ଫଟୋଗ୍ରାଫରଙ୍କ ପାଇଁ ନିକନର ଖାସ ଉପହାର : କେବଳ ୬୮ହଜାରରେ ୨୪-୩,୦୦୦ଏମ୍ଏମ୍ ଲେନ୍ସ ସହ ମିଳିବ କ୍ୟାମେରା

ନୂଆଦିଲ୍ଲୀ : ଜାପାନର କ୍ୟାମେରା ନିର୍ମାତା କମ୍ପାନୀ ନିକନ୍ ଏହାର ନୂତନ କୁଲପିକ୍ସ ପି୧୦୦୦ କ୍ୟାମେରାକୁ ଲଞ୍ଚ କରିବାକୁ ଯାଉଛି। ଏହାର ସବୁଠାରୁ ଖାସ ଫିଚର ହେଉଛି ଏଥିରେ ଲାଗିଥିବା ୨୪-୩୦୦୦ଏମ୍ଏମ୍ ବିଶିଷ୍ଟ ଲେନ୍ସ। ଏହା ୧୨୫x ଜୁମ୍ ବିଶିଷ୍ଟ ରହିଥିବା ବେଳେ ଏହା ବହୁ ଦୂର ବିଶିଷ୍ଟ ଯେକୌଣସି ବସ୍ତୁର କ୍ଳିୟର ଫଟୋ ଉଠାଇପାରିବ। କମ୍ପାନିର ଦାବି ବାଢ଼ିଛି କି, ଏହି କ୍ୟାମେରା ଦ୍ବାରା ଆପଣ ଚନ୍ଦ୍ରର ମଧ୍ୟ କ୍ଲିୟର୍ ଫଟୋ ଉଠାଇପାରିବେ।

ଏହି କ୍ୟାମେରାକୁ ଖାସ କରି ଫଟୋ ଜର୍ନାଲିଷ୍ଟଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ସୂଚନା ଅନୁଯାୟୀ ଏହାର ମୂଲ୍ୟ ୧୦୦୦ ଡ଼ଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୬୮ ହଜାର ୭୦୦ଟଙ୍କା ରଖାଯାଇଛି। ତେବେ ଏହା ଭାରତରେ ଲଞ୍ଚ କରିବା ନେଇ କୌଣସି ସୂଚନା ଦିଆଯାଇନାହିଁ।

ନୂଆ p୧୦୦୦ଟି ୧୬ ମେଗାଫିକ୍ସଲ୍ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧/୨.୩-ଇଞ୍ଚର ଇମେଜ୍ ସେନ୍ସସର ଲଗାଯାଇଛି, ଯାହା ୧୦୦-୬୪୦୦ iso ଦୂରତା ମଧ୍ୟରେ କାମ କରିବ। ଅନ୍ୟ କ୍ୟାମେରା ଅପେକ୍ଷା ଏଥିରେ ଅଲଟ୍ରା କ୍ଲୋଜପ୍ ଫଟୋ ଉଠାଯାଇପାରିବ। ଏଥିସହ RAW ଫଟୋ ମଧ୍ୟ ଏଥିରେ ଆପଣ ଉଠାଇ ପାରିବେ।

ଏହି କ୍ୟାମେରା ପ୍ରତି ସେକେଣ୍ଡରେ ୭ଟି ଫଟୋ ଉଠାଇପାରିବ। ଏଥିରେ wifi ରହିଥିବାରୁ ଆପଣ ସହଜରେ ଏଥିରେ ଫଟୋ ନେଇପାରିବେ। ଭିଡ଼ିଓ ବିଷୟରେ କହିବାକୁ ଗଲେ ପ୍ରତି ସେକେଣ୍ଡରେ ୩୦ଟି ଫ୍ରେମ୍ କ୍ଲିକ୍ ସହ ୪d ଭିଡ଼ିଓ ରେକଡ଼ କରିହେବ। ଏହାର ଓଜନ ୩.୧ ପାଉଣ୍ଡ ଅର୍ଥାତ୍ ୧.୪ କଲୋଗ୍ରାମ୍ ରହିଛି।

Leave A Reply

Your email address will not be published.