ଦ୍ୱାଦଶ ପାସ୍‌ ପ୍ରାର୍ଥୀଙ୍କ ପାଇଁ ବାୟୁସେନାରେ ନିଯୁକ୍ତି ସୁଯୋଗ, ମିଳିବ ମୋଟା ଅଙ୍କର ଦରମା

ଭାରତୀୟ ବାୟୁସେନାରେ ଏୟାରମ୍ୟାନ୍‌ ଗ୍ରୁପ୍‌ ଏକ୍ସରେ ବିଭିନ୍ନ ପଦ ପାଇଁ ନିଯୁକ୍ତି ବାହାରିଛି। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ୮ ସେପ୍ଟେମ୍ବର,୨୦୨୦ରୁ ଆରମ୍ଭ ହେଉଛି। ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହି ପୋଷ୍ଟ ପାଇଁ କେବଳ ଅବିବାହିତ ପୁରୁଷ ହିଁ ଆବେଦନ କରିପାରିବେ ବୋଲି କୁହାଯାଇଛି। ଆସନ୍ତୁ ଜାଣିବା ଏହି ନିଯୁକ୍ତି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ…

  • ଆବେଦନ ଆରମ୍ଭ-୮ ସେପ୍ଟେମ୍ବର ୨୦୨୦ ଦିନ ୧୧ଟା
  • ଆବେଦନ ଶେଷ-୧୦ ସେପ୍ଟେମ୍ବର ୨୦୨୦ ସନ୍ଧ୍ୟା ୫ଟା
  • ପରୀକ୍ଷା ତାରିଖ-୨୩ ସେପ୍ଟେମ୍ବର, ୨୦୨୦ରୁ ୪ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ

air force2

  • ପଦ ନାମ-ଗ୍ରୁପ ଏକ୍ସ (ଏକ୍ସେପ୍ଟ ଏଜୁକେସନ୍‌ ଇନ୍‌ଷ୍ଟ୍ରକଟର)
  • ବୟସ ସୀମା-୧୭ ଜାନୁଆରୀ ୨୦୦୦ରୁ ୩୦ ଡିସେମ୍ବର ୨୦୦୩ ମଧ୍ୟରେ ଜନ୍ମିତ ପିଲା ଏହି ପଦ ପାଇଁ ଆବେଦନ କରିପାରିବେ
  • ଶିକ୍ଷାଗତ ଯୋଗ୍ୟତା-ଯୁକ୍ତ ଦୁଇ ବିଜ୍ଞାନ/ଡିପ୍ଲୋମା ଇଞ୍ଜିନିୟରିଂ
  • ଦରମା- ପ୍ରଶିକ୍ଷଣ ବେଳେ ୧୪,୬୦୦, ପ୍ରଶିକ୍ଷଣ ପରେ ୩୩,୧୦୦
  • ପରୀକ୍ଷା ସ୍ଥାନ:
    କର୍ଣ୍ଣାଟକ- ମନିକଶା ପରେଡ୍‌ ଗ୍ରାଉଣ୍ଡ, ବାଙ୍ଗାଲୋର
    ଓଡ଼ିଶା-ପୋଲିସ ଟ୍ରେନିଂ କଲେଜ, ଅନୁଗୁଳ
  • ଚୟନ ପ୍ରକ୍ରିୟା- ଅନ୍‌ଲାଇନ୍‌ ଲିଖିତ ପରୀକ୍ଷା ଓ ଶାରୀରିକ ଦକ୍ଷତା ପରୀକ୍ଷା
    ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.