ଏହି ସ୍କିମରେ ପ୍ରତିମାସରେ ଜମା କରନ୍ତୁ ମାତ୍ର ୮୪ ଟଙ୍କା : ପାଆନ୍ତୁ ୨୪ହଜାର ଟଙ୍କା ପେନସନ୍

କେନ୍ଦ୍ର ସରକାରଙ୍କ ଏକ ମହତ୍ବପୂର୍ଣ୍ଣ ଯୋଜନା ହେଉଛି ଅଟଳ ପେନସନ୍ ଯୋଜନା । ଯାହାର ଆରମ୍ଭ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ । ଏହି ପେନସନ୍ ଯୋଜନା ମୁଖ ରୂପରେ ସେହି ଲୋକ ମାନଙ୍କ ଉପରେ କେନ୍ଦ୍ରିତ ଯେଉଁମାନଙ୍କର ନିବେଶ କରିବାର କ୍ଷମତା ଖୁବ୍ କମ୍ ।

ଏହି ପ୍ଲାନର ଆରମ୍ଭ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ କେହି ବି କରିପାରିବେ । ଏହି ସମୟ ମଧ୍ୟରେ କରାଯାଇଥିବା ନିବେଶ ଉପରେ ଜଣେ ୬୦ ବର୍ଷ ବୟସରେ ୧୦୦୦ ରୁ ୫୦୦୦ ପର୍ଯ୍ଯନ୍ତ ମାସିକ ସନିଶ୍ଚିତ ପେନସନ୍ ପାଇପାରିବ । କିନ୍ତୁ କେବେ ଏହି ଯୋଜନା ଆରମ୍ଭ କରିଥିଲେ ତାହା ଉପରେ ନିର୍ଭର କରେ ଏଥିରେ ମିଳୁଥିବା ରିଟର୍ଣ୍ଣ ।

କେମିତି ପାଇବେ ବାର୍ଷିକ ୨୪ହଜାର ପେନସନ୍ :

ଅଟଳ ପେନସନ୍ ଯୋଜନା ଅନୁଯାୟୀ ସବସ୍କ୍ରାଇବର୍ ମାସିକ, ତ୍ରୈମାସିକ ଏବଂ ୬ ମାସିଆ ବିକଳ୍ପ ବାଛିପାରିବେ । ଏମିତିରେ ଯଦି ମାସିକ ୮୪ ଟଙ୍କା ନିବେଶ କରୁଛନ୍ତି ତେବେ ୬୦ ବର୍ଷ ବୟସ ବେଳକୁ ଆପଣ ମାସିକ ୨୦୦୦ ଟଙ୍କା ପେନସନ୍ ପାଇପାରିବେ । ଯଦି ଆପଣଙ୍କ ନିବେଶ ୪୨ ବର୍ଷ ପର୍ଯ୍ଯନ୍ତ କରିଛନ୍ତି ଅର୍ଥାତ୍ ମାତ୍ର ୧୮ ବର୍ଷ ବୟସରୁ ଏହି ନିବେଶ ଆରମ୍ଭ କରିଦେଇଛନ୍ତି  ତେବେ ୬୦ ବର୍ଷ ବୟସ ପରେ ୨୪ହଜାର ଟଙ୍କା ବାର୍ଷିକ ପେନସନ୍ ପାଇପାରିବେ ।

ସେହିପରି ଯଦି ୧୮ ବର୍ଷ ବୟସ ପରେ ମାସିକ ୨୧୦ଟଙ୍କା ନିବେଶ କରୁଛନ୍ତି ତେବେ ୪୨ ବର୍ଷ ପରେ ୫୦୦୦ ଟଙ୍କା ପେନସନ୍ ପାଇବେ । ଏସମସ୍ତ ସୂଚନା ଏନଏସଡିଏଲର ୱେବସାଇଟରେ ଉପଲବ୍ଧ ରହିଛି ।

କେମିତି କରିବେ ଆବେଦନ :

ଅଟଳ ପେନସନ୍ ଯୋଜନାର ସବସ୍କ୍ରାଇବର୍ ଫର୍ମ ସମସ୍ତ ବ୍ଯାଙ୍କଗୁଡିକର ୱେବସାଇଟରେ ଉପଲବ୍ଧ ଅଛି । ଆପଣଙ୍କୁ ଏହି ଫର୍ମକୁ ଡାଉନଲୋଡ୍ କରି ଦିଆଯାଇଥିବା ସମସ୍ତ ଜରୁରୀ କଲମ୍ ଗୁଡିକୁ ଭରିବାକୁ ପଡିବ । ଏହା କିଛି ଅନ୍ଯ ଜରୁରୀ ଦସ୍ତାବିଜ୍ ଜମା କରିବାକୁ ପଡିବ । ଏତିକି କରିବା ପରେ ଆବେଦକ ସହଜରେ ନିଜର ନିଜର ଅଟଳ ପେନସନ୍ ଆକାଉଂଟ୍ ଖୋଲିପାରିବ ।

ବିଳମ୍ବରେ ନିବେଶ କଲେ ଜରିମାନା :

ଏହି ଯୋଜନାରେ ମାସିକ, ତ୍ରେମାସିକ, ଏବଂ ଛଅମାସିକ ଆଧାରରେ ଟଙ୍କା ଜମା କରିବାକୁ ପଡିଥାଏ । କିନ୍ତୁ ଯଦି ଆପଣ ଟଙ୍କା ଜମା କରିବାରେ ବିଳମ୍ବ  କରୁଛନ୍ତି ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ଅର୍ଥାତ୍ ଅତିରିକ୍ତ ରାଶି ଜମା କରିବାକୁ ପଡିବ । ଏହି ଆମାଉଂଟ୍ ଏକ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କା ପ୍ରତିମାସ ହୋଇପାରେ ।

ଅଟଳ ପେନସନ୍ ବିଷୟରେ କିଛି ଜରୁରୀ ତଥ୍ଯ :

–      ଏହି ଯୋଜନାରେ ନିବେଶ କରବାର ସର୍ବନିମ୍ନ ବୟସ ୧୮ ବର୍ଷ ।

–      ଏଥିରେ ତିନିଟି ମୋଡରେ ନିବେଶ କରିପାରିବେ । ମାସିକ, ତିନିମାସିକ ଏବଂ ଛଅମାସିକ ।

–      ଅଟଳ ପେନସନ୍ ଯୋଜନାର ସବସ୍କ୍ରାଇବରଙ୍କୁ ୬୦ ବର୍ଷ ପୂର୍ବରୁ ଟଙ୍କା ଉଠାଇବାର ଅନୁମତି ଅଛି ।

–      ଯଦି ଆପଣ ଅଟଳ ପେନସନ୍ ଯୋଜନାରେ ନିବେଶ କରିଛନ୍ତି ତେବେ ଆପଣଙ୍କୁ ଆୟକର ଧାରା  80CCD (1B)  ଅନୁଯାୟୀ ୫୦ହଜାର ଟଙ୍କା ପର୍ଯ୍ଯନ୍ତ ରିହାତି ମିଳିବ ।

Leave A Reply

Your email address will not be published.