IRCTC ଦେଉଛି ଏସବୁ ସୁବିଧା, ଯଦି ଜାଣିନାହାଁନ୍ତି ଏବେଠୁ ଜାଣିନିଅନ୍ତୁ, ଆପଣ ବି ଉଠାଇପାରିବେ ଫାଇଦା

ଭାରତୀୟ ରେଳ ବିଭାଗ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଏହା ଶସ୍ତା ସହ ହୋଇଥାଏ ଆରାମଦାୟକ। ଟ୍ରେନ ଟିକେଟ ବୁକିଙ୍ଗ ଏବଂ ତାହାର ରଦ୍ଦ କରିବାର ନିୟମ ସମସ୍ତଙ୍କୁ ଜଣା ଅଛି। ରେଳ ସେବା ସମ୍ବନ୍ଧରେ କିଛି ଏମିତି ନିୟମ ଅଛି ଯାହା ବିଷୟରେ ସମସ୍ତଙ୍କୁ ଜଣା ନାହିଁ ଏବଂ ସହଜରେ ଏହାର ସୂଚନା ମିଳେ ନାହିଁ । କିନ୍ତୁ ଯଦି ଏହି ନିୟମ ଆପଣଙ୍କୁ ଜଣା ପଡିଯାଏ ତେବେ ଏହା ଦ୍ବାରା ଆପଣଙ୍କୁ ବହୁତ ଫାଇଦା ମିଳିବ।

ଭାରତୀୟ ରେଳ ବର୍ତ୍ତମାନ ବହୁତ ଉନ୍ନତି କରିଲାଣି। ଆଇଆରସିଟିସିରେ ଟ୍ରେନର ବୁକିଙ୍ଗ କରିବା ଏବଂ ଟ୍ରେନରେ ସିଟ୍‌ ପାଇବା ସେତିକି ଅସୁବିଧା ହୋଇଥାଏ ଯେତିକି ଟ୍ରେନର ସମୟ ଭିତରେ ପହଁଞ୍ଚିବା। କିନ୍ତୁ ଆଇଆରସିଟିସିର କିଛି ଏମିତି ସୁବିଧା ଅଛି ଯାହାଦ୍ବାରା ଯାତ୍ରୀମାନଙ୍କୁ ବହୁତ ଉପକାର ମିଳିଥାଏ। ଆସନ୍ତୁ ଜାଣିବା ଆଇଆରସିଟିସିର ଏହି ସବୁ ନିୟମ ସମ୍ପର୍କରେ ।

ଟିକେଟ ହଜିଗଲେ ଡର ନାହିଁ:
ଯଦି ଆପଣଙ୍କ କନଫର୍ମ ୱିଣ୍ଡୋ ଟିକେଟ ହଜିଯାଏ ତେବେ ଆପଣଙ୍କ ପାଇଁ ଏହାକୁ ନେଇ ଚିନ୍ତା କରିବା ଆବଶ୍ୟକତା ନାହିଁ। ମାତ୍ର କିଛି ଟଙ୍କାରେ ଏହି କାମ ହୋଇଯିବ। ଆପଣ ରିଜର୍ଭେସନ ୱିଣ୍ଡୋକୁ ଯାଇ ରିଜର୍ଭେସନ ଫର୍ମ ଭରନ୍ତୁ ଏବଂ ନିଜର ଆଇଡି ଦେଖାଇ ନୂଆ ଟିକେଟ ନେଇ ଯାଆନ୍ତୁ। ଯଦି ଆପଣଙ୍କ ଯାତ୍ରା ୫୦୦ କିଲୋମିଟରରୁ କମ, ତେବେ ୨୫% ଏବଂ ଯଦି ଏହାଠାରୁ ଅଧିକ ହୁଏ ତେବେ ୧୦% ଚାର୍ଜ ଦେବାକୁ ହେବ।

ଫ୍ରି ମେଡିକାଲ ସେବା:
ଯଦି ଯାତ୍ରାରେ ସମୟରେ ଲୁ ଏବଂ ଅନ୍ୟାନ୍ୟ କିଛି ଲାଗିଯାଏ କିମ୍ବା ଶୀତରେ ଅଧିକ ଥଣ୍ଡାହେବା କାରଣରୁ ଜ୍ବର ଆସିଯାଏ, ତେବେ ଆପଣଙ୍କ ପାଇଁ ଟ୍ରେନରେ ଚିକିତ୍ସାର ସୁବିଧା ଯୋଗାଇ ଦିଆଯିବ। ଯଦି ଅଧିକ ରୋଗଗ୍ରସ୍ଥ ହୋଇଯିବେ ତେବେ ଟିଟିଙ୍କୁ କୁହନ୍ତୁ ଏବଂ ପରବର୍ତ୍ତୀ ଷ୍ଟେସନରେ ଡାକ୍ତର ଆପଣଙ୍କ ସିଟ ପାଖକୁ ଆସି ଯାଞ୍ଚ କରିବେ।

ନିଜ ଟିକେଟରେ ଅନ୍ୟ ଜଣଙ୍କୁ ପଠାଇବା:
ଆଇଆରସିଟିସି ଏମିତି ନିୟମ କରିଛି ଯେଉଁଥିରେ ଯଦି ସ୍ଟେଶନ ମାଷ୍ଟରଙ୍କୁ ଟ୍ରେନ ବାହାରିବାର ୨୪ ଘଣ୍ଟା ପୁର୍ବରୁ ଜଣାଇ ଦିଆଯାଏ ତେବେ ଷ୍ଟେସନ ମାଷ୍ଟର ଆପଣଙ୍କ ଟିକେଟ ଆପଣଙ୍କର କୌଣସି ରକ୍ତ ସମ୍ପର୍କଙ୍କ ନାମରେ ଟ୍ରାନ୍ସଫର କରିପାରିବେ। ଯାହା ଦ୍ବାରା ଆପଣଙ୍କ ସମ୍ପର୍କୀୟ ଯାତ୍ରା କରିପାରିବେ। ଏହାଛଡା ଆପଣ ଯଦି କୌଣସି ଛାତ୍ରଛାତ୍ରୀଙ୍କ ଯାଗାରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପଠାଇବା ପାଇଁ ଚାହିଁବେ। ତେବେ ଏଥିପାଇଁ ଷ୍ଟେସନ ମାଷ୍ଟରଙ୍କୁ ୪୮ ଘଣ୍ଟା ପୂର୍ବରୁ ସୂଚନା ଦେବାକୁ ପଡିବ।

ଟ୍ରେନରେ ମଧ୍ୟ ଓଜନ ନିର୍ଦ୍ଧାରିତ କରାଯାଏ:
କଣ ଆପଣ ଜାଣନ୍ତି ଟ୍ରେନରେ ମଧ୍ୟ ପ୍ଲେନ ଭଳି ଓଜନ ନିର୍ଦ୍ଧାରିତ ହୋଇଥାଏ? ଯଦି ଆପଣଙ୍କ ପାଖରେ ଓଜନ ଠାରୁ ଅଧିକ ଜିନିଷ ମିଳେ ତେବେ ଦଣ୍ଡ ବିଧାନ କରାଯିବ। ସୂଚନା ଅନୁଯାୟୀ, ଏସି ଫାଷ୍ଟ କ୍ଲାସରେ-୭୦ କିଲୋଗ୍ରାମ,ଏସି ଟୁ ଟାୟାରରେ -୫୦ କିଲୋଗ୍ରାମ , ଏସି ଥ୍ରୀ ଟାୟାର/ଏସି ଚେୟାର କାରରେ -୪୦ କିଲୋଗ୍ରାମ ଏବଂ ସେକେଣ୍ଡ କ୍ଲାସରେ -୩୫ କିଲୋଗ୍ରାମ ଲଗେଜ ଆପଣ ନେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.