‘ଅଗ୍ନିବୀର ବାୟୁ ନିଯୁକ୍ତି ୨୦୨୨’ର ରେଜଲ୍ଟ ଘୋଷିତ, ଏହି ଅଫିସିଆଲ ୱେବସାଇଟରୁ ଫଟାଫଟ୍‌ ଯାଞ୍ଚ କରନ୍ତୁ ନିଜର ଫଳାଫଳ

ଭାରତୀୟ ବାୟୁସେନା (IAF) ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାର ଫଳାଫଳ ଜାରି କରିଛି। ଯେଉଁ ଆଶାୟୀମାନେ ପରୀକ୍ଷାରେ ଭାଗ ନେଇଥିଲେ, ସେମାନେ ନିଜ ରେଜଲ୍ଟ ଏବଂ ସିଲେକ୍ସନ ଷ୍ଟାଟସ୍‌ ଅଫିସିଆଲ ୱେବସାଇଟ ମାଧ୍ୟମରେ ଯାଞ୍ଚ କରି ପାରିବେ। ରେଜଲ୍ଟ ଯାଞ୍ଚ କରିବା ପାଇଁ ଆଶାୟୀମାନଙ୍କୁ ଅଫିସିଆଲ ୱେବସାଇଟରେ ଲଗ୍‌ ଇନ୍‌ କରିବାକୁ ହେବ।

ଅଫିସିଆଲ ୱେବସାଇଟରେ ଜାରି ବିଜ୍ଞପ୍ତି ଅନୁସାରେ, ୨୪ ଜୁଲାଇ ୨୦୨୨ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ଅନ୍‌ଲାଇନ ଅଗ୍ନିବୀର ବାୟୁ ଇନ୍‌ଟେକ 01/2022 ପାଇଁ ରେଜଲ୍ଟ ଜାରି କରି ଦିଆଯାଇଛି। ଏହାକୁ ଆଶାୟୀମାନେ ୱେବସାଇଟରେ ଲଗ୍‌ ଇନ୍‌ ସେକ୍ସନରେ ଦେଖି ପାରିବେ। ଏହା ବ୍ୟତୀତ ସମସ୍ତ ଶର୍ଟଲିଷ୍ଟ କରାଯାଇଥିବା ଆଶାୟୀମାନଙ୍କୁ SMS ଏବଂ ଇମେଲ୍‌ ମାଧ୍ୟମରେ ଏ ନେଇ ସୂଚନା ଦିଆଯାଇଛି।

IAF ଅଗ୍ନିବୀର ଫଳାଫଳ ଏମିତି କରନ୍ତୁ ଡାଉନଲୋଡ୍‌

୧. ଏୟାରଫୋର୍ସ ଅଗ୍ନିପଥର ଅଫିସିଆଲ ୱେବସାଇଟ agnipathvayu.cdac.in କୁ ଯାଆନ୍ତୁ।

୨. ଏବେ ହୋମ୍‌ପେଜରେ ଆଶାୟୀମାନେ ଲଗ୍‌ ଇନ୍‌ ସେକ୍ସନକୁ ଯାଆନ୍ତୁ।

୩. ନିଜର କ୍ରେଡେନ୍ସିଆଲ୍ସ ସାହାଯ୍ୟରେ ଲଗ୍‌ ଇନ୍‌ କରନ୍ତୁ।

୪. ନିଜ ପ୍ରୋଫାଇଲରେ ରେଜଲ୍ଟର ଟ୍ୟାବ୍‌ ଉପରେ କ୍ଲିକ୍‌ କରନ୍ତୁ।

୫. ରେଜଲ୍ଟ ଯାଞ୍ଚ କରନ୍ତୁ ଏବଂ ଏହାକୁ ସେଭ୍‌ କରି ନିଅନ୍ତୁ।

ଭାରତୀୟ ବାୟୁସେନା ଗତ ୨୪ ଜୁଲାଇରେ ଅଗ୍ନିପଥ ଯୋଜନା ଅଧୀନରେ ପରୀକ୍ଷା ଆୟୋଜିତ କରିଥିଲା। IAF ଅନୁସାରେ, ଲକ୍ଷ ଲକ୍ଷ ଆଶାୟୀ ଏହି ପରୀକ୍ଷାରେ ଭାଗ ନେଇଥିଲେ। ପରୀକ୍ଷାରେ ଶର୍ଟଲିଷ୍ଟ କରାଯାଇଥିବା ଆଶାୟୀମାନଙ୍କୁ PSL ରାଉଣ୍ଡ ପାଇଁ ଡକାଯିବ, ଯାହାକି ୧ ଡିସେମ୍ବର, ୨୦୨୨ରେ ଆୟୋଜନ ହେବ। ଆଶାୟୀମାନଙ୍କର ନାମାଙ୍କନ ୧୧ ଡିସେମ୍ବରରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.