ISRO ରେ ଖାଲିପଡିଛି ପିଜିଟି, ଟିଜିଟି ପଦବୀ; ମାସକୁ ଦରମା ଦେଢ ଲକ୍ଷ

ଭାରତୀୟ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ (ISRO) ପକ୍ଷରୁ ଖାଲିପଡିଛି ପଦବୀ। ଏଠାରେ ପ୍ରାଥମିକ ଶିକ୍ଷକ, ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ(ପିଜିଟି), ଟ୍ରେଡ ଗ୍ରାଜୁଏଟ ଶିକ୍ଷକ(ଟିଜିଟି) ସମେତ ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ sdsc.shar.gov.inକୁ ଯାଇ ଆବେଦନ କରିପାରିବେ।

ଏହିସବୁ ପଦବୀରେ ଆବେଦନ କରିବା ପାଇଁ ଆପଣ ୨୮ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନକାରୀଙ୍କ ଚୟନ ପ୍ରକ୍ରିୟା କମ୍ପ୍ୟୁଟର ଆଧାରିତ ଟେଷ୍ଟରେ ହେବ। ପରୀକ୍ଷା ସମଗ୍ର ଦେଶରେ ଆୟୋଜିତ ହେବ। ଲିଖିତ ପରୀକ୍ଷା/ ସ୍କିଲ ଟେଷ୍ଟ ପାଇଁ ସୂଚନା ରେଜିଷ୍ଟ୍ରର୍ଡ ଇ-ମେଲକୁ ପଠାଯିବ।

ପଦବୀ ବିବରଣୀ : ୧୯

ଜରୁରୀ ତାରିଖ: ଏଠାରେ ଆବେଦନ କରିବା ପାଇଁ ଶେଷ ତାରିଖ ଅଗଷ୍ଟ ୨୮, ୨୦୨୨ ରହିଛି।

ବୟସ ସୀମା: ଆବେଦନକାରୀ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଜରୁରୀ। ପିଜିଟି ପାଇଁ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ବେଳେ ଟିଜିଟି ପାଇଁ ସର୍ବାଧିକ ବୟସ ୩୫ ବର୍ଷ ଏବଂ ପ୍ରାଇମେରୀ ଟିଚର ପାଇଁ ସର୍ବାଧିକ ବୟସ ୩୦ ବର୍ଷ ହେବା ଜରୁରୀ।

ଦରମା : ବିଭିନ୍ନ ପଦବୀ ପାଇଁ ଦରମା ସେପରି ଭିନ୍ନ ଭିନ୍ନ ରହିଛି। ପିଜିଟି ପାଇଁ ୪୭,୬୦୦ରୁ ୧,୫୧,୧୦୦ ଟଙ୍କା ରହିଛି। ସେହିପରି ଟିଜିଟି ପାଇଁ ମାସିକ ୪୪,୯୦୦ ଟଙ୍କାରୁ ୧,୪୨, ୪୦୦ ଟଙ୍କା ରହିଛି। ପ୍ରାଇମେରୀ ଶିକ୍ଷକ ପାଇଁ ୩୫,୪୦୦ ଟଙ୍କାରୁ ୧,୧୨,୪୦୦ ମାସିକ ମିଳିବ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ।

କେମିତି କରିବେ ଆବେଦନ :

– ପ୍ରଥମେ ଅଫିସିଆଲ ୱେବସାଇଟ୍‌ share.gov.in କୁ ଯାଆନ୍ତୁ।
– ଏଠାରେ ହୋମ ପେଜରେ ଥିବା ‘Careers’ ଟାବ୍‌ରେ କ୍ଲିକ କରନ୍ତୁ।
– ନୂଆ ପେଜ୍‌ ଓପନ ହେବ।
– ଏଠାରେ ଥିବା’Post Graduate Teachers, Trained Graduate Teachers and Primary Teachers ଲିଙ୍କରେ କ୍ଲିକ କରନ୍ତୁ।
– ଏହାକୁ କ୍ଲିକ କରିବା ପରେ ଏକ ନୂଆ ରେଜିଷ୍ଟ୍ରେସନ ପେଜ୍‌ ଓପନ ହେବ।
– ଏଠାକୁ ରେଜିଷ୍ଟ୍ରର ଏବଂ ଜେନେରେଟକୁ ଯାଇ ଲଗଇନ୍‌ କ୍ରେଡିନ୍ସିଆଲକୁ ଯାଇ ଆପ୍ଲିକେସନ ଫର୍ମ ଉପରେ କ୍ଲିକ କରନ୍ତୁ।
– ଫର୍ମ ପୂରଣ କରିବା ପରେ ସବୁ ଦସ୍ତାବିଜକୁ ସବମିଟ୍‌ କରନ୍ତୁ।
– ପରେ ଏହାର ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://apps.shar.gov.in/Recruitment/css/images/TeacherAdvertisement.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.