ଶସ୍ତାରେ ବୁଲିପାରିବେ ଶିରିଡ ସାଇ ଏବଂ ଶନି ଶିଙ୍ଗଣାପୁର, IRCTC ର ଏହି ପ୍ୟାକେଜରେ କରାନ୍ତୁ ବୁକିଂ

ଆପଣ ଯଦି ଶିରିଡି ସାଇ ଯିବାକୁ ପ୍ଲାନ କରୁଥାନ୍ତି, ତେବେ ଆଇଆରସିଟିସିର ସ୍ପେଶାଲ ଟୁର ପ୍ୟାକେଜର ଫାଇଦା ଉଠାଇପାରିବେ। ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ସ୍ପେଶାଲ ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି ।

ଅଗଷ୍ଟ ୪ ତାରିଖରୁ ଏହି ପ୍ୟାକେଜର ଶୁଭାରମ୍ଭ ହେଉଛି । ଏହି ପ୍ୟାକେଜରେ ୪ ରାତି ଓ ପାଞ୍ଚ ଦିନ ରହିଛି । ଏହି ପ୍ୟାକେଜ ଅନୁଯାୟୀ, ଅଗଷ୍ଟ ୪ରୁ ସେପ୍ଟେମ୍ବର ୮ ମଧ୍ୟରେ ପ୍ରତ୍ୟେକ ଗୁରୁବାର ଦିନ ଲକ୍ଷ୍ନୌରୁ ଟ୍ରେନ ମିଳିବ । ପ୍ୟାକେଜରେ ଆପଣଙ୍କର ରହିବା, ବ୍ରେକଫାଷ୍ଟ ଓ ଡିନର ବ୍ୟବସ୍ଥା ଆଇଆରସିଟିସି ପକ୍ଷରୁ କରାଯିବ ।

କେତେ ଦେବାକୁ ପଡିବ ଭଡା :

ଏହି ଯାତ୍ରା ପାଇଁ ଜଣେ ବ୍ୟକ୍ତିଙ୍କୁ ସେକେଣ୍ଡ ଏସି ପାଇଁ ୨୩,୮୨୦ ଟଙ୍କା, ଦୁଇଜଣ ଙ୍କୁ ୧୫୪୭୦, ତିନି ଜଣଙ୍କୁ ୧୨,୯୪୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ଯଦି ଆପଣ ଥାର୍ଡ ଏସିରେ ଏକୁଟିଆ ଯାତ୍ରା କରିବେ ତେବେ ୨୧,୮୧୦ ଟଙ୍କା, ଦୁଇଜଣ ଯାତ୍ରା କଲେ ୧୩,୪୬୦ ଓ ତିନି ଜଣ ଯାତ୍ରା କଲେ ୧୦,୯୩୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ ।

irctc

କେମିତି କରିବେ ବୁକିଂ:

ଏହି ପ୍ୟାକେଜ ପାଇଁ ଆପଣ www.irctctourism.com ୱେବସାଇଟକୁ ଯାଇ ବୁକିଂ କରିପାରିବେ । ଏଥିସହିତ ଆଇଆରସିଟିସିର ପର୍ଯ୍ୟଟକ ସୁବିଧା କେନ୍ଦ୍ର, ଆଞ୍ଚଳିକ ଓ କ୍ଷେତ୍ରୀୟ କାର୍ଯ୍ୟାଳୟରୁ ମଧ୍ୟ ବୁକିଂ କରିପାରିବେ ।

କେଉଁ ସ୍ଥାନ କରିପାରିବେ ଦର୍ଶନ :

ଏହି ପ୍ୟାକେଜ ମାଧ୍ୟମରେ ଆପଣ ଶିରଡ଼ି, ଶନି ଶିଙ୍ଗଣାପୁର, କିଫାୟତୀ ଓ ତ୍ରୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ପରିଦର୍ଶନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.