ଖୁସି ଖବର, ସରକାରୀ କର୍ମଚାରୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର

ସରକାରୀ କର୍ମଚାରୀଙ୍କ ଅପେକ୍ଷାର ଏକ ପ୍ରକାର ଅନ୍ତ ଘଟିଛି । ସରକାର DA ବୃଦ୍ଧି ଉପରେ ଏକ ପ୍ରକାର ମୋହର ମାରି ଏହାକୁ ପ୍ରାୟ ୫ ପ୍ରତିଶତ ବୃଦ୍ଧି କରିଥିବା ନେଇ ଜଣାଯାଇଛି । କହିରଖିବା ଉଚିତ ହେବକି ତ୍ରିପୁରା ସରକାରଙ୍କ ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ଏକ ଶୁଭ ଖବର ଜାରି କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ମାନିକ ଶାହ ୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବଢାଇବା ନେଇ ଏକ ବିଲ ଉପରେ ମଞ୍ଜୁରୀ ପ୍ରଦାନ କରିଛନ୍ତି । କହିରଖିବା ଉଚିତ ହେବକି, ଏଭିତରେ ବିଭିନ୍ନ ରାଜ୍ୟ ସରକାର ମହଙ୍ଗା ଭତ୍ତା ବଢ଼ାଇ ଦେଇଛନ୍ତି । ତ୍ରିପୁରା ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ଜଣାଯାଇଛି । ଅନ୍ୟପକ୍ଷରେ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ ଏବାବଦରେ ସୂଚନା ଦେଇଛନ୍ତି ।

ସୂଚନା ଦେଇରଖୁଛୁକି, ଆସନ୍ତା ବର୍ଷ ଅର୍ଥାତ ୨୦୧୩ ମସିହା ମାର୍ଚ୍ଚ ମାସରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି କାରଣରୁ ସରକାରୀ କର୍ମଚାରୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଏପରି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟରେ ମଧ୍ୟ ୫ ପ୍ରତିଶତ ମହଙ୍ଗା ଭତ୍ତାକୁ ମଞ୍ଜୁରୀ ମିଳିଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ତ୍ରିପୁରା ରାଜକୋଷ ଉପରେ ୫୨୩.୮୦ କୋଟି ପର୍ଯ୍ୟନ୍ତର ବୋଝ ପଡିବ । କହିରଖିବା ଉଚିତ ହେବକି ଏପରି ଏକ ନିଷ୍ପତ୍ତି ଦ୍ୱାରା ୧ ଲକ୍ଷ ୪ ହଜାର ୬୮୩ ଜଣ କର୍ମଚାରୀଙ୍କ ସମେତ ୮୦ ହଜାର ୮୫୫ ଜଣ ପେନ୍ସନ ଭୋଗୀଙ୍କୁ ମଧ୍ୟ ଲାଭ ମିଳିବ । ଅର୍ଥାତ ଏହାଦ୍ୱାରା ତ୍ରିପୁରାର ପ୍ରାୟ ୧ ଲକ୍ଷ ୮୮ ହଜାର ୪୯୪ ଜଣ ଲାଭାନ୍ବିତ ହେବେ ।

ଏହା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DAକୁ ୩୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ୩୪ ପ୍ରତିଶତ କରିଛନ୍ତି । ଯାହା ଫଳରେ ୭.୫ ଲକ୍ଷ କର୍ମଚାରୀ ଲାଭାନ୍ବିତ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ କୋଷ ଉପରେ ୬୨୫ କୋଟି ପର୍ଯ୍ୟନ୍ତର ଅତିରିକ୍ତ ବୋଝ ପଡିବ । ଏହା ପୂର୍ବରୁ ବି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ଅଧିକ ବଢାଯାଇ ୩୮ ରୁ ୩୯ ପ୍ରତିଶତ କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.