NIT ରେ ଖାଲିପଡିଛି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ, ୫ ସେପ୍ଟେମ୍ବର ପର୍ଯ୍ୟନ୍ତ କରିପାରିବେ ଆବେଦନ

ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (NIT) କୁରୁକ୍ଷେତ୍ର ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପଡିଛି। ଏଥିରେ ଭର୍ତ୍ତି ପାଇଁ ନୋଟିଫିକେସନ ମଧ୍ୟ ଜାରି ହୋଇସାରିଛି। ଜାରି କରାଯାଇଥିବା ନୋଟିଫିକେସନ ମୁତାବକ, ଆସିଷ୍ଟାଣ୍ଟ ପ୍ରଫେସରରେ ୯୯ ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ nitkkr.ac.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୫ ସେପ୍ଟେମ୍ବର ୨୦୨୨ ରହିଛି।

ପଦବୀ ବିବରଣୀ: ୯୯

ଆସିଷ୍ଟାଣ୍ଟ ପ୍ରଫେସର

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୫ ସେପ୍ଟେମ୍ବର ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ପିଏଚଡି କରିଥିବା ଜରୁରୀ। ଏହାସହିତ ଟିଚିଂରେ ଅତି କମରେ ୬ ବର୍ଷର ଅଭିଜ୍ଞତା ଥିବା ଜରୁରୀ। ଏହାଛଡା ପ୍ରାର୍ଥୀଙ୍କ ପାଖରେ ଏକାଡେମିକ ଇନଷ୍ଟିଚ୍ୟୁଟ୍‌ରେ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ଅନୁଭବ ରହିଥିବ।

ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଯେଉଁ ପ୍ରାର୍ଥୀଙ୍କର ଚୟନ କରାଯିବ, ସେମାନଙ୍କର ଭର୍ତ୍ତି ଇଂଜିନିୟରିଂ, ସାଇନ୍ସ ହ୍ୟୁମାନିଟିଜ ଆଣ୍ଡ ସୋସିଆଲ ସାଇନ୍ସ, ବିଜନେସ ଆଡମିନିଷ୍ଟ୍ରେସନ କିମ୍ବା କମ୍ପ୍ୟୁଟର ଆପ୍ଲିକେସନ ବିଭାଗରେ କରାଯିବ।

ଆବେଦନ ଶୁଳ୍କ :

ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ, ଓବିସି ଏବଂEWS ବର୍ଗର ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଶୁଳ୍କ ଦେବାକୁ ହେବ। ସେହିଭଳି ଏସସି, ଏସଟି ଏବଂ ଦିବ୍ୟାଙ୍ଗ କେବଳ ୫୦୦ ଟଙ୍କା ଦେବାକୁ ପଡିବ।

ଚୟନ ପ୍ରକ୍ରିୟା :

ଏହି ପଦବୀରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ଆଧାରରେ ଚୟନ କରାଯିବ। ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://nitkkr.ac.in/docs/Advt.No.08.2022%2006082022.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.