ଜୁଲାଇ ୧ ରୁ ମହଙ୍ଗା ହେବାକୁ ଯାଉଛି ହିରୋ ବାଇକ୍ ଏବଂ ସ୍କୁଟର

କରୋନା ମହାମାରୀ ଅଟୋମୋବାଇଲ୍ ସ୍ପେକ୍ଟ୍ରମ ଉପରେ ଅନେକ ସମୟ ଧରି ପ୍ରଭାବ ପକାଉଛି । ଅଟୋ ମ୍ୟାନୁଫ୍ୟାକ୍ଚର୍ସ ନିଜ ଗାଡିର ଦାମରେ ବୃଦ୍ଧି କରୁଛନ୍ତି । ଏହି ତାଲିକାରେ ଏବେ ହିରୋ ମୋଟୋକର୍ପ ମଧ୍ୟ ସାମିଲ ହୋଇଯାଇଛି । ଦୁଇଚକିଆ ଯାନ କମ୍ପାନୀ ହିରୋ ମୋଟୋକର୍ପ ୧ ଜୁଲାଇରୁ ନିଜ ଗାଡିର ଦାମ୍ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବଢାଇବା ନେଇ ଘୋଷଣା କରିଛି । କମ୍ପାନୀ କହିଛି ଯେ କଞ୍ଚାମାଲର ଦାମ୍ ବଢିବା ଯୋଗୁଁ ଏମିତି ପଦକ୍ଷେପ ନେବାକୁ କମ୍ପାନୀ ବାଧ୍ୟ ହେଉଛି । କମ୍ପାନୀର କହିବା କଥା ଯେ ୧ ଜୁଲାଇରୁ ମୋଟରସାଇକେଲ ଓ ସ୍କୁଟରର ଶୋରୁମ୍ ଦାମ୍ ବଢିଯିବ । ଦାମରେ ଏହି ବୃଦ୍ଧି ୩ ହଜାର ଟଙ୍କା ପର୍ଯ୍ୟନ୍ତ ହେବ । କମ୍ପାନୀ କହିଛି ଯେ ଦାମ ବୃଦ୍ଧି ମଡେଲ ଓ ମାର୍କେଟ ଆଧାରରେ ହେବ ଓ କମୋଡିଟିଜ୍ ଦାମରେ ବୃଦ୍ଧିର ପ୍ରଭାବକୁ ଆଂଶିକ ରୂପେ କମ୍ କରିବା ପାଇଁ ଏହି ପଦକ୍ଷେପ ଉଠାଇବାକୁ ପଡୁଛି ।

ବୟାନରେ ଏହା ମଧ୍ୟ କୁହାଯାଇଛି ଯେ କମ୍ପାନୀ ଗ୍ରାହକଙ୍କ ଉପରେ ଚାପ କମ୍ କରିବା ପାଇଁ କଷ୍ଟ୍ ସେଭିଂ ପ୍ରୋଗ୍ରାମ ଉପାୟରେ ଚଲାଉଛି । ବର୍ତ୍ତମାନ ସଠିକ୍ ଦାମ ଉପରେ କୌଣସି ସଙ୍କେତ ନାହିଁ, କିନ୍ତୁ ଏହା ହିରୋର ସମସ୍ତ ସ୍କୁଟର ଓ ମୋଟରସାଇକେଲରେ ହେବା ଆଶା କରାଯାଉଛି । ଦେଶରେ କୋଭିଡର ଦ୍ୱିତୀୟ ଲହରୀ ଆସିବା ପରେ ଦାମରେ ବୃଦ୍ଧି ହେବାକୁ ଲାଗିଛି । ମାରୁତି ସୁଜୁକି ନିକଟରେ ଦାମ୍ ବଢିବା ନେଇ ଘୋଷଣା କରିଥିଲା । ବିଏମଡବ୍ଲୁ ଓ ଟାଟା ମୋଟର୍ସ ମଧ୍ୟ ଦାମ୍ ବଢିବା ନେଇ ଘୋଷଣା କରିଛନ୍ତି । ମହିନ୍ଦ୍ରା ମଧ୍ୟ ସମାନ କୌଶଳ ଆପଣାଇଛି । ସୂଚନା ଅନୁଯାୟୀ ନୂଆ ବର୍ଷ ଆରମ୍ଭରେ ଅଧିକାଂଶ ନିର୍ମାତା କଞ୍ଚାମାଲ ଦାମ୍ ବୃଦ୍ଧି ଏବଂ କରୋନା ଯୋଗୁଁ ବିକ୍ରି କମିବା କାରଣରୁ ଦାମ୍ ବଢାଇବା ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.