ଫ୍ଳିପକାଟର ବିଗ୍ ବିଲିୟନ୍ ଅଫର : ଏଥିରେ ଆପଣଙ୍କୁ ମିଳିବ ଦୁବାଇ ବୁଲିବାର ମଉକା

ନୂଆଦିଲ୍ଲୀ : ଫ୍ଳିପକାଟ୍ ଏହାର ବିଗ୍ ବିଲିୟନ୍ ଅଫର ସହ ଆଉଥରେ ଫେରିଛି। କମ୍ପାନୀର ଏହି ସେଲ୍ ୧୬ ଜୁଲାଇ ଅର୍ଥାତ୍ ଆଜି ସନ୍ଧ୍ୟା ୪ଟାରୁ ଆରମ୍ଭ ହେବାକୁ ଯାଉଛି। ଏହି ସେଲରେ ଭିବୋ, ସାମସଙ୍ଗ, ଗୁଗୁଲ ସମେତ ଅନ୍ୟନ୍ୟ କମ୍ପାନୀର ମୋବାଇଲରେ ଧମାକେଦାର ରିହାତି ଅଫର ରହିଛି। ଏହି ସେଲରେ ଗୁଗୁଲ ପିକ୍ସଲର ୧୨୮ ଜିବି ବିଶିଷ୍ଟ ମୋବାଇଲ କେବଳ ୪୨,୯୯୯ ଟଙ୍କାରେ ଆପଣ ପାଇପାରିବେ। ଏଥିସହ ବିଭିନ୍ନ ସ୍ମର୍ଟଫୋନରେ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି। ଫିଲ୍ପକାଟର ଏହି ସେଲରେ ଆପଲ କମ୍ପାନୀ ଉପରେ ମଧ୍ୟ ବହୁତ ଭଲ ରିହାତି ରହିଛି। ତେବେ ଏହି ଅଫରଟି ୧୯ ଜୁଲାଇ ପର୍ୟ୍ୟନ୍ତ ଲାଗୁ ରହିବ।

flipkart

ଫିଲ୍ପକାଟର ବିଗ୍ ବିଲିୟନ ଅଫରରେ ଏସବିଆଇ କ୍ରେଡ଼ିଟ କାର୍ଡ଼ ଦ୍ବାରା ପେମେଣ୍ଟ କରିବା ଦ୍ବାରା ଆପଣଙ୍କୁ ୧୦ ପ୍ରତିଶତ ତୁରନ୍ତ ରିହାତି ମିଳିବ। ସେହିଭଳି ଗୁଗୁଲ ପିକ୍ସଲ୨ ର ମୂଲ୍ୟ ୭୦ହଜାର ଟଙ୍କା ହୋଇଥିବା ବେଳେ ତାହା କେବଳ ୪୨,୯୯୯ଟଙ୍କାରେ ଉପଲବ୍ଧ ରହିଛି। ଏକ୍ସଚେଞ୍ଜ ଅଫରରେ ୩ରୁ ୮ହଜାର ପର୍ୟ୍ୟନ୍ତ ମୂଲ୍ୟ ରହିଥିବା ବେଳେ କ୍ୟାସବ୍ୟାକ୍ ସୁବିଧା ମଧ୍ୟ ରହିଛି।

ଏହି ଅଫରର ସବୁଠାରୁ ଖାସ କଥା ହେଉଛି, ଅଫରର ଏହି ୪ ଦିନ ସନ୍ଧ୍ୟା ୬ଟା ସମୟରେ ସୋପ୍ ଏଣ୍ଡ ଅମ୍ପ ଭଳି ଖେଳ ରଖାଯାଇଛି। ଯେଉଁଥିରେ ଗ୍ରାହକଙ୍କୁ ପ୍ରତି ମିନିଟରେ ବୁକମାଇସୋ ର ଭାଉଚର ମିଳିବ। ଏଥିସହ ପ୍ରତି ଘଣ୍ଟାରେ ଫିଟବିଟ୍ ଚାର୍ଜ୨ ଜିତିବାର ସୁଯୋଗ ମଧ୍ୟ ମିଳିବ। ଖାଲି ସେତିକି ନୁହଁ ବିଜେତା ଗ୍ରାହକଙ୍କୁ ଦୁବାଇ ବୁଲିଯିବାର ସୁଯୋଗ ମଧ୍ୟ ମିଳିବ। ତେବେ କେତେ ଟଙ୍କାର ଜିନିଷ କିଣିବା ପରେ ଗ୍ରାହକ ଏହି ପ୍ରତିଯୋଗୀତାରେ ଭାଗ ନେଇ ପାରିବେ ତାହା ଆଜି ସନ୍ଧ୍ୟା ୪ଟା ପରେ ହିଁ ଜଣାପଡ଼ିବ। ଏହି ଅଫର ବିଷୟରେ ଅଧିକ ଜାଣିବା ପାଇଁ ଚେକ୍ କରନ୍ତୁ ଫ୍ଳିପକାଟ୍ ୱେବସାଇଟ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.