ଭାରତରେ ଇଲେକଟ୍ରିକ ଭେଇକିଲର କ୍ରେଜ୍ ବଢ଼ି ବଢ଼ି ଚାଲିଛି। ଆଉ ବର୍ତ୍ତମାନ କମ୍ପାନୀ ସହିତ ଗ୍ରାହକ ମାନେ ମଧ୍ୟ ଏହି ବାହନ ପ୍ରତି ବିଶେଷ ରୂଚି ରଖିଲେଣି। ବଡ ବଡ କମ୍ପାନୀର ନିର୍ମାତା ମାନେ ମଧ୍ୟ ବଡ ଗାଡି ସହ ଛୋଟ ଷ୍ଟାର୍ଟଅପ୍ ମଧ୍ୟ ଏବେ ଇଲେକଟ୍ରିକ ଭେଇକିଲକୁ ବି ମାର୍କେଟକୁ ଆଣିବାକୁ ଲାଗିଲେଣି। ମହିନ୍ଦ୍ରା ଇଲେକଟ୍ରିକ ଟ୍ରିଓ ଅଟୋ, ଟ୍ରିଓ ଜୋର ଡେଲିଭରୀ ଭ୍ୟାନ, ଟ୍ରିଓ ଟିପର ଭେରିୟଣ୍ଟ ଏବଂ ଇ-ଆଲଫା ମିନି ଟିପର ସହିତ ଆଟମ କ୍ୱାଡ୍ରିସାଇକେଲ ଲଞ୍ଚ୍ କରିଛି। ଇଲେକଟ୍ରିକ ୩ ହ୍ଵିଲର ସେଗମେଣ୍ଟରେ ମହିନ୍ଦ୍ରାର ମାର୍କେଟ ସେୟାର ୭୩.୪ ପ୍ରତିଶତ ରହିଛି।
ଇଲେକଟ୍ରିକ ପାଓ୍ଵାରର ମହିନ୍ଦ୍ରା ଆଟମ କ୍ଲିନ ଏନର୍ଜୀ ସହିତ ଆରାମଦାୟକ ଏବଂ ସ୍ମାର୍ଟ ଫିଚର୍ସ ସହ ଲେସ ରହିଛି। ଆଟମ୍ ସହିତ ମହିନ୍ଦ୍ରା ମାର୍କେଟରେ ଇଲେକଟ୍ରିକ ଆଲଫା ଟିପର ମଧ୍ୟ ଲଞ୍ଚ୍ କରିଛି ଯାହା ଇ-ଆଲଫା ମିନି ପ୍ଲାଟଫର୍ମ ଉପରେ ଆଧାରିତ। ଇ-ଆଲଫା ମିନି ଟିପରକୁ ୧.୫ କିଲୋଓ୍ଵାଟ ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି ଯାହା ସିଙ୍ଗଲ ଚାର୍ଜରେ ଏହାକୁ ୮୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ୍ ଦେଇଥାଏ। ଏହାର ଲୋଡିଙ୍ଗ୍ କ୍ଷମତା ୩୧୦ କିଲୋଗ୍ରାମ ରହିଛି। କିନ୍ତୁ ମହିନ୍ଦ୍ରା ଆଟମକୁ କମର୍ସିଆଲ ବାହନ ରୂପରେ ଲଞ୍ଚ୍ କରାଯାଇଛି, ଯାହାକୁ ପର୍ସନାଲ ୟୁଜ୍ ପାଇଁ ବ୍ୟବହାର କରାଯିବ ନା ନାହିଁ, ଏହା ବିଷୟରେ ସ୍ପଷ୍ଟ ସୂଚନା ଏବେ ସୁଦ୍ଧା ମିଳିନାହିଁ।
ମହିନ୍ଦ୍ରା ଆଟମର ଏହି ଇଲେକଟ୍ରିକ ଭେଇକିଲ ନା କେବଳ ଲୁକ ଏବଂ ଫିଚର୍ସରେ ପଇସା ବସୁଲ ଅଟେ ବରଂ ଏହାର ଦାମ୍ ମଧ୍ୟ ବହୁତ କମ୍ ହେବାର ସମ୍ଭାବନା କରାଯାଉଛି। ତେବେ କୁହାଯାଉଛି ଯେ ଏହି କାରର ଦାମ୍ ୩ ଲକ୍ଷ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି। ମହିନ୍ଦ୍ରା ଆଟମର ମ୍ୟାକ୍ସିମମ୍ ରେଞ୍ଜ୍ ୫୦ କିମି ପ୍ରତି ଘଣ୍ଟା ରହିଥିବାବେଳେ ଏହାକୁ ଫୁଲ ଚାର୍ଜ ହେବା ପାଇଁ ୫ ଘଣ୍ଟା ସମୟ ଲାଗିବ। ଆଟମ ଇଲେକଟ୍ରିକ କ୍ୱାଡ୍ରିସାଇକେଲକୁ ସିଙ୍ଗଲ ଚାର୍ଜରେ ୧୨୦ କିମି ପର୍ଯ୍ୟନ୍ତ ଚଲାଯାଇହେବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଟୋ ରିକ୍ସା ପାଇଁ ଏହା ଏକ ବହୁତ ବଢ଼ିଆ ଅପ୍ସନ ରହିବ।
ତେଣୁ ଯଦି ଆପଣ ଗୋଟେ ଇଲେକଟ୍ରିକ ଭେଇକିଲ ଚାହୁଁଛନ୍ତି ତାହେଲେ ମହିନ୍ଦ୍ରା ଆଟମ ଆପଣଙ୍କ ବେଷ୍ଟ ରହିବ।