ଆଜି ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ

ଆଜି ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ । ଏହି ସମୟସୀମାକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ଏକଥା ସ୍ପଷ୍ଟ କରିଛି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ ବା CBDT । ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ତାରିଖ ବୃଦ୍ଧି ନେଇ ସୋସିଆଲ୍‌ ମିଡିଆରେ ବୁଲୁଥିବା ମେସେକୁ CBDT ମିଥ୍ୟା ବୋଲି କହିଛି । ଏହାକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦିଆଯାଇଛି । ପୂର୍ବ ନିର୍ଦ୍ଧାରିତ ଅଗଷ୍ଟ ୩୧ତାରିଖ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ଆୟକରଦାତାଙ୍କୁ କୁହାଯାଇଛି । ପୂର୍ବରୁ ରିଟର୍ଣ୍ଣ ଦାଖଲ ପାଇଁ ଶେଷ ତାରିଖ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଥିଲା । ଏହା ପରେ ପୁଣି ଏକ ମାସ ବୃଦ୍ଧି କରାଯାଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.