ଜାଣନ୍ତୁ ଭାରତୀୟ ରେଳ ସହ ଜଡ଼ିତ କିଛି ରୋଚକ ତଥ୍ୟ

ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । ଏହା ସହ ଟ୍ରେନରେ ଆମକୁ ଅନ୍ୟାନ ସୁବିଧା ବି ମିଳିଥାଏ । କିନ୍ତୁ କେବେ ଆପଣ ଭାବିଛନ୍ତିକି ଏହି ସୁବିଧା କେବେ ଠାରୁ ଓ କାହିଁକି ମିଳିବା ଆରମ୍ଭ ହୋଇଥିଲା ? କିମ୍ବା ପ୍ରତିଦିନ ଟ୍ରେନରେ କେତେ ଜଣ ଯାତ୍ରୀ ଯିବାଆସିବା କରିଥାନ୍ତି । ତେବେ ଆସନ୍ତୁ ଆଜି ଭାରତୀୟ ରେଳ ବାବଦରେ କେତେ ଗୁଡିଏ ରୋଚକ ତଥ୍ୟ ଜାଣିବା । ଭାରତରେ ପ୍ରଥମ ଟ୍ରେନ ମୁମ୍ବାଇରୁ ଥାଣେ ପର୍ଯ୍ୟନ୍ତ ୧୮୫୩ ମସିହା ଏପ୍ରିଲ ୧୬ ତାରିଖରେ ଚାଲିଥିଲା । ୧୪ ବଗି ବିଶିଷ୍ଟ ଏହି ଟ୍ରେନକୁ ତିନୋଟି ଇଂଜିନ ଟାଣୁଥିଲେ ଯାହାର ନାଁ ଥିଲା ସୁଲତାନ ସିଂହ ଓ ସାହେବ ।

ଟ୍ରେନ ସୁବିଧା ଆରମ୍ଭ ହେବାର ଦୀର୍ଘ ୬୦ ବର୍ଷ ପର୍ଯ୍ୟନ୍ତ ରେଳରେ ଶୌଚାଳୟ ସୁବିଧା ନଥିଲା । ୧୯୦୯ ମସିହାରେ ଅଖିଳ ଚନ୍ଦ୍ରସେନ ନାମକ ଜଣେ ବ୍ୟକ୍ତି ନିଜର ଏହି ସମସ୍ୟାକୁ ଚିଠି ଲେଖି ରେଳ ବିଭାଗ ନିକଟକୁ ପଠାଇଥିଲେ । ଯାହା ପରେ ବ୍ରିଟିଶ ସରକାର ଟ୍ରେନରେ ଶୌଚାଳୟ ସୁବିଧା ଆରମ୍ଭ କରିଥିଲେ । ଭାରତୀୟ ରେଳର ମସ୍କଟ ଭୋଲୁର ନାଁ ହାଥୀ ରଖାଯାଇଥିଲା । ଭାରତୀୟ ରେଳରେ ନିଯୁକ୍ତ ଥିବା ଗାର୍ଡମାନେ ଆଜି ବି ଭୋଲୁ ହାଥୀର ହିଁ ପୋଷାକ ପରିଧାନ କରିଥାନ୍ତି ।

train

ଭାରତୀୟ ରେଳ ଗୋଟିଏ ଦିନରେ ଯେତିକି ଦୂରତା ଅତିକ୍ରମ କରିଥାଏ ସେହି ଦୂରତା ପୃଥିବୀ ପୃଷ୍ଠରୁ ଚନ୍ଦ୍ର ପର୍ଯ୍ୟନ୍ତର ଦୁରତାର ପାଖାପାଖି ସାଢେ ତିନି ଗୁଣା ହେବ । ଆଉ ମଧ୍ୟ ଆମ ରେଳ ନେଟୱାର୍କ ହେଉଛି ବିଶ୍ୱର ୪ର୍ଥ ବଡ଼ । ଭାରତ ପୂର୍ବରୁ ଥିବା ତିନୋଟି ଦେଶ ହେଲେ ଆମେରିକା, ଚୀନ, ରୁଷ । ଦେଶରେ ଛୋଟ ବଡ ମିଶାଇ ପ୍ରାୟ ୭ ହଜାର ୫୦୦ ରେଳ ଷ୍ଟେସନ ରହିଛି । ଏହାର ଟ୍ରାକର ପୁରା ଲମ୍ବ ପ୍ରାୟ ୬୫ ହଜାର କିଲୋମିଟର ରହିଛି । ଆଉ ଯଦି ୟାରଡ଼ସକୁ ଯୋଡ଼ାଯାଏ ତେବେ ଏହାର ଲମ୍ବ ୧ ଲକ୍ଷ ପାର କରିଯିବା ।

ବର୍ତ୍ତମାନ ସମୟରେ ଏଥିରେ ପ୍ରାୟ ୧୬ ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି । ଯାହାକି ବିଶ୍ୱରେ ନବମ ଓ ଭାରତର ସବୁଠୁ ବଡ ଏମ୍ପ୍ଲୋୟର । ଏଥିରେ ପ୍ରତିଦିନ ପ୍ରାୟ ଅଢେଇ କୋଟିରୁ ଅଧିକ ଲୋକ ଯିବା ଆସିବା କରିଥାନ୍ତି । ଯାହାକି ଅଷ୍ଟ୍ରେଲିଆ ଜନସଂଖ୍ୟା ସହିତ ସମାନ ।

ଭାରତୀୟ ରେଳ ପୁରା ଦୁନିଆର ନିଜର ଲମ୍ବା ଚଉଡ଼ା ନେଟଓ୍ଵାର୍କ ପାଇଁ ଜଣାଯାଏ। ଡାଟା କୁ ଦେଖିଲେ ପାଖାପାଖି ୨.୫୦ କୋଟି ଲୋକ ପ୍ରତିଦିନ ଏହି ସେବାର ଲାଭ ଉଠାଇଥାନ୍ତି। ଏହାବ୍ୟତିତ ଭାରତୀୟ ରେଳ ପ୍ରତ୍ୟେକ ଦିନ ୩୩ ଲକ୍ଷ ଟନ୍‌ ର ମାଲ ନେବା ଆଣିବା କରିଥାଏ। ଏହାର ସ୍ଥାପନା ୮ ମେ ୧୮୪୫ ରେ ହୋଇଥିଲା। ଭାରତୀୟ ରେଳ ଏସିଆର ସବୁଠୁ ତଥା ଦୁନିଆର ୪ର୍ଥ ସବୁଠୁ ଲମ୍ବା ନେଟଓ୍ଵାର୍କ। ଭାରତୀୟ ରେଳ ଟ୍ରାକ ପାଖାପାଖି ୬୭,୩୬୮ କିଲୋମିଟର ଲମ୍ବା। ଦେଶର ସବୁଠୁ ବଡ଼ ରେଳ ଷ୍ଟେସନ ବୋରି ବନ୍ଦର ମୁମ୍ବାଇରେ ହୋଇଛି। ଭାରତର ପ୍ରଥମ ରେଳ ଯାତ୍ରା ୧୮୫୩ ରେ ବୋରି ବନ୍ଦର ରୁ ଥାନେ ପର୍ଯ୍ୟନ୍ତ ହୋଇଥିଲା। ଆଜି ଏହି ଷ୍ଟେସନ ଛତ୍ରପତି ଶିବାଜୀ ଟର୍ମିନାଲ ନାମରେ ନାମିତ ହୋଇଛି।

train
pc: abp news

ହୁବଲୀ ଜଙ୍କସନ ର ପ୍ଲାଟଫର୍ମ ଭାରତ ଦୁନିଆର ସବୁଠୁ ବଡ଼ ରେଳ ଷ୍ଟେସନ। ଏହା ୧୪୦୦ କିଲୋମିଟର ଲମ୍ବା। ଏହି ଷ୍ଟେସନରେ ବି ଅନେକ ଯାତ୍ରୀଙ୍କର ଭିଡ଼ ଜମି ରୁହେ।

ମଥୁରା ଦେଶର ସବୁଠୁ ବଡ଼ ଜଙ୍କସନ। ଏହାର ଲାଇନ କନେକ୍ଟିଭିଟି ଦେଶର ସବୁ ମୁଖ୍ୟ ସହରକୁ କନେକ୍ଟ ହୋଇଛି। ଏହାବ୍ୟତିତ ଏହି ଜଙ୍କସନରେ ୧୦ଟି ପ୍ଳାଟଫର୍ମ ଓ ୭ଟି ଭିନ୍ନ ଭିନ୍ନ ରେଳ ରୁଟ୍ସ ରହିଛି।

ଭାରତର ପ୍ରଥମ ରେଳ ଓ୍ଵାର୍କସପ୍‌ କୁ ୮ ଫେବୃଆରୀ ୧୮୬୨ ରେ ସ୍ଥାପିତ କରାଯାଇଥିଲା। କିନ୍ତୁ ଏହି ଓ୍ଵାର୍କସପ୍‌ କୁ ଜମାଲପୁର ବିହାରରେ ତିଆରି କରାଯାଇଥିଲା। ଯାହା ଭାରତର ସବୁଠୁ ଆଧୁନିକ ରିପେୟାର ଓ୍ଵାର୍କସପ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.