Coalfields Limited Recruitment 2021: ୮ମ ଓ ୧୦ ପାସ୍‌ ଯୁବକଙ୍କ ପାଇଁ ଚାକିରି, ଏଠାରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ନର୍ଦର୍ଣ୍ଣ କୋଲଫିଲ୍ଡ ଲିମିଟେଡ(NCL) ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ଗୋଟିଏ ବର୍ଷ ଆପ୍ରେଣ୍ଟିସ୍‌ ପାଇଁ ନୋଟିଫିକେସନ ଜାରି କରିଛନ୍ତି । ସମସ୍ତ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ NCL Apprentice Recruitment 2021 ପାଇଁ ଅଫିସିଆଲ େଓ୍ଵବସାଇଟ apprenticeshipindia.org ରେ ୦୬ ଡିସେମ୍ବର ୨୦୨୧ ଠାରୁ ଆବେଦନ କରିପାରିବେ । ଏହାର ଶେଷ ତାରିଖ ରହିଛି ୨୦୨୧ ଡିସେମ୍ବର ୨୦ ତାରିଖ । ଏହି ପ୍ରକ୍ରିୟା ଦ୍ୱାରା ୧୨୯୫ ପଦବୀ ପୁରଣ କରାଯିବ । ଯେଉଁଥିରେ ରହିଛି ୮୮େଓ୍ଵଲ୍ଡର, ୬୮୫ ଫିଟର, ୪୩୦ ଇଲେକ୍ଟ୍ରିସିଆନ ଓ ୯୨ ମୋଟର ମେକାନିକ ପଦ ।

ନୋଟିଫିକେସନ ଅନୁଯାୟୀ ଫିଟର, ଇଲେକ୍ଟ୍ରିସିଆନ ଓ ମୋଟର ମେକାନିକି ପଦବୀ ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ ମ ଶ୍ରେଣୀ ପାସ କରିଥିବା ଦରକାର । ଏଥିସହିତ ପ୍ରାର୍ଥୀଙ୍କୁ ସମ୍ପର୍କିତ ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ NCVT / SCVT ରୁ ପ୍ରାପ୍ତ ହୋଇଥିବା ଦରକାର ।

ସେହିପରି େଓ୍ଵଲ୍ଡର ପଦବୀ ପାଇଁ ପ୍ରାର୍ଥୀ ୮ମ ପାସ କରିଥିବା ଦରକାର । ଯୋଗ୍ୟ ପ୍ରାର୍ଥୀଙ୍କର ନିମ୍ନତମ ବୟସ ୧୬ ବର୍ଷ ଓ ସର୍ବାଧିକ ବୟସ ୨୪ ବର୍ଷ ବୟସ ହେବା ଆବଶ୍ୟକ । ସରକାରୀ ନିୟମ ଅନୁଯାୟୀ ସଂରକ୍ଷଣ କାଟେଗୋରୀ ପାଇଁ ବର୍ଦ୍ଧିତ ବୟସ କୋହଳ ରହିବ ।

ଏହାଛଡ଼ା ସେଣ୍ଟ୍ରାଲ କୋଲଫିଲ୍ଡ ଲିମିଟେଡ ରାଞ୍ଚି ମଧ୍ୟ ବିଭିନ୍ନ ଟ୍ରେଡ ପାଇଁ ଆପ୍ରେଣ୍ଟିସ ପଦବୀ ଆହ୍ଵାନ କରିଛି । ଇଚ୍ଛୁକ ପ୍ରାର୍ଥୀ CCL Recruitment 2021 ପାଇଁ ଅଫିସିଆଲ େଓ୍ଵବସାଇଟ apprenticeshipindia.org ରେ ୦୫ ଡିସେମ୍ବର ୨୦୨୧ ରେ ଅନଲାଇନରେ ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.