ଭାରତୀୟ ଡାକ ବିଭାଗରେ ନିଯୁକ୍ତି ସୁଯୋଗ, ମାସିକ ଦରମା ରହିଛି ୧୯,୯୦୦

ଭାରତୀୟ ଡାକ ବିଭାଗରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଇଣ୍ଡିଆ ପୋଷ୍ଟ ଅଫିସ୍‌ ସପ୍ତମ ବେତନ ଆୟୋଗ ଅନୁସାରେ କେତେକ ପଦ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ପଦ ପାଇଁ ଚୟନ ହେଲେ ପ୍ରାର୍ଥୀଙ୍କୁ ସପ୍ତମ ବେତନ କମିଶନ ହିସାବରେ ଦରମା ମିଳିବ। ଅଫିସିଆଲ ୱେବ୍‌ସାଇଟ୍‌ରେ ଜାରି କରାଯାଇଥିବା ସୂଚନା ମୁତାବକ ଏହି ପଦ ପାଇଁ ମୋଟ ୮ ଜଣଙ୍କୁ ନିଯୁକ୍ତି ଦିଆଯିବ। ଭାରତୀୟ ଡାକର ବିଭିନ୍ନ ଜୋନ୍‌ରେ ଏହି ନିଯୁକ୍ତି ଦିଆଯିବ। ଅଧିକ ସୂଚନା ଅଫିସିଆଲ ୱେବ୍‌ସାଇଟ୍‌ରୁ ପାଇପାରିବେ।

Image result for job

 

ରିପୋର୍ଟ ମୁତାବକ ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ଫେବ୍ରୁଆରୀ ୨୯। ଏହି ତାରିଖ ପୂର୍ବରୁ ଫର୍ମ ପୂରଣ କରିବାକୁ ଅଫିସିଆଲ ୱେବ୍‌ସାଇଟ୍‌ରେ ପରାମର୍ଶ ଦିଆଯାଇଛି। ନୋଟିଫିକେସନ୍‌ ମୁତାବକ ଚୟନ ହୋଇଥବା ପ୍ରାର୍ଥୀଙ୍କୁ ମାସିକ ୧୯,୯୦୦ ଟଙ୍କା ଲେଖାଏଁ ଦରମା ମିଳିବ। ଦରମା ଓ ଅନ୍ୟାନ୍ୟ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ ଚେକ୍‌ କରିପାରିବେ।

Related image

ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ୮ମ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଏହା ବ୍ୟତୀତ ପ୍ରାର୍ଥୀଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ବୟସ ସୀମା ଉପରେ ୫ ବର୍ଷ ଛାଡ଼ କରାଯାଇଛି। ଅନ୍ୟପଟେ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ବୟସ ଛାଡ଼ କରାଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.