୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଡାକ ବିଭାଗରେ ଆବେଦନ, ମାସକୁ ଦରମା ୬୩ ହଜାର ଟଙ୍କା

ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ଭାରତୀୟ ଡାକ ଦିଲ୍ଲୀରେ ମେଲ ମୋଟର ସର୍ଭିସ ବିଭାଗ ଅଧିନରେ ଷ୍ଟାଫ କାର ଡ୍ରାଇଭର ପଦବୀରେ ଭର୍ତ୍ତି ବାହାରିଛି। ଆବେଦନ କରିବା ପାଇଁ ଆଉ ମାତ୍ର ୪ ଦିନ ବାକି ରହିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିହାର ପୋଷ୍ଟାଲ ସର୍କଲ ଭର୍ତ୍ତି ଏବଂ ମହାରାଷ୍ଟ୍ର ପୋଷ୍ଟଲ ସର୍କଲ ଭର୍ତ୍ତିକୁ ଯାଇ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଇଣ୍ଡିଆ ପୋଷ୍ଟର ଅଧିକାରକ ୱେବସାଇଟକୁ indiapost.gov.in କୁ ଯାଇ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ।

ଆବେଦନ କରିବା ପାଇଁ ସିଧାସଳଖ ଲିଙ୍କ https://www.indiapost.gov.in/vas/Pages/India ଏବଂ ନୋଟିଫିକେସନ ପାଇଁ https://www.indiapost.gov.in/VAS/Pages/Recruitment/IP_12012022  ଲିଙ୍କକୁ ଯାଇ ଚେକ୍‌ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୫ ମାର୍ଚ୍ଚ, ୨୦୨୨ ରହିଛି। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

ପଦବୀ ବିବରଣୀ: ୨୯

ଷ୍ଟାଫ କାର ଡ୍ରାଇଭର

ସାଧାରଣ ବର୍ଗ: ୧୫

ଅନୁସୂଚିତ ଜାତି: ୩

ଓବିସି: ୮

EWS : ୩

ଶିକ୍ଷାଗତ ଯୋଗ୍ୟତା: ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ଯତା ପ୍ରାପ୍ତ ସଂସ୍ଥାରୁ ବୋର୍ଡ ପରୀକ୍ଷା ବା ୧୦ମ ପାସ୍ କରିବା ଆବଶ୍ଯକ। ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ମଧ୍ୟଆସୁଥିବା ଜରୁରୀ। ଏହା ସହିତ ୩ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଥିବା ଜରୁରୀ।

ବୟସ ସୀମା: ଗ୍ରାମୀଣ ଡାକ ସେବକ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଆବଶ୍ୟକ।

ଦରମା: ମାସିକ ଦରମା ୬୩,୨୦୦ ଟଙ୍କା।

ଆବେଦନ ଶୁଳ୍କ: ଏହିସବୁ ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ପୁରୁଷଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରହିଥିବା ବେଳେ ଏସସି/ଏସଟି ବର୍ଗ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ଆବେଦନ ପ୍ରକ୍ରିୟା: ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ନିମ୍ନଲିଖିତ ଠିକଣାରେ ନିଜର ଦସ୍ତାବିଜ ସହିତ ପାସ୍‌ପୋର୍ଟ ସାଇଜର ଫଟୋକୁ ପଠାଇବା ଆବଶ୍ୟକ।

“The Senior Manager , Mail Motor Service, C-121,Naraina Industrial Area phase-I, Naraina, New Delhi -110028.”

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.