EPF ଉପରେ ମିଳୁଥିବା ସୁଧ ନେଇ ବଡ଼ ଘୋଷଣା, ଜାଣନ୍ତୁ ଆପଣଙ୍କ ଖାତାକୁ କେବେ ଆସୁଛି ସୁଧ ଟଙ୍କା

ନୂଆଦିଲ୍ଳୀ : EPFO ଯୋଜନା ଅନ୍ତର୍ଗତ ରେଜିଷ୍ଟର ସବ୍‌ସ୍କ୍ରାଇବରଙ୍କ ପାଇଁ ସୁଧ ରେଟରେ କୌଣସି ହ୍ରାସ କରାଯିବ ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପ୍ରକାଶ କରିଛି । ଗତ ବର୍ଷ ତୁଳନାରେ ସୁଧ ପଇଠ କରିବାରେ ବିଳମ୍ବ ସପ୍ଟେଓ୍ଵୟାର ଅପଗ୍ରେଡ ପାଇଁ ହୋଇଥିବା ମନ୍ତ୍ରାଳୟ ପ୍ରକାଶ କରିଛି ।

କୌଣସି ବି ଗ୍ରାହକଙ୍କୁ ସେମାନଙ୍କର ସୁଧ ପାଇଁ କିଛି କ୍ଷତି ସହିବାକୁ ପଡିବ ନାହିଁ । କାରଣ ସବୁ ଇପିଏଫ୍‌ ଗ୍ରାହକଙ୍କ ଖାତାରେ ସୁଧ ଜମା କରାଯିବ । ଏହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମନ୍ତ୍ରାଳୟ ବୁଧବାର ବିଳମ୍ବିତ ରାତିରେ ଏ ସମ୍ପର୍କରେ ଟ୍ଵିଟ କରି ପ୍ରକାଶ କରିଛି ।

କେତେ ମିଳିବ ସୁଧ

୩୧ ମାର୍ଚ୍ଚ ୨୦୨୧-୨୨ସୁଦ୍ଧା ଶେଷ ହେଉଥିବା ଆର୍ଥିକ ବର୍ଷରେ ୫ କୋଟିରୁ ଅଧିକ ଗ୍ରାହକଙ୍କ ପାଇଁ ଇପିଏଫ୍‌ ଜମା ଉପରେ ୮.୧ ପ୍ରତିଶତ ସୁଧ ଦେବାକୁ ମଞ୍ଜୁର କରାଯାଇଥିଲା । ୨୦୨୧-୨୨ ପ୍ରୋଭିଡେଣ୍ଟ ଫଣ୍ଡରେ ପ୍ରତି ବର୍ଷ ୨.୫ ଲକ୍ଷ ଟଙ୍କାରୁ ଅଧିକ ଯୋଗଦାନ ଉପରେ ଥିବା ସୁଧ ଉପରେ ଟ୍ୟାକ୍ସ ଲଗାଇବା ପାଇଁ ଚିନ୍ତା କରାଯାଉଥିଲା ବୋଲି ଅର୍ଥ ମନ୍ତ୍ରୀ ସୀତାରମଣ ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.