୩୦୦ ଟଙ୍କା ଶସ୍ତାରେ ମିଳୁଛି ଗ୍ୟାସ୍‌ ସିଲିଣ୍ଡର! ଫଟାଫଟ୍‌ ଆଜି ହିଁ କରି ନିଅନ୍ତୁ ବୁକିଂ

ଯଦି ଆପଣ ଗ୍ୟାସ୍ ସିଲିଣ୍ଡର ବୁକ୍‌ କରିବାକୁ ଯାଉଛନ୍ତି, ତା’ ହେଲେ ଆପଣଙ୍କ ପାଇଁ ଏକ ଖୁସି ଖବର। ସାରା ଦେଶରେ ଯେଉଁଠି ଗ୍ୟାସ ସିଲିଣ୍ଡର ମୂଲ୍ୟ ଲଗାତାର ବୃଦ୍ଧି ପାଇବାରେ ଲାଗିଛି, ସେଠି ଆପଣଙ୍କୁ ପାଖାପାଖି ୩୦୦ ଟଙ୍କା ଶସ୍ତାରେ ଗ୍ୟାସ୍ ସିଲିଣ୍ଡର ମିଳୁଛି। ଆପଣଙ୍କ ପାଖରେ ଶସ୍ତା ଗ୍ୟାସ ସିଲିଣ୍ଡର ବୁକ୍ କରିବାର ସୁଯୋଗ ରହିଛି। ଆସନ୍ତୁ ଜାଣିବା, ମାତ୍ର ୭୫୦ ଟଙ୍କାରେ ଆପଣ କିଭଳି ସିଲିଣ୍ଡର ପାଇ ପାରିବେ।

କହି ରଖୁଛୁ, ସରକାରୀ ତୈଳ କମ୍ପାନୀ ତରଫରୁ ସାଧାରଣ ଜନତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଆରମ୍ଭ ହୋଇଛି। ଇଣ୍ଡେନ୍‌ର ଏହି ସୁବିଧା ଅଧୀନରେ ଆପଣଙ୍କୁ ମାତ୍ର ୭୫୦ ଟଙ୍କାରେ ଏକ ଗ୍ୟାସ ସିଲିଣ୍ଡର ମିଳିବ। ଇଣ୍ଡେନ୍‌ ତରଫରୁ ଗ୍ରାହକ ମାନଙ୍କ ପାଇଁ କମ୍ପୋଜିଟ୍ ସିଲିଣ୍ଡରର ସୁବିଧା ଆରମ୍ଭ କରାଯାଇଛି। ଏହି ସିଲିଣ୍ଡରକୁ କିଣିବା ପାଇଁ ଆପଣଙ୍କୁ କେବଳ ୭୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ସିଲିଣ୍ଡରର ବିଶେଷତ୍ତ୍ୱ ହେଉଛି, ଏହାକୁ ଆପଣ ଖୁବ୍‌ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ପାରିବେ। ଏହି ସିଲିଣ୍ଡରର ଓଜନ ମଧ୍ୟ ସାଧାରଣ ସିଲିଣ୍ଡର ତୁଳନାରେ କମ୍‌ ରହିଛି।

ସାରା ଦେଶରେ ବର୍ତ୍ତମାନ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଆକାଶଛୁଅାଁ ହୋଇ ଯାଇଛି। ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ରହିଛି ୧୦୫୩ ଟଙ୍କା। ଏଭଳି ସ୍ଥିତିରେ ଆପଣଙ୍କୁ ସରକାରୀ କମ୍ପାନୀ ‘ଇଣ୍ଡେନ୍‌’ ପକ୍ଷରୁ ୭୫୦ ଟଙ୍କାରେ ସିଲିଣ୍ଡର ଦିଆଯାଉଛି। ତେବେ ଜାଣନ୍ତୁ, କିପରି ଆପଣ ଶସ୍ତାରେ ଗ୍ୟାସ ସିଲିଣ୍ଡର ପାଇ ପାରିବେ। କମ୍ପୋଜିଟ୍ ସିଲିଣ୍ଡର ଓଜନରେ ବହୁତ ହାଲୁକା ହୋଇଥିବା ବେଳେ ଏଥିରେ ଆପଣଙ୍କୁ ୧୦ କିଲୋଗ୍ରାମ ଗ୍ୟାସ୍ ମିଳିଥାଏ। ଏହି କାରଣରୁ ସିଲିଣ୍ଡରଗୁଡ଼ିକର ଦାମ୍‌ ବହୁତ କମ୍‌ ରହିଛି। ବର୍ତ୍ତମାନ କମ୍ପୋଜିଟ୍ ସିଲିଣ୍ଡର ଦେଶର ୨୮ ରୁ ଅଧିକ ସହରରେ ଉପଲବ୍ଧ ରହିଛି। କିନ୍ତୁ କମ୍ପାନୀ ବହୁତ ଜଲ୍‌ଦି ଏହାକୁ ସମସ୍ତ ସହରରେ ଉପଲବ୍ଧ କରାଇବା ଉପରେ କାର୍ଯ୍ୟ କରୁଛି।

ସୂଚନାଥାଉ କି, ନିକଟରେ ଅଗଷ୍ଟ ୧୮ରେ ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦାମ୍‌ ୨୫ ଟଙ୍କା ବୃଦ୍ଧି ପାଇଥିଲା। ଏହା ପୂର୍ବରୁ ଜୁଲାଇରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୨୫.୫୦ ଟଙ୍କା ବଢ଼ିଥିଲା। ଜୁନ୍‌ ମାସରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୮୦୯ ଟଙ୍କା ଥିଲା। ଏହା ଜୁଲାଇରେ ବଢ଼ି ୮୩୪ ଟଙ୍କା ହୋଇଥିଲା। ଅନ୍ୟ ପଟେ ଯଦି ଜାନୁଆରୀରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବଢ଼ିଥିବା ଗ୍ୟାସ୍‌ ଦରକୁ ଦେଖିବା, ତେବେ ବିଗତ ୮ ମାସ ମଧ୍ୟରେ ସିଲିଣ୍ଡରର ଦାମ୍‌ ୧୬୫ ଟଙ୍କା ବଢ଼ିଛି।

ସୂଚନା ଯୋଗ୍ୟ ଯେ ତୈଳ କମ୍ପାନୀ ପ୍ରତି ମାସରେ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ସମୀକ୍ଷା କରି ଥାଆନ୍ତି ଓ ତା’ ପରେ ବଢ଼ାଇବେ କି କମାଇବେ, ସେ ନେଇ ନିଷ୍ପତ୍ତି ନେଇ ଥାଆନ୍ତି। ପ୍ରତି ରାଜ୍ୟରେ ଭିନ୍ନ ଭିନ୍ନ ଟ୍ୟାକ୍ସ ଆଦାୟ ହେଉ ଥିବାରୁ ସିଲିଣ୍ଡରର ଦାମ୍‌ ମଧ୍ୟ ଊଣା ଅଧିକ ଏପଟ ସେପଟ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.