ଆୟକର ବିଭାଗରୁ କେବେ ଓ କେଉଁଠିକି ଆସିବ ନୋଟିସ? ଜାଣନ୍ତୁ ବିଭାଗ ଜାରି କଲା ସୂଚନା

ବର୍ତ୍ତମାନ ସବୁ କ୍ଷେତ୍ରରେ କିଛି ନା କିଛି ପରିବର୍ତ୍ତନ ହେଉଛି । ଏହା ସହିତ ସବୁ ମଧ୍ୟ ଡିଜିଟାଲାଇଜ ହୋଇ ଗଲାଣି । ସେଥିପାଇଁ ନିଜର ଆଧାର କାର୍ଡ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସବୁ କ୍ଷେତ୍ରରେ ପରିବର୍ତ୍ତନ ହେଉଥିବା ଯୋଗୁ ଆୟକର ବିଭାଗ ମଧ୍ୟ ନିଜ ବିଭାଗର ନୋଟିସ ପଠାଇବା ପାଇଁ ସୂଚନା ଜାରି କରିଛି । ଆୟକର ବିଭାଗ ଟିକସଦାତାଙ୍କ ଫେସ୍‌ ଲେସ ଆସେସମେଣ୍ଟ ବା ମୂଲ୍ୟାଙ୍କନ ପାଇଁ କିଛି ପରାମର୍ଶ ଦେଇଛି । ଆପଣ କିପରି ଆପଣଙ୍କର ମୋବାଇଲ୍ ନମ୍ବର, ଇମେଲ୍ ଏବଂ ଅନ୍ୟାନ୍ୟ ସୂଚନା ଅପଡେଟ୍ କରିପାରିବେ।ଏଥିପାଇଁ ଟିକସଦାତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅନୁସରଣ କରିବାକୁ ପଡିବ।

ଆୟକର ବିଭାଗ ଟିକସଦାତାଙ୍କ ଫେସଲେସ ଆସେସମେଣ୍ଟ ପାଇଁ କିଛି ପରାମର୍ଶ ଦେଇଛି । ଆପଣ କିପରି ଆପଣଙ୍କର ମୋବାଇଲ୍ ନମ୍ବର, ଇମେଲ୍ ଏବଂ ଅନ୍ୟାନ୍ୟ ସୂଚନା ଅପଡେଟ୍ କରିପାରିବେ ସେହି ବିଷୟରେ କୁହାଯାଇଛି । ଏଥିପାଇଁ ଟିକସଦାତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଷ୍ଟେପ୍ସ ଫୋଲ ବା ଅନୁସରଣ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଇମେଲ ଆଇଡି ଚେକ କରିବା ପାଇଁ ପଡିବ । ଆୟକର ବିଭାଗର ଅଫିସିଆଲ ଟୁଇଟ୍ ର ଆଇଡି ରେ ଆସିଥିବା ନୂଆ ଟ୍ଵୀଟ ଅନୁଯାୟୀ ,ଯୋଗାଯୋଗ ପାଇଁ ଟିକସଦାତାମାନେ ଇ-ମେଲ୍ ଆଇଡି ଏବଂ ଆୟକର ବିଭାଗକୁ ଦିଆଯାଇଥିବା ଫୋନ୍ ନମ୍ବର ସହିତ ସେମାନଙ୍କର ସବୁ ଡିଟେଲ୍ସ ବା ବିବରଣୀ ଅପଡେଟ୍ କରିବା ଉଚିତ୍। ତେବେ ଏହା ଇ-ଫିଲିଙ୍ଗ୍ ପୋର୍ଟାଲ୍ http://incometax.gov.in ରେ ଅପଡେଟ ହେବ ।

ncome tax
Picture Credit – Picserver

ଆପଣଙ୍କ ଇମେଲକୁ ଆସିବ ନୋଟିସ:

ଯଦି ଆପଣଙ୍କର ଆଇଡିକୁ ଯାଞ୍ଚ କରିବା ପାଇଁ ମନୋନୀତ କରାଯିବ ତେବେ ଆପଣ ଇ-ଫାଇଲ୍ ପୋର୍ଟାଲ ଓ ରେଜିଷ୍ଟର ଇମେଲକୁ ଇନକମ ଟ୍ୟାକ୍ସ ଆକ୍ଟ, ୧୯୬୧ ର ଧାରା ୧୪୨(୨) ଅନୁଯାୟୀ ଆପଣଙ୍କୁ ନୋଟିସ ଆସିବ । ସେଥିପାଇଁ ଆପଣଙ୍କୁ ଠିକ ସମୟରେ ସବୁ ଡାଟା ଦେବାକୁ ପଡିବ ।

ଅଧିକ ସୂଚନା ପାଇଁ ଆସିବ ଅନ୍ୟ ଏକ ନୋଟିସ:

ଯଦି ଆୟକର ବିଭାଗକୁ ଆପଣଙ୍କର ଅଧିକ ଡାଟା ଦରକାର ତେବେ ଆପଣଙ୍କ ପାଖକୁ ଆସିବ ଅନ୍ୟ ଏକ ନୋଟିସ । ଇଫାଇଲିଙ୍ଗ ପୋର୍ଟାଲ ଓ ରେଜିଷ୍ଟ୍ରେସନ ଇମେଲ କୁ ଆୟକର ଅଧିନିୟମ, ୧୯୬୧ ର ଧାରା ୧୪୨ (୧) ଅନୁଯାୟୀ କିଛି ପ୍ରଶ୍ନ ସହିତ ନୋଟିସ୍ ଆପଣଙ୍କୁ ଆସିବ । ତେବେ ସମୟସୀମା ଭିତରେ ହିଁ ଆପଣଙ୍କୁ ନିଜର ଉତ୍ତର ଦେବାକୁ ହେବ ବା ସବୁ ଡିଟେଲ୍ସ ଦେବାକୁ ପଡିବ । ତେବେ ଆପଣଙ୍କ ଡାଟା ଅପଡେଟ ସମୟରେ ମଧ୍ୟ ଆପଣ ଆୟକର ବିଭାଗକୁ ଉଚିତ କାରଣ ଦେଇ ତାକୁ ସ୍ଥଗିତ କଖିପାରିବେ ।

Income Tax
Picture Credit – The Vocal News

କାରଣ ଦର୍ଶାଅ ନୋଟିସ ଓ ଡ୍ରାଫ୍ଟ ଇଭାଲୁଏସନ ବା ମୂଲ୍ୟାଙ୍କନ ଆଦେଶର ଲିଖିତ ଉତ୍ତର ଥିବା ନୋଟିସ ଦେବା ପରେ ହିଁ ଭିଡିଓ କନଫରେସିଂ ସୁବିଧା ଆପଣଙ୍କୁ ମିଳିବ ।
ଏହା ପରେ କାରଣ ଦର୍ଶାଅ ନୋଟିସ ଆପଣଙ୍କୁ ଲିଖିତ ଆକାରରେ ଦେବାକୁ ପଡିବ , ଯାହାଦ୍ୱାରା ଆପଣ ଇ-ଫିଲିଙ୍ଗ୍ ପୋର୍ଟାଲ୍ http://incometax.gov.in ରେ ଭିସି ଟ୍ୟାବ୍ ବ୍ୟବହାର କରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜର ମନ୍ତବ୍ୟ ଶୁଣାଇ ପାରିବେ ।ତେବେ ଏହି ସବୁ ନୋଟିସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣ ଏହାକୁ ଅଣଦେଖା କରିବା ଅନୁଚିତ । ଆପଣଙ୍କୁ ପଠା ଯାଇଥିବା ନୋଟିସ ର ଠିକ ସମୟ ଭିତରେ ଉତ୍ତର ନଦେଲେ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ । ଶେଷ ନୋଟିସ ଦିଆଯିବା ପୂର୍ବରୁ ଡ୍ରାଫ୍ଟ ମୂଲ୍ୟାଙ୍କନ ଅର୍ଡର ସହିତ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ତେବେ ଆପଣ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାର ଉତ୍ତରଦେବା ଉଚିତ୍ । ନହେଲେ ଆପଣଙ୍କୁ ଆୟକର ବିଭାଗ ବାରମ୍ବାର ଯିବାକୁ ପଡିବ । ତେବେ ଆପଣ ଏଥିପ୍ରତି ଧ୍ୟାନ ଦେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.