ବାୟୁସେନାରେ ଚାକିରି କରିବାର ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ପାଇଁ ଆବେଦନ ଆଜିଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଆପଣ ଅଫିସିଆଲ େଓ୍ଵବସାଇଟ୍‌afcat.cdac.in କୁ ଯାଇ ଅଧିକ ବିବରଣୀ ଜାଣିପାରିବେ। ଆବେଦନ କରିବାର ଶେଷ ତାରିଖ ୧୪ ଜୁଲାଇ ରହିଛି।

ପଦବୀ :

ଏଏଫ୍‌ସିଏଟି ଏଣ୍ଟ୍ରାନ୍ସ ( ବାୟୁ ସେବା କମନ ଆଡମିସନ ଟେଷ୍ଟ) : ୨୩୪

ଏନ୍‌ସିସି

ମେଟେରୋଲୋଜି ଏଣ୍ଟ୍ରି : ୨୨

ଦରମା : ୫୬,୦୦୦ ଟଙ୍କାରୁ ଆରମ୍ଭ

job

ବୟସ ସୀମା :

ଫ୍ଲାଇଂ ବ୍ରାଞ୍ଚ ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୪ ବର୍ଷ ହୋଇଥିବା ଆବ୍ୟାକ।
ଗ୍ରାଉଣ୍ଡ ଡ୍ୟୁଟି ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସନ ୨୦ରୁ ୨୬ ବର୍ଷ ହୋଇଥିବା ଆବଶ୍ୟକ।

ଆବେଦନ କରିବାର ତାରିଖ :

ଅନଲାଇନ ଆବେଦନ କରିବାର ତାରିଖ ୧୫ ଜୁନ ୨୦୨୦ ରହିଥିବା ବେଳେ ଶେଷ ତାରିଖ ୧୪ ଜୁଲାଇ ରହିଛି। ଏଥିରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ୧୯ ତାରିଖରେ ପରୀକ୍ଷା ଦେବାକୁ ହେବ।

ଆବେଦନ କେମିତି କରିବେ : ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୧୫ ଜୁନ ଅର୍ଥାତ୍‌ ଆଜିଠାରୁ careerindianairforce.cdac.in କିମ୍ବା afcat.cdac.in ଯାଇ ଅନଲାଇନ କରିପାରିବେ।

ଚୟନ ପ୍ରକ୍ରିୟା : ଏହି ପଦବୀରେ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷଣ ଉପରେ ଆଧାରିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.