ସରକାରଙ୍କ ନୂଆ ନୀତି : ଏବେ କମ୍ ଦାମରେ ମିଳିବ ଶସ୍ତା ଘର

ନୂଆଦିଲ୍ଲୀ : ସାଧାରଣ ଜନତାଙ୍କୁ ଶସ୍ତା ଘର ଯୋଗାଇବା ପାଇଁ ବର୍ତ୍ତମାନ ସରକାର ଲାଗୁ କରିଛନ୍ତି ନୂଆ ନିୟମ । ଏହି ନିୟମ ଅନୁଯାୟୀ ଭାରତରେ ବିଲ୍ଡର ମାନଙ୍କୁ ଏକ ବର୍ଷ ମଧ୍ୟରେ ଆପାର୍ଟମେଣ୍ଟ ନିର୍ମାଣର ସମସ୍ତ କାମ ଶେଷ କରିବାକୁ ପଡ଼ିବ । ଯଦି ବିଲ୍ହର ଏହି ନିୟମକୁ ପାଳନ କରୁନାହାନ୍ତି ତେବେ ପ୍ଲାଟ ପିଛା ୧୦ ଗୁଣ ଟିକସ ତାଙ୍କୁ ଇନକମ୍ ଟ୍ୟାକ୍ସ ବିଭାଗକୁ ଦେବାକୁ ପଡ଼ିବ । ଏହି ନିୟମକୁ ଇନକମ୍ ଟ୍ୟାକ୍ସ ବିଭାଗ ଅନ୍ତର୍ଗତ ଧାରା ୨୩ ଏବଂ ୨୪ରେ ଲାଗୁ କରାଯାଇଛି।

ସୂଚନା ଅନୁଯାୟୀ , ଦେଶରେ ବର୍ତ୍ତମାନ ସମୁଦାୟ ୪.୫ ଲକ୍ଷ ପ୍ଲାଟ ବିକ୍ରି ନହୋଇ ଖାଲି ପଡ଼ିଛି। ବିଲ୍ଡର ମାନେ ଏହି ପ୍ଲାଟ ଗୁଡ଼ିକୁ ବିକ୍ରି ନକରି ସ୍ଥଗିତ ରଖିଥିଲେ କିନ୍ତୁ ଏବେ ତାଙ୍କୁ ଏହି ଖାଲି ପ୍ଳାଟ ଗୁଡ଼ିକୁ ଶୀଘ୍ର ବିକ୍ରି କରିବାକୁ ପଡ଼ିବ । ଯାହା ଫଳରେ ଘର ଗୁଡ଼ିକର ଦାମ କମ ହେଇଯିବ ।

ସରକାରଙ୍କ ଏହି ନିୟମ ଦ୍ବାରା ଘର କିଣିବାକୁ ପ୍ରସ୍ତୁତି କରୁଥିବା ଲୋକ ବହୁ ଲାଭରେ ରହିବେ । ଏହା ଦ୍ବାରା ପ୍ଲାଟ ଗୁଡ଼ିକର ରିଟେଲର ମୂଲ୍ୟ ଠାରୁ ପ୍ରାୟ ୩୦ ପ୍ରତିଶତ କମ ଟଙ୍କାରେ ଘର ମିଳିବ । ଏହା ଦ୍ବାରା ବିକ୍ରି ନହୋଇ ଖାଲି ପଡ଼ି ରହୁଥିବା ଘର ଗୁଡ଼ିକର ସଂଖ୍ୟା କମ ହେବା ସହ ଆପାର୍ଟମେଣ୍ଟ ଗୁଡ଼ିକ ଭଲ ଭାବେ ଏବଂ ଠିକ ଦରରେ ବିକ୍ରି ହେବ । ଏହା ନିୟମକୁ ଚଳିତ ବର୍ଷ ଶେଷ ସୁଧା ଲାଗୁ କରାଯିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.