ଇଟାଲୀରେ ଚାଲିଛି ବାଇକ୍‌ ମେଳା; ହିରୋ, କେଟିଏମ୍‌ ଓ ହୋଣ୍ଡା ଲଞ୍ଚ୍‌ କଲେ ନୂଆ ଦ୍ରୁତଗାମୀ ଦୁଇଚକିଆ ଯାନ

ବର୍ତ୍ତମାନ ଇଟାଲୀର ଫ୍ୟାଶନ ସହର ମିଲାନ୍‌ରେ ଗ୍ଲୋବାଲ ମୋଟର ସାଇକେଲ ଶୋ EICMA 2019 ଚାଲିଛି। ଏ ଅବସରରେ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ଡିଜାଇନ୍‌ର ଦୁଇଚକିଆ ଯାନ ପ୍ରଦର୍ଶିତ କରୁଛନ୍ତି। ହିରୋ, କେଟିଏମ୍‌, ହୋଣ୍ଡା, ଟିଭିଏସ୍‌ ସମେତ ବହୁ ଜଣାଶୁଣା କମ୍ପାନୀ ଏହି କାର୍ଯ୍ୟକ୍ରମରେ ନିଜ ବାଇକ ଉପସ୍ଥାପିତ କରିଛନ୍ତି।

ଏହାସହ ପଢ଼ନ୍ତୁ: ବ୍ୟାଙ୍କ ସମିଶ୍ରଣ ଦ୍ୱାରା ପ୍ରଭାବିତ ହୋଇଛନ୍ତି ୩,୪୨୭ଟି ସରକାରୀ ବ୍ୟାଙ୍କ ଶାଖା, ଖୁଲାସା କଲା RTI

EICMA ରେ ହିରୋ କମ୍ପାନୀ Bajaj Pulsar NS160, ଟିଭିଏସ୍‌ର Apache RTR 160 4V , ହୋଣ୍ଡାର Honda CB Hornet 160R କୁ ଟକ୍କର ଦେବା ଲାଗି ନୂଆ Hero Xtreme 1R ଲଞ୍ଚ କରିଛି।

Hero Xtreme 1R ରେ ୧୬୦ ସିସିର ନେକେଡ ଷ୍ଟ୍ରିଫାଇଟର ଇଞ୍ଜିନ୍‌ ଦିଆଯାଇଛି। ବାଇକ୍‌ର ଓଜନ ୧୪୦ କେଜି ରହିଛି। ଏଥିରେ ଏଲ୍‌ଇଡି ହେଡଲ୍ୟାମ୍ପସ୍‌ ସହ ସିଗ୍ନେଚର ଏଲ୍‌ଇଡି ଟେଲ-ଲ୍ୟାମ୍ପ ମଧ୍ୟ ମିଳିବ। ବାଇକ୍‌ର ସିଟ୍‌ କମ୍‌ ଉଚ୍ଚତା ବିଶିଷ୍ଟ ଥିବାରୁ ଗେଡ଼ା ଲୋକମାନେ ମଧ୍ୟ ଏହାକୁ ସହଜରେ ଚଲାଇପାରିବେ।

ଏହାସହ ପଢ଼ନ୍ତୁ: ଭାରତୀୟ ନୌସେନା ୨୭୦୦ ପଦ ପାଇଁ ପ୍ରାର୍ଥୀ ଆବଶ୍ୟକ କରୁଛି, ତୁରନ୍ତ କରନ୍ତୁ ଆବେଦନ

EICMA ରେ ସ୍ପୋର୍ଟସ ବାଇକ୍‌ ନିର୍ମାତା କମ୍ପାନୀ କେଟିଏମ୍‌ ମଧ୍ୟ ନୂଆ KTM 390 Adventure ର ବଜାର ପ୍ରବେଶ କରାଇଛି। ଏହି ବାଇକରେ ନୁକଲ ଗାର୍ଡସ୍‌, ବାସ୍‌ ପ୍ଲେଟ, ଫ୍ଲାଟ୍‌ ସିଟ୍‌ ଆଦି ରହିଛି। ବାଇକର ଓଜନ ୧୫୮ କେଜି ଥିବା ବେଳେ ଏହା ୧୪.୫ ଲିଟର ତେଲ ମହଜୁଦ୍‌ ରଖିବାକୁ ସକ୍ଷମ। ବାଇକ୍‌ରେ ୩୭୩ସିସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍‌ ରହିଛି। ସ୍ପିଡ୍‌ ପାଇଁ ବାଇକ୍‌ରେ ୬ଟି ସ୍ଲିପ୍ଡ ଗିୟରବକ୍ସ ଦିଆଯାଇଛି।

ସେହିପରି ହୋଣ୍ଡା ନୂଆ Honda CBR1000RR-R Fireblade ଲଞ୍ଚ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.