ଆୟକର ରିଟର୍ଣ୍ଣ ଦାଖଲ କରିବା ପୂର୍ବରୁ ପାଖରେ ରଖନ୍ତୁ ଏହି ୫ଟି ଡକ୍ୟୁମେଣ୍ଟ, ଚଳିତ ବର୍ଷ ହୋଇଛି ଅନେକ ପରିବର୍ତ୍ତନ

କରୋନା ସଙ୍କଟ ମଧ୍ୟରେ ଆୟକର ରିଟର୍ଣ୍ଣ ଦାଖଲ ଆରମ୍ଭ ହୋଇଛି । ଯଦି ଆପଣ ମଧ୍ୟ ଆପଣଙ୍କର ରିଟର୍ନ ଫାଇଲ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ପ୍ରଥମେ ଆବଶ୍ୟକ ଡକ୍ୟୁମେଣ୍ଟ୍ ସଂଗ୍ରହ କରନ୍ତୁ । ରିଟର୍ନ ଦାଖଲ କରିବାରେ ଏହା ଆପଣଙ୍କୁ ସାହାଯ୍ୟ କରିବ ଏବଂ ଭୁଲର କୌଣସି ସମ୍ଭାବନା ନାହିଁ । ଆୟକର ବିଭାଗ ମଧ୍ୟ ଏଥର ଅନେକ ପରିବର୍ତ୍ତନ କରିଛି । ଯଦି କୌଣସି ସ୍ଥାନରେ ସନ୍ଦେହ ଅଛି ତାହେଲେ ଟ୍ୟାକ୍ସ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ । ତେବେ ଆଜି ଆମେ ଆପଣଙ୍କୁ କିଛି ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ବିଷୟରେ ସୂଚନା ଦେବାକୁ ଯାଉଛୁ ।

1. ଫର୍ମ -16

ଯଦି ଆପଣ ଚାକିରୀ କରୁଛନ୍ତି ତେବେ ରିଟର୍ନ ଦାଖଲ ପାଇଁ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଏହି ଫର୍ମ କର୍ମଚାରୀଙ୍କ ବେତନରୁ କଟାଯାଇଥିବା TDS ଯାଞ୍ଚ କରିଥାଏ । ତା ସହିତ ଏହାମଧ୍ୟ ଦର୍ଶାଇଥାଏ ଯେ ଅନୁଷ୍ଠାନ ଟିଡିଏସ୍ କାଟି ସରକାରଙ୍କୁ ଦାଖଲ କରିଛି ।

New Deadline For Filing Income Tax Return - ODISHA BYTES

2. ସୁଧରୁ ଆୟର ପ୍ରମାଣପତ୍ର

ଚଳିତ ବର୍ଷ ରିଟର୍ନ ଫର୍ମରେ ଟିକସଦାତାମାନଙ୍କୁ ସେମାନଙ୍କ ସୁଧ ଆୟର ଉତ୍ସ ବିଷୟରେ ଜଣାଇବାକୁ ପଡିବ ଯେପରିକି ସେଭିଂ ଆକାଉଣ୍ଟ, ଫିକ୍ସଡ ଡିପୋଜିଟ କିମ୍ବା ଅନ୍ୟ କୌଣସି ଉତ୍ସରୁ ମିଳିଥିବା ସୁଧ ଆୟର ସୂଚନା । ଧାରା 80 TTA ଅନୁଯାୟୀ, 10 ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଆୟ କଟାଯାଇପାରିବ ।

3. ଆୟକରରୁ ମୁକ୍ତ ହେବାର ପ୍ରମାଣ

2019-20 ଆର୍ଥିକ ବର୍ଷରେ ସେକ୍ସନ୍ 80C, 80CC ଏବଂ 80CDC (1) ଅନୁଯାୟୀ ହୋଇଥିବା ସମସ୍ତ ବିନିଯୋଗ ଏବଂ ଖର୍ଚ୍ଚରୁ ଆପଣ ଟିକସ ଛାଡ ପାଇପାରିବେ । ଏଗୁଡିକ ଅଧୀନରେ ଆପଣ ସର୍ବାଧିକ 1.5 ଲକ୍ଷ ଟଙ୍କା ରିହାତି ପାଇପାରିବେ ।

Filing Income Tax Returns in India - India Briefing News

4. ଆଧାର କାର୍ଡ

ସଫଳତାର ସହିତ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଆଧାର ଷ୍ଟେଟମେଣ୍ଟ ଆବଶ୍ୟକ । ଆୟକର ଅଧିନିୟମର ଧାରା 139AA ଅନୁଯାୟୀ ଆପଣଙ୍କର ଆୟର ରିଟର୍ଣ୍ଣ ଦାଖଲ କରିବା ସମୟରେ ଆଧାର ବିବରଣୀ ପ୍ରଦାନ କରିବା ଆବଶ୍ୟକ ।

5. ବ୍ୟାଙ୍କ ଆକାଉଣ୍ଟଗୁଡିକ ଉପରେ ସୂଚନା

ଆୟକର ଦାଖଲ କରିବାବେଳେ ଆପଣଙ୍କୁ ଆପଣଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ମଧ୍ୟ କହିବାକୁ ପଡିବ । ତେଣୁ, ସମସ୍ତ ଖାତାର ବିବରଣୀ ପୂର୍ବରୁ ସଂଗ୍ରହ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.