତ ଜରୁରୀ ବିବରଣୀ ଚେକ କରନ୍ତୁ ଏବଂ ନିର୍ଦ୍ଧାରିତ ଯୋଗ୍ୟତା ଅନୁସାରେ ଆବେଦନ କରନ୍ତୁ। ଆଶାୟୀ ପ୍ରାର୍ଥିଙ୍କ ଚୟନ ଲିଖିତ ପରୀକ୍ଷା, ମେଡିକାଲ ଟେଷ୍ଟ, ଶାରୀରିକ ଦକ୍ଷତା ପରୀକ୍ଷା (ପିଇଟି), ଶାରୀରିକ ମାନକ ପରୀକ୍ଷଣ (ପିଏସଟି) ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ କରାଯିବ।

କନଷ୍ଟେବଲ ଭର୍ତ୍ତି ପାଇଁ ସାଇନ୍ସ ଷ୍ଟ୍ରୀମରେ ଦ୍ୱାଦଶ ପାସ୍‌ କରିଥିବା ଆଶାୟୀପ୍ରାର୍ଥୀ ଆବେଦନ କରିପାରିବେ। ବୟସ ସୀମା ୧୮ ରୁ ୨୩ ବର୍ଷ ନିର୍ଦ୍ଧାରିତ କରାଯାଇଛି। ଚୟନ ହୋଇଥିବା ଆଶାୟୀ ପ୍ରାର୍ଥି ପେ ଲେବଲ ୩ ଅନୁଯାୟୀ ୨୧,୭୦୦/- ଟଙ୍କାରୁ ୬୯,୧୦୦/- ଟଙ୍କା ପର୍ଯ୍ୟନ୍ତ ମାସିକ ବେତନ ମିଳିବ। ଆବେଦନକାରୀଙ୍କୁ ୧୦୦ ଟଙ୍କାର ଆବେଦନ ଶୁଳ୍କ ମଧ୍ୟ ଦେବାକୁ ହେବ ଯେଉଁଥିରେ ରିଜର୍ଭ କ୍ୟାଣ୍ଡିଡେଟସଙ୍କ ପାଇଁ କିଛି ଛାଡ କରାଯାଇଛି। ଅନ୍ୟ ସୂଚନା ପାଇଁ ଆପଣ ନୋଟିଫିକେସନକୁ ଚେକ କରିପାରିବେ।

Leave A Reply

Your email address will not be published.