IRCTCର ନୂଆ ନିୟମରେ ଟିକେଟ ବୁକିଂ ବେଳେ କେବଳ ଫଲୋ କରନ୍ତୁ ଏହି ଷ୍ଟେପ, ଟିକେଟ ହୋଇଯିବ କନଫର୍ମ

ଯଦି ଆପଣ ବି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଜରୁରୀ ଖବର। ଏବେ ଆପଣ ତତ୍କାଳ ଟିକେଟ ବୁକିଂ ରେ କନଫର୍ମ ସିଟ୍‌ ପାଇବା ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ଏଥର ରେଳ ବିଭାଗ ଏହାକୁ ନେଇ ଦେଇଛି ଏକ ବଡ଼ ସୂଚନା।

ଭାରତର ମେରୁଦଣ୍ଡ ହେଉଛି ଟ୍ରେନ। ପ୍ରତିଦିନ ଲକ୍ଷାଧିକ ଲୋକ ଏଥିରେ ଯାତ୍ରା କରିଥାନ୍ତି। ଏମିତିରେ ଅନେକ ଲୋକ ଅଚାନକ ଟ୍ରେନ ଯାତ୍ରା କରିଥାନ୍ତି। ଏମିତିରେ ତତ୍କାଳ ଟିକେଟ ବୁକ କରିବା ପାଇଁ ଟ୍ରାଏ କରନ୍ତି। ତେବେ ବି ତତ୍କାଳ ଟିକେଟ ବୁକ ହେଲାପରେ ବି କନଫର୍ମ ଟିକେଟ ବୁକ ହୋଇନଥାଏ। କିନ୍ତୁ ଯଦି ଆପଣ ଅଚାନକ ଟ୍ରେନରେ ଯାତ୍ରା କରିବାକୁ ଚାହୁଁଛନ୍ତି ଆଉ ଟିକେଟ ମିଳୁନି। ତେବେ ଚିନ୍ତା ଆସିବା ସ୍ୱଭାବିକ।

ଆଜି ଆମେ ଆପଣଙ୍କୁ ଏହାର କିଛି ସହଜ ଷ୍ଟେପ ସମ୍ପର୍କରେ କହିବୁ। ଯେମିତିରେ ଆପଣଙ୍କୁ ତତ୍କାଳ ଟିକେଟ ବୁକିଂରେ ସମସ୍ୟା ହେବ ନାହିଁ। ଆଉ ସବୁବେଳେ ଆପଣଙ୍କୁ କନଫର୍ମ ଟିକେଟ ହିଁ ମିଳିବ।

ରେଳ ବିଭାଗ ନିଜ ଯାତ୍ରୀର ସୁବିଧା ପାଇଁ ଏହି ନିୟମ ବାହାର କରିଛି। ଏହି କ୍ରମରେ ଆଇଆରସିଟିସି ବିଭାଗ ଏକ ନୂଆ ପ୍ଳାନ ବାହାର କରିଛି। ଏସି ତତ୍କାଳ ଟିକେଟ ବୁକିଂ ସକାଳ ୧୦ଟାରୁ ଆରମ୍ଭ ହୋଇଥାଏ। ସ୍ଲିପର କ୍ଲାସ ବୁକିଂ ପାଇଁ ସକାଳ ୧୧ ଟାରୁ ପ୍ରକି୍ରୟା ଆରମ୍ଭ ହୋଇଥାଏ। ମନେ ରଖନ୍ତୁ ଯେ ୁତତ୍କାଳ ଟିକେଟ ବୁକିଂ ରେ ସମୟର ଗୁରୁତ୍ୱ ଅଧିକ ଥାଏ। ଯଦି ଆପଣ ସମୟ କ୍ରମରେ ଏହାର ବୁକିଂ କରୁଛନ୍ତି ତେବେ କିଛି ସମସ୍ୟା ହେବ ନାହିଁ।

– ତତ୍କାଳ ଟିକେଟ ବୁକିଂ ପାଇଁ ପ୍ରଥମେ ଟ୍ରାଭେଲ ଲିଷ୍ଟ ତିଆରି କରନ୍ତୁ।
– ଏହାପରେ ଆପଣଙ୍କୁ ପୁଣି ଥରେ ଡିଟେଲ୍ସ ଭରିବାକୁ ପଡ଼ିବ ନାହିଁ।
– ଥରେ ଟ୍ରାଭେଲ ଲିଷ୍ଟ ତିଆରି ହେବା ପରେ ଏହାକୁ ସେଭ କରି ରଖନ୍ତୁ।
– ଯେତେବେଳେ ବୁକିଂ ଆରମ୍ଭ ହେବ ସେତେବେଳେ କନଫର୍ମ କୁ ଯାନ୍ତୁ।
– ଟ୍ରାଭେଲ ଲିଷ୍ଟ ସିଲେକ୍ଟ କଲାପରେ ସମସ୍ତ ଯାତ୍ରୀଙ୍କ ପାଖକୁ ଡିଟେଲ ଯିବ।
– ଏହାପରେ ଆପେ ଆପେ ଯାତ୍ରୀଙ୍କର ଡିଟେଲ ଫିଲ ହେବ।
– ଏବେ ପେମେଣ୍ଟ ଅପସନ ଆସିବ।
– ଏହାପରେ ଆପଣ ୟୁପିଆଇ, କ୍ରେଡିଟ କିମ୍ବା ଡେବିଟ କାର୍ଡରେ ପେମେଣ୍ଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.