NITI ଆୟୋଗରେ ଚାକିରି ସୁଯୋଗ, ମାସକୁ ଦରମା ୧,୫୦,୦୦୦ ଟଙ୍କା

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ନିତି ଆୟୋଗରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ନୋଟିଫିକେସନ ଅନୁଯାୟୀ ଏଠାରେ ୨୮ଟି ପଦବୀରେ ଭର୍ତ୍ତି କରାଯିବ। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ www.niti.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ରହିଛି।

ପଦବୀ ବିବରଣୀ : ୨୮

ଏଠାରେ ୨୮ ପଦବୀ ମଧ୍ୟରେ ୟଙ୍ଗ ପ୍ରଫେସନାଲ ଏବଂ ୬ କନସଲଟାଣ୍ଟ ପଦବୀ ରହିଛି।

ଜରୁରୀ ତାରିଖ : ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷ ୧୨ ଅକ୍ଟୋବର ୨୦୨୨ରେ ହେବ।

ଶିକ୍ଷାଗତ ଯୋଗ୍ୟତା : ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଏମବିବିଏସ/ଏଲଏଲବି/ ବିଇ/ବିଟେକ ପାସ୍‌ ହେବା ଜରୁରୀ। ଏହାଛଡା କମ୍ପ୍ୟୁଟରରେ ଜ୍ଞାନ ହେବା ଜରୁରୀ। ଯୋଗ୍ୟତା ସମ୍ବନ୍ଧୀୟ ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ।

ବୟସ ସୀମା : ୟଙ୍ଗ ପ୍ରଫେସନାଲ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୨ ବର୍ଷ ହେବା ଜରୁରୀ। ସେହିପରି କନସଲଟାଣ୍ଟ ପଦବୀ ପାଇଁ ସର୍ବାଧିକ ବୟସ ୪୫ ବର୍ଷ ହେବା ଜରୁରୀ।

ଦରମା: ଚୟନିତ ପ୍ରାର୍ଥୀଙ୍କୁ ମାସିକ ୭୦ ହଜାରରୁ /୧,୪୫,୦୦୦ ଟଙ୍କା ମିଳିବ।

କେମିତି କରିବେ ଆବେଦନ :

– ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ niti.gov.in କୁ ଯିବାକୁ ହେବ।

– ଏହାପରେ ହୋମପେଜ୍‌Work@niti ଟାବ୍‌ରେ କ୍ଲିକ୍‌ କରନ୍ତୁ।

– ପ୍ରାର୍ଥୀ ଏଠାରେ ଥିବା advertisement for Young Professional and Consultant Grade-I କ୍ଲିକ କରିବାକୁ ହେବ।

– ତା’ ପରେ ପ୍ରାର୍ଥୀ ଅନଲାଇନ ଆବେଦନ ଉପରେ କ୍ଲିକ କରି ରେଜିଷ୍ଟ୍ରର କରି ଲଗ୍‌ ଇନ୍‌ କରନ୍ତୁ।

– ଏହା ପରେ ଲଗ୍‌ଇନ୍‌ କରିବା ପରେ ସମସ୍ତ ବିବରଣୀ ଦେଇ ଫର୍ମ ପୂରଣ କରି ସବମିଟ୍‌ କରନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.niti.gov.in/sites/default/files/2022-09/DMEO_position_ToR_13092022.pdf

 

Also Read : SBI ରେ ଖାଲିପଡିଛି ଜୁନିଅର ଆସୋସିଏଟସ୍‌ ପଦବୀ, ଓଡିଶା ପାଇଁ ୧୭୦ ପଦବୀ ଖାଲି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.