MG ବି ଆଣିବାକୁ ଯାଉଛି ଶସ୍ତା ଇଲେକ୍ଟ୍ରିକ୍‌ କାର୍‌! ଜାଣି ରଖନ୍ତୁ କେମିତି ରହିବ ରେଞ୍ଜ୍‌ ଓ ଫିଚର୍ସ

ଜିରୋ ପ୍ରଦୂଷଣ, ସହଜ ରକ୍ଷଣାବେକ୍ଷଣା ଏବଂ କମ୍‌ ଖର୍ଚ୍ଚ କାରଣରୁ ଭାରତରେ ଇଲେକ୍ଟ୍ରିକ୍‌ ଗାଡ଼ିଗୁଡ଼ିକର ବିକ୍ରି କ୍ରମାଗତ ଭାବରେ ବଢ଼ି ଚାଲିଛି। ଏହାକୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଥିବାରୁ ଯାନ ନିର୍ମାତାମାନେ ମଧ୍ୟ ନୂଆ ନୂଆ ଗାଡ଼ି ଲଞ୍ଚ୍‌ କରି ଗ୍ରାହକମାନଙ୍କୁ ଅନେକ ଅପସନ ଦେଉଛନ୍ତି। ମିଡିଆ ରିପୋର୍ଟ ମୁତାବକ, ବ୍ରିଟିଶ କାର୍‌ କମ୍ପାନୀ ଏମ୍‌ଜି ମଧ୍ୟ ଭାରତରେ ନୂଆ ଇଭି (ଇ-ଭେହିକିଲ୍‌) ପରିଚିତ କରାଇ ପାରେ।

ଏମ୍‌ଜିର ନୂଆ ଇଲେକ୍ଟ୍ରିକ୍‌ ଗାଡ଼ି ବହୁତ ଜଲ୍‌ଦି ଭାରତୀୟ ବଜାରରେ ପ୍ରବେଶ କରିପାରେ। ରିପୋର୍ଟ ମୁତାବକ, ଏହାର କ୍ଷମତା ସିଙ୍ଗଲ ଚାର୍ଜରେ ୪୦୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏହା ବ୍ୟତୀତ ନୂଆ ଇଭି ୧୫୪ ବିଏଚ୍‌ପି ସହ ୨୬୦ ନ୍ୟୁଟନ ମିଟରର ଟର୍କ ଜେନେରେଟ୍‌ କରିବାର ସକ୍ଷମ ରଖିବ।

ଲୁକ୍‌ ଏବଂ ଫିଚର୍ସ

ନୂଆ ଇଭିର ଲୁକ୍‌ ଏବଂ ଫିଚର୍ସ ଦେଖିଲେ, ଏଥିରେ ଓ୍ଵାଇ ଶେପ୍‌ର ଟେଲ୍‌ ଲ୍ୟାମ୍ପ୍‌, କଳା ରଙ୍ଗର ଗ୍ଲାସ୍‌ ରୁଫ୍‌, ଉତ୍ତମ ORVMs, କଳା ରଙ୍ଗର ପ୍ଲାଷ୍ଟିକ୍‌ କ୍ଲାଡିଂ, ୧୭ ଇଞ୍ଚ୍‌ର ହ୍ଵିଲ୍‌, ନୂଆ ଡିଜାଇନ୍‌ର ଆଲୋୟ ହ୍ଵିଲ୍ସ ଏବଂ ଉତ୍ତମ ହ୍ୟାଣ୍ଡ୍‌ଲ୍ୟାମ୍ପ୍‌ ଦିଆଯାଇ ପାରେ। ଏହା ବ୍ୟତୀତ କାର୍‌ରେ ଅନେକ ସେଫ୍ଟି ଫିଚର୍ସ ମଧ୍ୟ ଦିଆଯାଇ ପାରେ, ଯଦ୍ଦ୍ଵାରା କାର୍‌ର ସୁରକ୍ଷା ବଢ଼ିଆ ଭାବେ ହୋଇପାରିବ।

ଭାରତୀୟ ବଜାରରେ କମ୍ପାନୀର ଏକ ଇଭି ପୂର୍ବରୁ ହିଁ ଉପଲବ୍ଧ ଅଛି। ZS EV ଫେସ୍‌ଲିଫ୍ଟ ପରେ ଏମ୍‌ଜିର ଏହା ଭାରତରେ ଦ୍ୱିତୀୟ କାର୍‌ ହେବ। କମ୍ପାନୀର ନୂଆ ଇଭିର ମୁକାବିଲା ଟାଟା ନେକ୍ସନ, ଟିଗୋର ସହ ମହିନ୍ଦ୍ରାର XUV400 ଭଳି ଇଲେକ୍ଟ୍ରିକ୍‌ କାର୍‌ଗୁଡ଼ିକ ସହିତ ହେବ। ଏହି କାର୍‌ଗୁଡ଼ିକ ପୂର୍ବରୁ ହିଁ ଭାରତୀୟ ଇଲେକ୍ଟ୍ରିକ୍‌ କାର ବଜାରରେ ଉପଲବ୍ଧ ରହିଛି।

MG ZS EVର ଭାରତୀୟ ବଜାରରେ ଏକ୍ସ ଶୋରୁମ୍‌ ମୂଲ୍ୟ ୨୧.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏମିତିରେ କମ୍ପାନୀ ଏହାଠାରୁ କମ୍ ମୂଲ୍ୟରେ ନୂଆ ଇଭି ଆଣିବାକୁ ଚେଷ୍ଟା କରିବ, ଯଦ୍ଦ୍ଵାରା କାର ଅନ୍ୟ କମ୍ପାନୀମାନଙ୍କୁ ଭଲ ଭାବରେ ଚ୍ୟାଲେଞ୍ଜ ଦେଇ ପାରିବ ଏବଂ ଭାରତୀୟ ବଜାରରେ ନିଜର ନୂଆ ଇଭି ସହିତ ଭଲ ପ୍ରଦର୍ଶନ କରି ପାରିବ।

କହି ରଖୁଛୁ, ଇଲେକ୍ଟ୍ରିକ୍‌ କାର ବ୍ୟାଟେରୀ ବିଦ୍ୟୁତ୍‌ଚାଳିତ ହୋଇଥାଏ, ଯଦ୍ଦ୍ଵାରା ପରିବେଶ ପ୍ରଦୂଷିତ ହୋଇ ନ ଥାଏ। ଇଲେକ୍ଟ୍ରିକ୍‌ କାରର ମେଣ୍ଟେନାନ୍ସ କମ୍‌ ହୋଇଥାଏ। କାରଣ, ଏଥିରେ ଖୁବ୍‌ କମ୍‌ ପାର୍ଟସ୍‌ କାମ କରିଥାଏ। ଇଲେକ୍ଟ୍ରିକ୍‌ କାରର ବ୍ୟାଟେରୀ ହାଲ୍‌କା ହୋଇଥିବା ବେଳେ ସାଧାରଣ କାର୍‌ର ବ୍ୟାଟେରୀ ଭାରୀ ହୋଇଥାଏ। ଇଲେକ୍ଟ୍ରିକ୍‌ କାରରୁ କାର୍ବନ୍‌ ଉତ୍ପନ୍ନ ହୋଇ ନ ଥାଏ। ଇଲେକ୍ଟ୍ରିକ୍‌ କାର୍‌ ଥରେ ଚାର୍ଜ ହେଲେ ୩୦୦ରୁ ୪୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା କ୍ଷମତା ରଖୁଥିବା ବେଳେ ସାଧାରଣ ଇଞ୍ଜିନ୍‌ କାର ୧୦ରୁ ୨୦ କିଲୋମିଟର ମାଇଲେଜ ଦେଇଥାଏ। ତେଣୁ ଭାରତରେ ଇଲେକ୍ଟ୍ରିକ୍‌ କାର୍‌ କିଣିବାକୁ ଲୋକ ମାନେ ଅଧିକ ଇଚ୍ଛା ପ୍ରକା କରୁଥିବା ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.