IRCTC: ଟ୍ରେନରେ ଯାତ୍ରୀ ମାନଙ୍କୁ ମିଳିବ ଆକର୍ଷଣୀୟ ଗିଫ୍ଟ, ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛିି ଅଫର

ତେଜସ ଏକ୍ସପ୍ରେସରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ସ୍କିମ ଅଣାଯାଇଛି । IRCTC ପକ୍ଷରୁ ଯାତ୍ରୀମାନଙ୍କୁ ପ୍ରିମିୟମ ଟ୍ରେନ ପ୍ରତି ଆକର୍ଷିତ କରିବା ପାଇଁ ପ୍ରତିଥର ଭଳି ଏଥର ମଧ୍ୟ ନୂଆ ପ୍ଲାନ ରଖାଯାଇଛି । ବର୍ତ୍ତମାନ IRCTC ପକ୍ଷରୁ ଲକ୍ଷେ୍ନାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଉଥିବା 82501/82502 ତେଜସ ଏକ୍ସପ୍ରେସରେ ଯାତ୍ରୀ ମାନଙ୍କ ପାଇଁ ୨୭ ଅଗଷ୍ଟରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଲକି ଡ୍ର ସ୍କିମ ରଖାଯାଇଛି ।

ଏହି ଲକି ଡ୍ର ଅନୁଯାୟୀ, ଯାତ୍ରୀ ମାନଙ୍କୁ ସୁନ୍ଦର ଗିଫ୍ଟ ଦିଆଯିବ । ତେବେ ଏହି ସେକ୍ସନରେ ୧୩ ସୌଭାଗ୍ୟଶାଳୀ ଯାତ୍ରୀଙ୍କୁ ସୁନ୍ଦର ଗିଫ୍ଟ ମିଳିଛି । ଏଥିରେ ଚେୟାର କାରରେ ୧୦ ଜଣ ଯାତ୍ରା କରୁଥିବା ବେଳେ ୩ ଯାତ୍ରୀ ଏକଜିକ୍ୟୁଟିଭ କ୍ଲାସରେ ସାମିଲ ଅଛନ୍ତି।

trainn
pc: www.jagran.com

IRCTC ଦ୍ୱାରା ସଞ୍ଚାଳିତ ପ୍ରଥମ ଦେଶୀୟ ଟ୍ରେନ ତେଜସ୍ ଏକ୍ସପ୍ରେସ ଯେଉଁଠି ଯାତ୍ରୀମାନଙ୍କ ସୁବିଧା ଓ ସୁନ୍ଦର ଯାତ୍ରା ପାଇଁ ଅନେକ ଅଫର ବାହାର କରାଯାଏ । ତେଣୁ ଏବେ ପୁଣି ନିଜ ତରଫରୁ ଏକ ନୂଆ ସ୍କିମ ବାହାର କରିଛି । ଏଠାରେ ଲକି ଡ୍ର ବିଜେତାଙ୍କୁ ମିଳିବ ଆକର୍ଷଣୀୟ ଗିଫ୍ଟ ।

 

 

Leave A Reply

Your email address will not be published.