ଏବେ ମାତା-ପିତାଙ୍କ ସେବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଉପରେ ମିଳିବ ଟାକ୍ସ ଛାଡ୍‌

ଆମ ସମାଜରେ ମାତା ପିତାଙ୍କ ସ୍ଥାନ ଖୁବ ଉଚ୍ଚରେ ରହିଥାଏ। ତାଙ୍କ ସେବା କରିବା ଆମ ଧର୍ମ। ତେବେ ପ୍ରତ୍ୟେକ ପିଲାଙ୍କ କର୍ତ୍ତବ୍ୟ ହେଉଛି ମାତା ପିତାଙ୍କ ସେବା କରିବା। ତେବେ ମାତା ପିତାଙ୍କ ସେବାକୁ ନେଇ ଏଠାରେ ଅନେକ ଶିକ୍ଷଣୀୟ କଥା କୁହାଯାଇଛି। ତେବେ ଏହାରି ମଧ୍ୟରେ ଇନକମ ଟାକ୍ସ ବିଭାଗ ମଧ୍ୟ ପଛରେ ରହିନି। ମାତା ପିତାଙ୍କ ସେବାକୁ ପାଇଁ କରାଯାଉଥିବା ଖର୍ଚ୍ଚକୁ ନେଇ ଟାକ୍ସ ଛାଡ କରିବା ଉପରେ ନୂଆ ନିୟମ ବାହାର କରିଛି।

ଆର୍ଥିକ ବର୍ଷ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଟାକ୍ସ ଫ୍ରି ପାଇଁ ଲୋକମାନେ ବିଭିନ୍ନ ଯୋଜନାରେ ନିବେଶ କରିଥାନ୍ତି। ଟାକ୍ସରୁ ମୁକ୍ତି ପାଇଁ ଅନେକ ଉପାୟ ରହିଛି।ି ଯାହା ମାଧ୍ୟମରେ ଆପଣ ଟାକ୍ସରୁ ମୁକ୍ତି ପାଇ ନିଜ ବଚତ ତଥା ନିବେଶ ଖାତାରେ କିଛି ବିନିଯୋଗ କରିପାରିବେ। ସାର୍ବଜନିକ ଭବିଷ୍ୟ ନିଧି ବା ପିପିଏଫ , ବୀମା ପଲିସି , ହୋମ ଲୋନ ଏବଂ ଭଡ଼ା ଆଦି ମାଧ୍ୟମରେ ଆପଣ ଛାଡ ପାଇପାରିବେ।

ତେବେ ଏହା ବ୍ୟତିତ ଅନ୍ୟ ମଧ୍ୟ ଉପାୟ ରହିଛି। ଯାହା ଦ୍ୱାରା ଆପଣ ଟାକ୍ସ ଛାଡ ପାଇପାରିବେ। ଏହା ମଧ୍ୟରୁ ଆପଣ ନିଜ ମାତା ପିତାଙ୍କ ନାମରେ ନିବେଶ କରି ବୀମା ଯୋଜନା କିମ୍ବା ବଚତ ଖାତା ଯୋଜନାରେ ନିବେଶ କରିପାରିବେ। ଏହାଦ୍ୱାରା ଆପଣଙ୍କୁ ଟାକ୍ସ ଛାଡ଼ ମିଳିବ। ଏହି ଉପାୟ ସେହି ଲୋକ ମାନଙ୍କ ପାଇଁ ସାହାଯ୍ୟ କରିବ ଯେଉଁମାନଙ୍କ ମାତା ପିତାଙ୍କ ଟାକ୍ସ ଅନ୍ତର୍ଗତ ନଥିବେ କିମ୍ବା ତାଙ୍କ ଆମଦାନୀ Taxable Incomeରୁ କମ ଥିବ।

income tax
image credit: The Economic Times

ଆପଣ ନିଜ ଟାକ୍ସ ଅର୍ନ୍ତଗତ ହେଉଥିବା ଇନକମ କୁ ମାତା ପିତାଙ୍କୁ ଉପହାର ଦେଇପାରିବେ। ତାଙ୍କ ନାମରେ ନିବେଶ କରିପାରିବେ। ବରିଷ୍ଠ ନାଗରିକଙ୍କ ପାଇଁ ମୂଳ ଟାକ୍ସ ଛାଡ଼ ପାଇଁ ସୀମା ରହିଛି ୩ ଲକ୍ଷ ଟଙ୍କା। ଏହାରି ମଧ୍ୟରେ ୮୦ ବର୍ଷ ଏବଂ ତା ଠାରୁ ଅଧିକ ବୟସର ନାଗରିକଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ ଉପରେ ଟାକ୍ସ ସୀମାର ବାହାରକୁ ଆସିଥାଏ।

ବ୍ୟାଙ୍କ କିମ୍ବା ଡାକଘରରେ ଜମା ରାଶି ଉପରେ ହାସିଲ କରିଥିବା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ବରିଷ୍ଠ ନାଗରିକଙ୍କ ପାଇଁ କରରୁ ମୁକ୍ତି ମିଳିଥାଏ। ଯଦି ଆପଣଙ୍କ ମାତା ପିତାଙ୍କ ଆୟ ମୂଳ ଛାଡ ସୀମାରୁ ଅଧିକ ଥାଏ ତେବେ ଆପଣ ତାଙ୍କ ଟାକ୍ସ ସ୍ଲାବ ହିସାବରେ ନିବେଶ କରି ଛାଡ଼ ପାଇପାରିବେ। ପିଲା ଙ୍କ ଠାରୁ ମାତା ପିତାଙ୍କୁ ମିଳୁଥିବା ନଗଦ ଉପହାର ଟାକ୍ସ ଫ୍ରି ହୋଇଥାଏ। ଏହିଭଳି ନିବେଶ କରି ଅର୍ଜିତ ହେଉଥିବା ଆୟକୁ ଟାକ୍ସେବଲ ଇନକମ ସହ ଯୋଡ଼ା ଯାଇନଥାଏ।

ଆପଣ ଏହାସହ ନିଜ ମାତା ପିତାଙ୍କ ପାଇଁ ହେଲ୍ଥ ପଲିସି କିଣିପାରିବେ। ଇନକମ ଟାକ୍ସ ସେକ୍ସନ ୮୦ଡି ମୁତାବିକ ମାତା ପିତାଙ୍କ ବୟସ ୬୦ ବର୍ଷ ମଧ୍ୟରେ ହୋଇଥିଲେ ହେଲ୍ଥ ଇନସୁରାନ୍ସ ଉପରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼ ଦିଆଯିବ। ଯଦି ମାତା ପିତାଙ୍କ ବୟସ ୬୦ ବର୍ଷରୁ ଅଧିକ ତେବେ ଟାକ୍ସ ଛାଡ଼ର ସୀମା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୀମା ରହିବ। ବଡ଼ କଥା ହେଉଛି ଟାକ୍ସରେ ଏହି ଛାଡ ସେକସନ୍‌ ୮୦ଡି ୨୫ ହଜାର ଟଙ୍କାର ସୀମାଠୁ ଅଲଗା। ଏହି ନିୟମ ଅନ୍ତର୍ଗତ ଆପଣ ନିଜ ପରିବାର ପାଇଁ ହେଲ୍ଥ ଇନସୁରାନ୍ସ ଉପରେ ଛାଡ ପାଇପାରିବେ।

income tax
photo credit: Business standard

ଯଦି ଆପଣ ବେତନଭୋଗୀ କର୍ମଚାରୀ ତେବେ ଆପଣ ନିଜ ମାତା ପିତାଙ୍କୁ ଭଡ଼ାର ଅଂଶୀ ଦାରରୁ ଟାକ୍ସ ବଞ୍ଚାଇପାରିବେ। ଧ୍ୟାନ ରଖିବେ ଯେ ମାତା ପିତାଙ୍କ ନାମ ପ୍ରପଟିରେ ରହିବା ଜରୁରୀ। ଏହିଭଳି ଭାବେ ଆପଣ ଭଡ଼ା ଆଧାରରେ ଟାକ୍ସ ଛାଡର ଫାଇଦା ଉଠାଇପାରିବେ।

ଦିବ୍ୟାଙ୍ଗ ମାତା ପିତା ଥିଲେ ତାଙ୍କ ଖର୍ଚ୍ଚ ପାଇଁ ଇନକମ ଟାକ୍ସ ରେ କ୍ଲେମ କରିପାରିବେ। ଇନକମ ଟାକ୍ସର ଧାରା ୮୦ଡିଡି ଅନ୍ତର୍ଗତ ଏହି ସମସ୍ୟା ଥିଲେ ଆପଣଙ୍କୁ ଟାକ୍ସ ଛାଡ ମିଳିବ। ୪୦% ପର୍ଯ୍ୟନ୍ତ ଦିବ୍ୟାଙ୍ଗ ମାତା ପିତା ଙ୍କ ପାଇଁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଉପରେ ଟାକ୍ସ ଛାଡ଼ ମିଳିବ। ଯଦି ପରିବାରରେ ଦୁଇ ଭାଇ ଅଛନ୍ତି ଏବଂ ମାତା ପିତାଙ୍କ ଖର୍ଚ୍ଚ ଉଭୟ କରୁଛନ୍ତି ତେବେ ଏଥିରେ ସେମାନଙ୍କ ରାଶି ଦେଖାଯିବ। ଯଦି ଦୁଇଜଣ ୭୫ ହଜାର ଟଙ୍କା ଖର୍ଚ୍ଚ କରନ୍ତି ତେବେ ଦୁଇ ଜଣଙ୍କୁ ଇନକମ ଟାକ୍ସରେ ଛାଡ ମିଳିବ।

Leave A Reply

Your email address will not be published.