ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ ବ୍ୟବହାର ହୋଇଛି? ସରକାରୀ େଓ୍ଵବସାଇଟରୁ ଜାଣନ୍ତୁ

ଯେକୌଣସି ଆଧାର କାର୍ଡ ଉଭୟ ଅଫଲାଇନ ଓ ଅନଲାଇନ ଅଥେଣ୍ଟିକେସନ ପାଇଁ ଯୋଗ୍ୟ ହୋଇଥାଏ। ଏବେ ସେମିତିରେ ବି ଏସବୁ କୁ ନେଇ ଫ୍ରଡ କେସ୍‌ ଅନେକ ବୃଦ୍ଧି ପାଉଛି। ତେଣୁ ଆପଣ ସବୁବେଳେ ନିଜ ଆଧାର କାର୍ଡ କୁ କିପରି ସୁରକ୍ଷିତ ରଖିବେ ଏହାସହ କିପରି ସହଜରେ ଭେରିଫାଏ କରିପାରିବେ ସେନେଇ ସରକାର ସୂଚନା ଦେଇଥାନ୍ତି। ଏବେ ମଧ୍ୟ ସରକାର ଆଧାର କାର୍ଡକୁ ନେଇ ପଣି ଥରେ ଚେତାବନୀ ଦେଇଛନ୍ତି।

ଏବେ ଆଧାର କାର୍ଡ ବହୁତ ଜରୁରୀ ଡକ୍ୟୁମେଣ୍ଟ ହୋଇଛି । ଏବେ ଏହାର ବ୍ୟବହାର ପରିଚୟ ପତ୍ର ଭାବେ ଅଧିକ ବ୍ୟବହାର କରାଯାଉଛି । ଏହା ସାହାଯ୍ୟରେ ୟୁଜର୍ସ ସିମ କାର୍ଡ ବି କିଣି ପାରିବେ । ଅଧିକାଂଶ ସମୟରେ ଆମ ଆଧାର କାର୍ଡରେ ସିମ ଜାରି ହୋଇଥାଏ । ହେଲେ ଏହା ସମ୍ପର୍କରେ ଆମକୁ ଜଣା ନଥାଏ । ଯେଉଁଥିପାଇଁ ଆମେ ବେଳେ ବେଳେ ଫ୍ରଡର ଶିକାର ହୋଇଥାଉ ।

ୟୁନିକ ଆଇଡେଣ୍ଟି ଫିକେସନ ଅଥରିଟି ଅଫ ଇଣ୍ଡିଆ ନିକଟରେ ଆଧାର କାର୍ଡ ଧାରକଙ୍କ ପାଇଁ ନୂଆ ସୂଚନା ଦେଇଛନ୍ତି। ଏମିିତିରେ କାର୍ଡ ଧାରକଙ୍କୁ ନମ୍ବର ୟୁଜ ଓ ସେୟାର କରିବା ସମୟରେ କିଛି ଜିନଷକୁ ଧ୍ୟାନ ରଖନ୍ତୁ। UIDAI ଅନୁସାରେ ଆଧାର ସିଷ୍ଟମ ଏକ ଷ୍ଟ୍ରଙ୍ଗ ପ୍ରୋସେସରେ ତିଆରି କରାଯାଇଛି। ଏହା ଏକ ଜରୁରୀ ଡିଜିଟାଲ ଆଇଡେଣ୍ଟିଫିକେସନ ଡକ୍ୟୁମେଣ୍ଟ। ତେବେ ସରକାର ଏଥିପାଇଁ କିଛି ଜରୁରୀ ସତର୍କ ସୂଚନା ଜାରୀ କରାଇଛନ୍ତି। ତେଣୁ ଆପଣ ଜାଣିବା ଉଚିତ ଯେ ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ୍‌ ନିଆଯାଇଛି । ଏହା ଅତି ସହଜରେ ଆପଣ ଜାଣି ପାରିବେ । ଯଦି ଏହି ପ୍ରୋସେସକୁ ଫଲୋ କରିବେ ।

DoT େଓ୍ଵବସାଇଟରୁ ମିଳିବ ସହାୟତା :

ଏଥିପାଇଁ ଆପଣଙ୍କୁ ଡଟ େଓ୍ଵବସାଇଟର ସହାୟତା ନେବାକୁ ହେବ । ଏହି ପୋର୍ଟାଲକୁ ଟେଲିକମ ଏନାଲେଟିକ୍ସ ଫର ଫ୍ରଡ ମ୍ୟାନେଜମେଣ୍ଟ ଆଣ୍ଡ କଞ୍ଜ୍ୟୁମର ବା TAFCOP ନାମ ଦିଆଯାଇଛି । ଏହା ଜରିଆରେ ଆପଣ କୌଣସି ବି ନମ୍ବରରେ ଜାରି ସିମ୍‌ କାର୍ଡ ସମ୍ପର୍କରେ ଜାଣିପାରିବେ ।

ଏଥିପାଇଁ ଆପଣଙ୍କୁ ପ୍ରଥମେ https://tafcop.dgtelecom.gov.in/ େଓ୍ଵବସାଇଟକୁ ଯିବାକୁ ହେବ । ପରେ ଆପଣଙ୍କ ମୋବାଇଲ ନମ୍ବର ଏଣ୍ଟର କରିବାକୁ ହେବ । ଏହାପରେ ଆପଣଙ୍କୁ ରିକ୍ୱେଷ୍ଟ OTP ଉପରେ କ୍ଲିକ କରିବାକୁ ହେବ । ଆପଣଙ୍କ ଫୋନ ନମ୍ବରରେ OTP ପଠାଯିବ । ଏହାକୁ ଦିଆଯାଇଥିବା ଓଟିପି ବକ୍ସରେ ଟାଇପ କରନ୍ତୁ ।

ଏହାପରେ ଆଧାରକାର୍ଡ ସହ ଲିଙ୍କ ହୋଇଥିବା ସବୁ ଫୋନ ନମ୍ବର ଏଠାରେ ଦେଖାଯିବ । ଯଦି ଆପଣ କୌଣସି ଅଜଣା ବା ନେଇନଥିବା ନମ୍ବରକୁ ବ୍ଲକ କରିବାକୁ ଚାହାଁନ୍ତି,ତେବେ ଏଥିପାଇଁ ମଧ୍ୟ ଆପଣ ରିକ୍ୱେଷ୍ଟ କରିପାରିବେ ।

ଏଥିପାଇଁ ଆପଣ ବନ୍ଦ କରିବାକୁ ଚାହୁଁଥିବା ନମ୍ବର ଆଗରେ ଦିଆଯାଇଥିବା ବ୍ଲକ ଓ ରିପୋର୍ଟ ଅପସନ ଉପରେ କ୍ଲିକ କରିପାରିବେ । ଯଦିଓ ଏହି ସେବା ଏବେ ପୁରା ଦେଶରେ ଉପଲବ୍ଧ ହୋଇନାହିଁ, ହେଲେ ଖୁବ ଶୀଘ୍ର ଏହାକୁ ସବୁ ରାଜ୍ୟ ପାଇଁ ଉପଲବ୍ଧ କରାଯିବ । ତେବେ ଏଥିପାଇଁ କୌଣସି ଟାଇମ ଲାଇନ କୁହାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.