ବ୍ରିଜା ପରେ ମାରୁତି ଆଣୁଛି ଏହି ନୂଆ କାର୍‌, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ନୂଆଦିଲ୍ଲୀ : ଭାରତ ବଜାରରେ ମାରୁତି ଦୀର୍ଘ ବର୍ଷ ଧରି ରାଜତ୍ୱ କରି ଆସୁଛି । ବ୍ରିଜାର ସଫଳତା ପରେ ମାରୁତି ଆଗାମୀ ଦିନରେ କେତେ ଗୁଡିଏ ଗାଡ଼ି ଲଞ୍ଚ କରିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ମାରୁତିର କିଛି ନୂଆ ଗାଡ଼ି ବିଷୟରେ କହିବୁ । ଯାହା ଉପରେ କାମ ଜାରି ରହିଛି । ଖୁବ ଶୀଘ୍ର ଏହା ବଜାରରେ ଲଞ୍ଚ ହେବାକୁ ଯାଉଛି ।

Maruti Suzuki Grand Vitara

ମାରୁତି ସୁଜୁକି ଗ୍ରାଣ୍ଡ ଭିତାରା ଏସୟୁଭି ଲଞ୍ଚ ହେବା ପୂର୍ବରୁ ଲୋକଙ୍କ ବେଶ ଆକର୍ଷିତ କରିଛି । କମ୍ପାନୀକୁ ଏହାର ବମ୍ଫର ବୁକିଂ ମଧ୍ୟ ମିଳିବାରେ ଲାଗିଛି । ଶୁଣାଯାଉଛି ମାସର ଶେଷ ବେଳକୁ କମ୍ପାନି ଏହି ଗାଡିର ବିକ୍ରି ଆରମ୍ଭ କରିବ । ଏହାର ଦାମ କମ୍ପାନି ଏହି ମାସରେ ଘୋଷଣା କରିବ । ଏହାର ଦାମ୍‌ ୯.୫ ଲକ୍ଷ ହୋଇପାରେ ।

Maruti Suzuki YTB

ଏହା ବାଲେନୋ ଓ ଗ୍ରାଣ୍ଡ ଭିତାରାକୁ ନେଇ ଡିଜାଇନ କରାଯାଇଛି । ଏଥିରେ ୧.୦ ଲିଟର ଟର୍ବୋ ବୁଷ୍ଟରଜେଟ୍‌ ପେଟ୍ରେଲ ଇଂଜିନ ଦ୍ୱାରା ସଂଚାଳିତ କରାଯାଇପାରେ । ୨୦୨୩ ସୁଦ୍ଧା ଏହି ଗାଡ଼ିକୁ କମ୍ପାନି ଡିଲରଙ୍କ ନିକଟରେ ପହଞ୍ଚାଇବା ଆଶା ରଖିଛି ।

5-Door Maruti Suzuki Jimny

କମ୍ପାନି ୨୦୨୩ ଅଟୋ ଏକ୍ସପୋରେ ନିଜର ୫ ଡୋର ମାରୁତି ସୁଜୁକି ଜିମ୍ମିର ଲଞ୍ଚ କରିପାରେ । ଏବେ ଏହାକୁ ଭାରତର ବଜାରରେ ଟେଷ୍ଟିଂ ଭାବରେ ଦେଖାଯାଇଛି । ଏହା ୩ ଡୋର ତୁଳନାରେ ବହୁତ ସୁନ୍ଦର ହେବ । ଏହାର ଡିଜାଇନ ବି ଭଲ ଭାବେ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.