କର୍ପୋରେଟ ଠକେଇକୁ ରୋକିବା ପାଇଁ ସରକାରଙ୍କ ପ୍ରୟାସ, କୌଣସି କଂପାନିରେ ନିର୍ଦେଶକ ଭାବେ ନିଯୁକ୍ତି ପାଇବା ପୂର୍ବରୁ ଏଥର ଦେବାକୁ ପଡ଼ିପାରେ ପରୀକ୍ଷା

ନୂଆଦିଲ୍ଲୀ: କୌଣସି କଂପାନିରେ ସ୍ବାଧୀନ ନିର୍ଦେଶକ ଭାବେ ନିଯୁକ୍ତି ପାଇବା ପୂର୍ବରୁ ଏଥର ଦେବାକୁ ପଡ଼ିବ ପରୀକ୍ଷା । ସେହି ପରୀକ୍ଷା ପାସ୍‌ କଲେ ନିର୍ଦେଶକ ଭାବେ କାମ କରିବାର ସୁଯୋଗ ମିଳିବ। ମୋଦି ସରକାର ସେମାନଙ୍କୁ ସେମାନଙ୍କ ଭୂମିକା ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇବେ ।  ଯଦି ସେମାନେ କଂପାନିରେ ହେଉଥିବା ଭୁଲ କାମ ଉପରେ ଆପତ୍ତି ନଉଠାଇବେ ତେବେ କର୍ପୋରେଟ ଠକେଇକୁ ରୋକିବା ସମ୍ଭବପର ନୁହେଁ ବୋଲି ସରକାର କହିଛନ୍ତି। ତେଣୁ କର୍ପୋରେଟ୍ ଗଭର୍ଣ୍ଣାସ ଉପରେ ‌ସ୍ବାଧୀନ ନିର୍ଦେଶକଙ୍କ କେତେ ଜ୍ଞାନ ରହିଛି ତାହା ଜାଣିବା ପାଇଁ ଏହି ପରୀକ୍ଷାର ବ୍ୟବସ୍ଥା କରିବାକୁ ଚିନ୍ତା କରାଯାଉଥିବା କର୍ପୋରେଟ୍ ବ୍ୟାପାର ସଚିବ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.