କାହା ପାଖରେ ଥାଏ ଟ୍ରେନ୍‌ ଓ୍ଵିଣ୍ଡୋ ସିଟ୍‌ ଉପରେ ବସିବାର ଅଧିକାର? କଣ ଆପଣ ଏ ବିଷୟରେ ଜାଣିଛନ୍ତି

କଣ ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ରେଲେଓ୍ଵ ସହ ଜଡିତ ନିୟମ ବିଷୟରେ ଆପଣଙ୍କୁ ନିଶ୍ଚିତ ସୂଚନା ଥିବା ଆବଶ୍ୟକ। ସ୍ଲିପର କିମ୍ବା ଏସି କୋଚ୍‌ ବିଷୟରେ କହିବା ତ ଏଠାରେ ସିଟ୍‌ ଲୋୟର,ମିଡିଲ କିମ୍ବା ଅପର ଅର୍ଡରରେ ରହିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଓ୍ଵିଣ୍ଡୋ ସିଟ୍‌ ଉପରେ ବସିବାର ଅଧିକାର କାହା ପାଖରେ ଥାଏ? ବୋଧହୁଏ ଆପଣଙ୍କୁ ଜଣାନଥିବ। କୋଚରେ ଲୋୟର ଏବଂ ମିଡିଲ କ୍ଲାସ ପାଇଁ ମଧ୍ୟ ଅଲଗା ଅଲଗା ନିୟମ ରହିଥାଏ। ତେବେ ଆସନ୍ତୁ ଜାଣିବା ଟ୍ରେନରେ ଓ୍ଵିଣ୍ଡୋ ସିଟରେ ବସିବାର ଅଧିକାର ବିଷୟରେ।

ସ୍ଲିପର ଏବଂ ଏସି କୋଚର ଓ୍ଵିଣ୍ଡୋ ସିଟ୍‌ ବିଷୟରେ ଟିକେଟରେ କୌଣସି ସୂଚନା ଦିଆଯାଇନଥାଏ। ଯେଉଁଠି ଓ୍ଵିଣ୍ଡୋ ରହିଥାଏ, ସେଠାରେ ସବୁ ଲୋୟର ସିଟ୍‌ ରହିଥାଏ। ଏମିତିରେ ଏହା କେମିତି ଡିସାଇଡ୍‌ କରାଯାଏ ଯେ ଓ୍ଵିଣ୍ଡୋ ସିଟରେ କିଏ ବସିବେ? କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଓ୍ଵିଣ୍ଡୋ ସିଟରେ ବସିବାର ଅଲୋକେସନ ଚେୟାର କାରରେ ରହିଥାଏ। ଏହା ସ୍ଲିପର କିମ୍ବା ଏସି କୋଚରେ ନଥାଏ।

ଏମିତିରେ ଏହା କେମିତି ଧାର୍ଯ୍ୟ କରାଯାଏ ଯେ ଓ୍ଵିଣ୍ଡୋ ସିଟର କିଏ ବସିବେ ଏବଂ କିଏ ନାହିଁ। ଏହି କୋଚରେ ସିଟ ଅଲୋକେସନ ଅଲଗା ଅଲକା ପ୍ରକାରର ହୋଇଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରେଲେଓ୍ଵ ପକ୍ଷରୁ ସ୍ଲିପର କିମ୍ବା ଏସିରେ ଓ୍ଵିଣ୍ଡୋ ସିଟରେ ବସିବାର କୌଣସି ଖାସ୍‌ ନିୟମ ନଥାଏ। ଏହା ମ୍ୟୁଚୁଆଲ ଭାବେ ନିଷ୍ପତ୍ତି ନିଆଯାଇଥାଏ ଯେ କିଏ କେଉଁଠି ବସିବେ। ଏମିତିରେ ପାସେଞ୍ଜର ନିଜ ହିସବାରେ କେଉଁଠି ବି ବସିଯାନ୍ତି।

କୁହାଯାଏ ଯେ ଲୋୟର ସିଟରେ ଓ୍ଵିଣ୍ଡୋ ଆଡକୁ ଲୋୟର ସିଟ ଥିବା ଯାତ୍ରୀଙ୍କର ଅଧିକାର ଥାଏ। ଏହିଭଳି ଭାବେ ମଝିରେ ମିଡିଲ ବାର୍ଥ ଏବଂ କର୍ନର ଆଡକୁ ଅପର ସିଟ୍‌ ଥିବା ଯାତ୍ରୀ ବସିଥାନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲୋୟର ସିଟରେ ବସିବାର ଅଧିକାର କେବଳ ଦିନରେ ହିଁ ହୋଇଥାଏ। ରାତି ୧୦ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଯାତ୍ରୀଙ୍କୁ ନିଜ ସିଟରେ ଶୋଇବାର ଅଧିକାର ରହିଥାଏ। ଏହି ସମୟରେ ଟିଟିଇ ମଧ୍ୟ ଯାତ୍ରୀଙ୍କୁ ଡିଷ୍ଟର୍ବ କରିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.