ଦ୍ବାଦଶ ପାସ୍ କରିଥିବା ଯୁବପିଢିଙ୍କ ପାଇଁ ଇଣ୍ଡିଆନ ଅଏଲରେ ଖାଲିପଡିଛି ଜୁନିଅର ଆସିଷ୍ଟାଣ୍ଟ ପଦବୀ, ଜଲଦି କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ୍‌(IOCL)ରେ ଜୁନିଅର ଆସିଷ୍ଟାଣ୍ଟର ବିଭିନ୍ନ ପଦ ଖାଲି ପଡ଼ିଛି। IOCL ୧୨୦ଟି ପଦ ପାଇଁ ଭର୍ତ୍ତି କରାଯିବ। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ୧୫ ଅଗଷ୍ଟରୁ ଆରମ୍ଭ ହେବ। ଏଥିରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ oil-india.comକୁ ଯାଇ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

+୨ ପାସ୍‌
୬ ମାସିଆ କମ୍ପ୍ଯୁଟର ଆପ୍ଲିକେସନରେ ଡିପ୍ଲୋମା ସାର୍ଟିଫିକେଟ ଥିବା ଜରୁରୀ। ଏହାସହିତ ମାଇକ୍ରୋସଫ୍ଟ ଅଫିସ ଆପ୍ଲିକେସନ ଜାଣିଥିବା ଜରୁରୀ।

ବୟସ ସୀମା:

ସର୍ବନିମ୍ନ ୧୮ ଓ ସର୍ବାଧିକ ୩୦ ବର୍ଷ

ଚୟନ ପ୍ରକ୍ରିୟା:

ଏହି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ଚୟନ କମ୍ପ୍ଯୁଟର ବେସଡ ଟେଷ୍ଟ (CBT) ପରୀକ୍ଷା ଆଧାରରେ ହେବ।

ଦରମା : ଏହି ପଦବୀରେ ଚୟନ ହେବା ପ୍ରାର୍ଥୀଙ୍କୁ ପ୍ରତି ମାସରେ ଗ୍ରେଡ ୩ ଅଧିନରେ ୨୬,୬୦୦ ଟଙ୍କା ରୁ ୯୦,୦୦୦ ଟଙ୍କା ଦରମା ମିଳିବ।

ଏମିତି କରନ୍ତୁ ଆବେଦନ:

ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଇଣ୍ଡିଆନ୍‌ ଅଏଲର ଅଫିସିଆଲ ୱେବସାଇଟ୍‌ oil-india.com ରେ କ୍ଲିକ୍‌ କରି ଆବେଦନ କରିପାରିବେ। ଆବେଦନର ଷ୍ଟାଟସ ଅଫିସିଆଲ ୱେବସାଇଟରେ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.