Income Tax Refund: ସରକାର ୨୦ ଲକ୍ଷ ଲୋକଙ୍କୁ ପଠାଇଛନ୍ତି ୬୨,୩୬୧ କୋଟି ଟଙ୍କା, ଆପଣଙ୍କୁ ମିଳିଛି ନା ନାହିଁ ଏମିତି କରନ୍ତୁ ଚେକ୍‌

Income Tax Return ଭରିବାର ତାରିଖ ପାଖେଇ ଆସୁଛି ଏବଂ ଏଥିସହିତ ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ Income Tax Refund ଦାଖଲ କରୁଛନ୍ତି। ତେବେ ଅନେକ ଥର ରିଫଣ୍ଡ ଆସିବାରେ ସାମାନ୍ୟ ବିଳମ୍ବ ହୁଏ ଏବଂ ଆୟକରଦାତା ରିଫଣ୍ଡ ଅପେକ୍ଷାରେ ଥାଆନ୍ତି। ଯଦିଓ ଏପ୍ରିଲ ମାସରେ କରୋନା ଭାଇରସ କାରଣରୁ ଆୟକର ବିଭାଗ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଫଣ୍ଡ ତତ୍କାଳ ଜାରି କରିବାର ନିଷ୍ପତ୍ତି କରିଥିଲା। ଏହାପରେ ଲକ୍ଷାଧିକ ଲୋକ ଆୟକର ରିଫଣ୍ଡ ଆଇଟି ରିଫଣ୍ଡ ଦାଖଲ କରିଥିଲେ ଏବଂ ଆୟକର ବିଭାଗ ୮ ଏପ୍ରିଲ ଠାରୁ ୩୦ ଜୁନ୍‌ ଭିତରେ ୨୦ ଲକ୍ଷ ଟ୍ୟାକ୍ସପେୟାର୍ସକୁ ୬୨,୩୬୧ ଲକ୍ଷ ଟଙ୍କାର ରିଫଣ୍ଡ ଜାରି କରିଛି। ଏଥିମଧ୍ୟରୁ ୧୯.୦୭ ଲକ୍ଷ କରଦାତା ଏମିତି ଅଛନ୍ତି ଯାହାକୁ ୨୩,୪୫୩.୫୭ କୋଟିର ବ୍ୟକ୍ତିଗତ ରିଫଣ୍ଡ ମିଳିଛି। ଯଦି ଆପଣ ମଧ୍ୟ ଏଥିପାଇଁ ଆବେଦନ କରିଛନ୍ତି ଏବଂ ଏବେ ସୁଦ୍ଧା ଜାଣିନାହାନ୍ତି ରିଫଣ୍ଡ ଜାରି ହୋଇଛି ନା ନାହିଁ ତାହେଲେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର ଷ୍ଟାଟସ୍‌ କେମିତି ଆପଣ ଜାଣିପାରିବେ।

ଆୟକର ବିଭାଗ ଦ୍ୱାରା ଶୁକ୍ରବାର ଜାରି କରଯାଇଥିବା ଏକ ବୟାନ ଅନୁଯାୟୀ ୮ ଏପ୍ରିଲ ଠାରୁ ୩୦ ଜୁନ୍‌ ଭିତରେ ବିଭାଗ ପ୍ରତି ମିନିଟରେ ୭୬ ମାମଲାରେ ରିଫଣ୍ଡ ଜାରି କରିଛି। ଏହାର ଖାସ୍‌ କଥା ଏହା ଯେ ଏହି ରିଫଣ୍ଡ କରଦାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।

moneyଜଲଦି ରିଫଣ୍ଡ ପାଇବାର ଅଛି ତ ତାହେଲେ କରନ୍ତୁ ଏହି କାମ

ଆୟକର ବିଭାଗ ରିଫଣ୍ଡ ପାଇଁ ଆବେଦନକାରୀଙ୍କୁ ଏକ ପରାମର୍ଶ ଦେଇ କହିଛନ୍ତି ଯେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ଦ୍ୱାରା ପଠାଯାଇଥିବା ଇମେଲର ତୁରନ୍ତ ଜବାବ ଦିଅନ୍ତୁ । ଯାହାଦ୍ୱାରା ରିଫଣ୍ଡ ଜଲଦି ଜାରି କରାଯାଇପାରିବ। ଆୟକର ଯେଉଁ ଇମେଲ ଟ୍ୟାକ୍ସପେୟର୍ସଙ୍କୁ ପଠାଇଥାଏ ସେଥିରେ ତାଙ୍କର ବକେୟା ଦାବି କରିଥିବା ବ୍ୟାଙ୍କ୍‌ ଆକାଉଣ୍ଟ ଏବଂ ରିଫଣ୍ଡରେ ଡିଫେରେନ୍ସ ସୂଚନା ମଗାଯାଏ।

ଏମିତି ଚେକ୍‌ କରନ୍ତୁ ନିଜର ଷ୍ଟାଟସ୍‌

-ଆପଣ ଯେତେବେଳେ ନିଜର ବିବରଣୀ ଆୟକର ବିଭାଗକୁ ପଠାଇବେ ତାହା ଯାଞ୍ଚ ହେବ। ଯଦି ବିବରଣୀ ଠିକଠାକ୍‌ ହେଲା ତାହେଲେ ଆପଣଙ୍କ କ୍ଲେମ ଆମାଉଣ୍ଟ ଆପଣଙ୍କ ଖାତାରେ ଟ୍ରାନ୍ସଫର କରାଯିବ। ଟ୍ରାନ୍ସଫର ହେବାରେ କିଛି ସମୟ ମଧ୍ୟ ଲାଗିପାରେ।

-ଆପର ଚାହିଁଲେ ନିଜ କ୍ଲେମ ଷ୍ଟାଟସ୍‌ Income Tax Department ୱେବସାଇଟକୁ ଯାଇ ସେଠାରେ ଦିଆଯାଇଥିବା ଡ୍ୟାସବୋର୍ଡ ଅପସନ ଉପରେ କ୍ଲିକ କରନ୍ତୁ।

-ଏଠାରେ ଆପଣଙ୍କୁ View Return and Formର ଅପସନ୍‌ ମିଳିବ, ଯାହା ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ।

-ଏହାପରେ ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ପେଜରେ ଯିବାପାଇଁ Income Tax Return ଅପସନରେ କ୍ଲିକ କରନ୍ତୁ।

-ଏଠାରେ ଆପଣ ଜାଣିପାରିବେ ଯେ ଆପଣଙ୍କ ରିକ୍ୱେଷ୍ଟ ପ୍ରୋସେସ ହୋଇଛି ନା ନାହିଁ।

-ଯଦି ଏଠାରେ ଆପଣ ଜାଣିପାରିଲେ ଯେ ଭେରିଫାଏ ହୋଇନାହିଁ ତାହେଲେ ଏଥିପାଇଁ ପୁଣି ଥରେ ପ୍ରୋସେସ୍‌ କରିପାରିବେ।

-ଯେମିତି ଏଠାରେ Varifed Sucessfully ଲେଖିବ ଏହାର ଅର୍ଥ ଏବେ ଆପଣଙ୍କ ଆକାଉଣ୍ଟରେ ରିଫଣ୍ଡ ଆସିଯିବ।

ବ୍ୟାଙ୍କ୍‌ ଆକାଉଣ୍ଟରେ ବି କରିପାରିବେ ଚେକ

income tax-ଯଦି ITR ପ୍ରୋସେସ୍‌ ହୋଇସାରିଛି ତାହେଲେ ଆପଣ ଏକନଲେଜମେଣ୍ଟ ଅପସନ ଉପରେ କ୍ଲିକ କରି ଜାଣିପାରିବେ ଯେ ଆପଣଙ୍କୁ ରିଫଣ୍ଡ ମିଳିଛି ନା ନାହିଁ।

-ଯଦି ରିଫଣ୍ଡ ମିଳିଛି ତାହେଲେ କେଉଁ ମୋଡରେ ପେମେଣ୍ଟ ହୋଇଛି। ଯଦି ECS ମୋଡରେ ହୋଇଥିବ ତାହେଲେ ଆପଣଙ୍କୁ ନିଜ ବ୍ୟାଙ୍କ ଖାତାର ପାସବୁକକୁ ଅପଡେଟ କରିବାକୁ ହେବ।

-ଯଦି ପେମେଣ୍ଟ ଚେକ୍‌ ମାଧ୍ୟମରେ ହୋଇଛି ତାହେଲେ ଆପଣଙ୍କୁ ଏହା ଦେଖାଇବ ଯେ ଟଙ୍କା ଆକାଉଣ୍ଟକୁ କାହିଁକି ଆସିନାହିଁ। ଚେକ୍‌ ରିଟର୍ଣ୍ଣ ହେବା ସ୍ଥିତିରେ ଆପଣଙ୍କୁ ଦେଖିବାକୁ ହେବ ଯେ ଭୁଲ କେଉଁଠି ହୋଇଛି ଓ କେମିତି ତାହାକୁ ସୁଧାରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.