GST କାଉନସିଲ୍ ଡିସିସନ୍: ଖାଇବା ପିଇବା ଠାରୁ ଆରମ୍ଭ କରି ହୋଟେଲରେ ରହିବା ହେବ ମହଙ୍ଗା

GST କାଉନସିଲ୍ ତରଫରୁ ନିଷ୍ପତି ନିଆଯାଇ ଟାକ୍ସ ଦର ବୃଦ୍ଧି କରାଯାଇଛି। ବର୍ତ୍ତମାନ ଯେକୌଣସି ଶସ୍ୟ ଠାରୁ ଆରମ୍ଭ କରି ଦହି, ଲସି ଓ ଚ୍ଛାସ୍ ଉପରେ ମଧ୍ୟ GST ଦେବାକୁ ପଡ଼ିବ। ତେବେ ପ୍ୟାକ୍ ହୋଇଥିବା ବସ୍ତୁ ଉପରେ ଅଧିକ ଜିଏସଟି ଦେବାକୁ ପଡ଼ିବ।

ଭ୍ରମଣରେ ଏବେ ୧୦୦୦ ଟଙ୍କାରୁ କମ୍ ମୂଲ୍ୟରେ ମିଳୁଥିବା ଘର ଉପରେ ମଧ୍ୟ GST ଲାଗିବ। ଏମିତିକି ହସ୍ପିଟାଲରେ ଚିକିତ୍ସା ସମୟରେ ମଧ୍ୟ ୫୦୦୦ ରୁ ଅଧିକ ରେଣ୍ଟ ହୋଇଥିବା ରୁମ୍ ପାଇଁ ମଧ୍ୟ GST ଦେବାକୁ ପଡ଼ିବ। ଏହା ଛଡ଼ା ଅନ୍ୟ ସବୁ ବସ୍ତୁରେ ମଧ୍ୟ ମୂଲ୍ୟ ବଢ଼ା ଯାଇଛି, ଯାହାକି ମହଙ୍ଗା ହେବା। ୨ ଲକ୍ଷ ଟଙ୍କାରୁ ଅଧିକ ସୁନା କିଣିଲା ପରେ GST ଦେବାକୁ ପଡ଼ିବ। ଯାହା ପାଇଁ ସବୁ ରାଜ୍ୟ ନିଜ ହିସାବରେ ଏହି ମୂଲ୍ୟ ସ୍ଥିର କରିବେ।

Nirmala Sitharaman
picture credit – Hindustan Times

ମହଙ୍ଗା ହେବ ଏହି ସବୁ ଦ୍ରବ୍ୟ:
କଟିଙ୍ଗ ବ୍ଲେଡ ଛୁରୀ, ଫୋର୍କ, ସ୍କିମର୍ସ, କେକ୍ ସର୍ଭିସ୍, LED ଲ୍ୟାମ୍ପ, ଲାଇଟ୍, ସର୍କିଟ ବୋର୍ଡ଼, ବିଭିନ୍ନ ପ୍ରକାର ପମ୍ପ,ପବନ କଳ, ସୋଲାର ଟାୱାର ହିଟର୍, ପନିପରିବା ଓ ଫଳମୂଳ, ଛେନା,ଦହି, ଚ୍ଛାସ୍, ଝାଡୁ, ବାଲ୍ଟି ଇତ୍ୟାଦି। ଏହି ସବୁ ଜିନିଷ ଉପରେ ଏବେ ୧୮ ପ୍ରତିଶତ GST ଲାଗିବ।

  • ଚମଡା ଜିନିଷରେ ବର୍ତ୍ତମାନ ୫ ପ୍ରତିଶତ ଜାଗାରେ ୧୨ ପ୍ରତିଶତ GST ଲାଗିବ।
  • ସଡ଼କ, ପୋଖରୀ, ମେଟ୍ରୋ ତିଆରି ଭଳି କାମରେ ୧୨ ପ୍ରତିଶତ ବଦଳରେ ୧୮ ପ୍ରତିଶତ GST ଲାଗିବ।
  • ଚେକ୍ ନେବା ପରେ ମଧ୍ୟ ଏବେ ୧୮ ପ୍ରତିଶତ GST ଦେବାକୁ ପଡ଼ିବ।
  • ବିଭିନ୍ନ ପ୍ରକାର ପୋଷ୍ଟାଲ ସେବା ପାଇଁ ମଧ୍ୟ ଏବେ GST ଲାଗିବ।
  • ୧୦୦୦ ଟଙ୍କାରୁ କମ୍ ନେଉଥିବା ଭଡ଼ା ଘରେ ୧୨ ପ୍ରତିଶତ GST ଲାଗିବ।
  • ୫୦୦୦ ଟଙ୍କାରୁ ଅଧିକ ରେଣ୍ଟ୍ ନେଉଥିବା ହସ୍ପିଟାଲ ରୁମ୍ ପାଇଁ ମଧ୍ୟ ୫ ପ୍ରତିଶତ GST ଲାଗିବ।

ଶସ୍ତା ହେବ ଏହି ସବୁ ଜିନିଷ:

  • ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ମଳ ମୂତ୍ର ନିଷ୍କାସନ କରୁଥିବା ମେସିନ ହେବ ଶସ୍ତା।
  • ହାଡ଼ ଭାଙ୍ଗିଲେ ବ୍ୟବହାର ହେଉଥିବା ବିଭିନ୍ନ ଉପକରଣ।
  • ମ୍ୟାଲେରିଆ ଦୂର କରିବା ପାଇଁ ବ୍ୟବହାର କରାଯାଉଥିବା ଔଷଧରେ କୌଣସି GST ଲାଗିବ ନାହିଁ।
  • ରୋପୱେ ବାଟ ଦେଇ ଯିବା ଆସିବା ଉପରେ ବର୍ତ୍ତମାନ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ GST ଦେବାକୁ ପଡ଼ିବ। ତେବେ ଜରୁରୀ କାଳୀନ ପରିସ୍ଥିତି ପାଇଁ GST ଦର କମ୍ କରାଯାଉଛି। ବର୍ତ୍ତମାନ ଅପରେସନ ସହିତ ଜଡ଼ିତ ଉପକରଣ ଓ ଜରୁରୀ କାଳୀନ ଔଷଧ ପାଇଁ କମ୍ GST ନିଆଯିବ। ଏହି ସବୁ ନିଷ୍ପତି ଚଣ୍ଡିଗଡ଼ରେ ଆୟୋଜିତ ହୋଇଥିବା GST କାଉନସିଲ୍ ର ୪୭ ତମ ବୈଠକରେ ନିଆଯାଇଛି।

ଆଗାମୀ ୧୮ ଜୁଲାଇରୁ ଏହି ନୂଆ GST ଲାଗୁ ହେବ ଓ ଅନେକ ଦ୍ରବ୍ୟରେ ମୂଲ୍ୟ ପ୍ରାୟ ବଢିବ। ତେଣୁ ଏପରି ଖାଦ୍ୟ ପଦାର୍ଥରେ GST ମୂଲ୍ୟ ବଢିବାର ମୁଖ୍ୟ କାରଣ ହେଉଛି ମିଛ ବ୍ରାଣ୍ଡ୍ ସବୁକୁ ରୋକିବା ଓ ଜିଏସଟି ଚୋରି ରୋକିବା। ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କହିଛନ୍ତି GST ଦରରେ ପରିବର୍ତ୍ତନ ସବୁ ରାଜ୍ୟର ସହମତ ନେଇ କରାଯାଉଛି।

ତେବେ ଚାଷୀ, ହର୍ସ ରେସ୍, ଅନଲାଇନ୍ ଗେମିଂ ଓ ଲଟେରୀ ପ୍ରତି ୨୮ ପ୍ରତିଶତ GST ଲାଗିବା ନେଇ ମନ୍ତ୍ରୀ ସମୂହର ରିପୋର୍ଟରେ କୌଣସି ନିଷ୍ପତ୍ତି କରାଯାଇନାହିଁ। ଏହି ମାମଲାରେ GOM ଆଗାମୀ ୧୫ ଜୁଲାଇ ପର୍ଯ୍ୟନ୍ତ ନିଜର ରିପୋର୍ଟ ପ୍ରଦାନ କରିବେ।

Leave A Reply

Your email address will not be published.