ୱାସିଂଟନ: ଭାରତ ତରଫରୁ ଇରାନରୁ ତେଲ କିଣିବା ବନ୍ଦ କରିଦିଆଯାଇଛି। ଆମେରିକା ପକ୍ଷରୁ ଦିଆଯାଇଥିବା ରିହାତି ସମୟ ଶେଷ ହୋଇଯିବା ପରେ ଭାରତ ଇରାନରୁ ତେଲ କିଣିବା ବନ୍ଦ କରିଦେଇଥିବା ଜଣାପଡିଛି। ଆମେରିକା ଚାପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନଥିବାବେଳେ କେବଳ ଭାରତ ନୁହେଁ, ଗ୍ରିସ, ଇଟାଲି, ତାଇୱାନ ଓ ତୁର୍କୀ ମଧ୍ୟ ଇରାନରୁ ତେଲ କିଣିବା ବନ୍ଦ କରିଦେଇଛନ୍ତି।
ଭାରତ ଏହାର ତୃତୀୟ ସର୍ବାଧିକ ତେଲ ଇରାନରୁ କିଣୁଥିବାବେଳେ ଏହା ଶସ୍ତାରେ ଉପଲବ୍ଧ ହେଉଥିଲା । ଭାରତର ତେଲ ବିଶୋଧନ କରୁଥିବା କଂପାନିଗୁଡ଼ିକୁ ଏହା ମାଗଣା ବୀମା ଏବଂ ବାକିରେ ତେଲ ଯୋଗାଉଥିଲା। ତେବେ ଭାରତ ସମେତ ୮ଟି ଦେଶକୁ ଇରାନ ଠାରୁ କିଛି ମାସ ପର୍ଯ୍ୟନ୍ତ ତେଲ କିଣିବାକୁ ଆମେରିକା ଅନୁମତି ଦେଇଥିଲା।