ଲକ୍‌ଡାଉନ୍‌ରେ ବି ଲୋକମାନେ କିଣୁଛନ୍ତି ଗାଡ଼ି, ସପ୍ତାହେ ଭିତରେ Hero ବିକିଛି ୧୦ ହଜାର ବାଇକ

ସବୁଠୁ ବଡ଼ ଦୁଇ ଚକିଆ ଯାନ କମ୍ପାନୀ ହିରୋ ମୋଟୋକୋର୍‌ପ ରବିବାର ଘୋଷଣା କରିଛି ଯେ ଦୋକାନ ଖୋଲିବାର ମାତ୍ର ସପ୍ତାହକ ମଧ୍ୟରେ କମ୍ପାନୀ ୧୦ ହଜାର ୟୁନିଟ୍‌ ବିକ୍ରି କରିଛି। ପ୍ରକାଶ ଯେ ଦେଶରେ କମ୍ପାନୀର ଡିଲରସିପ୍‌ ଓ ସର୍ଭିସ୍‌ ସେଣ୍ଟର ସହ ମୋଟ ୧୫୦୦ରୁ ଅଧିକ କଷ୍ଟମର ଟଚ୍‌ ପଏଣ୍ଟ ରହିଛି।

Hero MotoCorp offers up to Rs 15,000 discount to clear BS-IV two ...

ଏହା ପୂର୍ବରୁ କମ୍ପାନୀ ଘୋଷଣା କରିଥିଲା ଯେ ସେ ମେ’ ୪ରୁ ନିଜ ତିନି ବିନିର୍ମାଣ ସୁବିଧା ଉପରେ ପୁନର୍ବାର କାମ ଆରମ୍ଭ କରିଦେଇଛି। କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ହିରୋ ପକ୍ଷରୁ ସମସ୍ତ ଡିଲରସିପ୍‌, ସର୍ଭିସ୍‌ ସେଣ୍ଟର ଓ ପାର୍ଟସ୍‌ ବିକ୍ରେତାଙ୍କ ପାଇଁ ରିଷ୍ଟାଟ ମାନୁଆଲ ମଧ୍ୟ ଜାରି କରାଯାଇଛି।

Hero MotoCorp Reopens 1,500 Outlets, Sells 10,000 Bikes | India.com

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୨ ତାରିଖ ଠାରୁ କମ୍ପାନୀର ସମସ୍ତ ପ୍ଲାଣ୍ଟ ବନ୍ଦ ରହିଥିଲା। ମେ’୭ ତାରିଖରେ ଏହି ପ୍ଲାଣ୍ଟ ପୁଣିଥରେ ଖୋଲିଛି ଓ କାମ ଆରମ୍ଭ ହୋଇଛି। ସମସ୍ତ ପ୍ଲାଣ୍ଟରେ କରୋନା ଭାଇରସ୍‌ର ଗାଇଡ୍‌ଲାଇନ୍‌ ପାଳନ କରାଯାଉଥିବା କମ୍ପାନୀ ତରଫରୁ କୁହାଯାଇଛି। ଏଥିସହ ପ୍ଲାଣ୍ଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ତେବେ କରୋନା ସ୍ଥିତିରେ କମ୍ପାନୀ ତରଫରୁ ନୂଆ ଗାଡ଼ିର ଦାମ୍‌ରେ ୭୫୦ ଟଙ୍କାରୁ ୨୮୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.