ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା ପରେ କିପରି ଜାଣିବେ ରିଫଣ୍ଡ ମିଳିଲା କି ନାହିଁ

ଯଦି ଆପଣ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରି ସାରିଛନ୍ତି ତାହେଲେ ଆପଣଙ୍କ ପାଇଁ ନିଜର ଫାଇଲିଂକୁ ଟ୍ରାକ କରିବା ନିହାତି ଜରୁରୀ ଅଟେ । ଏହାଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କର ରିଟର୍ଣ୍ଣ ପ୍ରୋସେସ ଠିକଭାବେ ହୋଇଛି କିମ୍ବା ନୁହେଁ ଏବଂ ଆପଣଙ୍କୁ ଏହା ମଧ୍ୟ ଜଣାପଡ଼ିଥାଏ ଯେ ଏଥିପାଇଁ ଅନ୍ୟ କୌଣସି ପଦକ୍ଷେପ ନେବା ଜରୁରୀ କି ନୁହେଁ ।

ଇନକମ ଟ୍ୟାକ୍ସ ରିଟର୍ଣ୍ଣ ସେହି ଟ୍ୟାକ୍ସପେୟର୍ସ ମାନଙ୍କ ପାଇଁ ଜାରି କରାଯାଇଥାଏ ଯେଉଁମାନେ ଆଇଟିଆର ଦାଖଲ କରି ସାରିଛନ୍ତି । ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଆପଣଙ୍କ ଟ୍ୟାକ୍ସର ଯାଞ୍ଚ କରିଥାଏ ଏବଂ ଏହାପରେ ଯଦି କୌଣସି ରିଫଣ୍ଡ ହୋଇଥାଏ ତାହେଲେ ସେ ଆପଣଙ୍କୁ ରିଫଣ୍ଡ କରିଥାଏ । ତାହେଲେ ଆସନ୍ତୁ ଜାଣିବା ଆଇଟିଆର ଫାଇଲ ହେବାପରେ କିପରି କରିବେ ଟ୍ରାକ ଏବଂ କିପରି ଜାଣିବେ ଆପଣଙ୍କୁ ରିଫଣ୍ଡ ମିଳିଛି କି ନାହିଁ ।

Image result for income tax

 

 

  • ଏଥିପାଇଁ ପ୍ରଥମେ ଆପଣଙ୍କୁ ଇନକମ ଟ୍ୟାକ୍ସ ଇ-ଫାଇଲିଂର ୱେବସାଇଟକୁ ଯିବାକୁ ପଡିବ । ତାପରେ ଏଠାରେ ଆପଣ ନିଜର ପୋର୍ଟାଲ ଲଗଇନ କରନ୍ତୁ । ପୋର୍ଟାଲ ଲଗଇନ ପାଇଁ ଆପଣଙ୍କୁ ନିଜର ପ୍ୟାନ ନମ୍ବର, ଇ- ଫାଇଲିଂ ପାସୱାର୍ଡ଼ ଏବଂ କ୍ୟାପଚେ କୋଡ଼ ଭରିବାକୁ ପଡିବ ।
  • ଆପଣଙ୍କ ପୋର୍ଟାଲ ପ୍ରୋଫାଇଲ ଖୋଲିବା ପରେ ଆପଣଙ୍କୁ ‘View returns/forms’ ଉପରେ କ୍ଲିକ କରିବାକୁ ପଡିବ ।
  • ଏହାପରେ ଆପଣ ଡ୍ରପଡାଉନ ମେନ୍ୟୁରୁ ‘Income Tax Returns’ ଉପରେ କ୍ଲିକ କରି ସବମିଟ କରନ୍ତୁ । ଆଉ ତାପରେ ହାଇପରଲିଙ୍କ ଆକନଲେଜମେଣ୍ଟ ନମ୍ବର ଉପରେ କ୍ଲିକ କରିବା ପରେ ଏକ ନୂଆ ସ୍କ୍ରିନ ଖୋଲିବ ।

Image result for income tax

  • ଏହି ସ୍କ୍ରିନ ଉପରେ ଆପଣଙ୍କୁ ଫାଇଲିଂର ଟାଇମଲାଇନ ଓ ପ୍ରୋସେସିଂ ଟ୍ୟାକ୍ସ ରିଟର୍ଣ୍ଣ ବିଷୟରେ ସୂଚନା ମିଳିବ । ଏଥିରେ ଫାଇଲିଂର ତାରିଖ, ରିଟର୍ଣ୍ଣ ଭେରିଫାଇ କରିବାର ତାରିଖ, ରିଫଣ୍ଡ ଜାରି କରିବା ତାରିଖ ଏବଂ ପେମେଂଟ ରିଫଣ୍ଡ ବିଷୟରେ ମଧ୍ୟ ସୂଚନା ମିଳିବ ।
  • ଯଦି ଆପଣଙ୍କ ଟ୍ୟାକ୍ସ ରିଫଣ୍ଡ ଫେଲ ହୋଇଯାଏ ତାହେଲେ ଏହି ସ୍କ୍ରିନ ଉପରେ ଆପଣଙ୍କୁ ଏହା ବିଷୟରେ ମଧ୍ୟ ସୂଚନା ମିଳିବ ଯେ କାହିଁକି ଆପଣଙ୍କ ଦ୍ୱାରା ଫାଇଲ କରାଯାଇଥିବା ରିଟର୍ଣ୍ଣ ଫେଲ ହୋଇଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.